କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛି। ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ ୧୪ ଦିନ ରଖିବା ପରେ ଛଡ଼ାଯାଉଛି। ତେବେ ସଙ୍ଗରୋଧ ଗୃହରେ ଧାର୍ଯ୍ୟ ସମୟ ବିତାଇବା ପରେ କେତେଜଣ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମକୁ ପଠାଇବା କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେଉନି। ଏପରି ଦେଖିବାକୁ ମିଳିଛି ଜିଲାର ମହାରାଜପାଲି ପଞ୍ଚାୟତ ଏମ୍‌ପିଭି-୮୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନଙ୍କ କ୍ଷେତ୍ରରେ। ଖବରରୁ ଜଣାପଡ଼ିଛି ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ପୁରିଗୁଡ଼ା ଗ୍ରାମର ହାଡି କିର୍ଷାନ,ଲକ୍ଷ୍ମୀ କିର୍ଷାନି, ମାଥିଲି ବ୍ଲକ ସାଲିମି ପଞ୍ଚାୟତର ରତନ ନାୟକ, ଆନ୍ଧ୍ରର ବିଜୟୱାଡା ଏବଂ କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଏମ୍‌ଭି-୩୭ ଗ୍ରାମର ହୀରାମଣି ବିଶ୍ୱାସ ହାଇଦ୍ରାବାଦ କାମ କରିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ସେମାନେ ଗ୍ରାମକୁ ଫେରିପାରି ନ ଥିଲେ। ପାଖରେ ଥିବା ଅର୍ଥ ଖର୍ଚ୍ଚ ହୋଇଯିବା ପରେ ଚଳିବା ପାଇଁ ଅସୁବିଧାରେ ପଡ଼ିଥିଲେ। ବାଧ୍ୟ ହୋଇ ନିଜ ଗ୍ରାମକୁ ଚାଲିଚାଲି ଆସୁଥିବା ବେଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମୋଟୁଠାରେ ଯାଞ୍ଚ ବେଳେ ସେମାନଙ୍କୁ ଅଟକରଖାଯାଇ ପରେ ମହାରାଜପାଲି ସଙ୍ଗରୋଧ ଗୃହରେ ରଖାଯାଇଥିଲା। ରବିବାର ସେମାନଙ୍କ ୧୪ଦିନ ଅବଧି ଶେଷହେବା ପରେ ଏକ ଗାଡ଼ିରେ ନିଜ ଗ୍ରାମକୁ ପଠାଯାଇଥିଲା। ତେବେ ରାତି ସାଢେ୧୦ଟାରେ ଗାଡ଼ି ଡ୍ରାଇଭର ସେମାନଙ୍କୁ ମାଲକାନଗିରି ବାଲିମେଳା ଛକରେ ଓହ୍ଳାଇ ଦେଇ ପଳାଇଥିଲେ। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଇ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ଖବର ପାଇ ସେମାନଙ୍କୁ ରହିବା ଲାଗି ବ୍ୟବସ୍ଥା କରିଥିଲେ। ସୋମବାର ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ନିଜ ଗ୍ରାମକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏସ୍‌ସିପିସିଆର୍‌ ଅଫିସ୍‌ ଆଗରେ ବସିଲେ ମା’

ଭୁବନେଶ୍ୱର,୧୬।୯ (ବ୍ୟୁରେ):ବହୁ ଚର୍ଚ୍ଚିତ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ...

ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା

ଆନନ୍ଦପୁର,୯ା୭(ସ୍ବ.ପ୍ର.): ଆନନ୍ଦପୁରର ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ନୀତିକାନ୍ତି ପୂର୍ବକ ଶେଷ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଉପଲକ୍ଷେ ମାଉସୀ ମା’ ମନ୍ଦିରରେ ସମସ୍ତ ଦେବନୀତି...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

କଇଠପଲ୍ଲୀ ଗାଁ ତୋଟାରୁ ମୂଲ୍ୟବାନ ଶାଳ ଗଣ୍ଡି, ପଟ୍ଟା ଜବତ

ଓଡଗାଁ, ୨୭।୬(ସ୍ବ.ପ୍ର.)- ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ ଗୁରୁବାର ମଧ୍ୟାହ୍ନରେ ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅଞ୍ଚଳରୁ ୧୦ ମୂଲ୍ୟବାନ ଶାଳଗଣ୍ଡି ଓ...

୯ ଦିନ ବନ୍ଦ ହେବ ହାଲ୍‌ ମିଗ୍‌ କାରଖାନା

କୋରାପୁଟ/ସୁନାବେଡ଼ା,୧୩।୫: କରୋନା ସଂକ୍ରମଣ ହାର କୋରାପୁଟ ଜିଲାରେ ବଢ଼ିଚାଲିଛି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ସତ୍ତ୍ୱେ ସଂକ୍ରମଣ କମିବା...

ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୨୮।୯(ବ୍ୟୁରୋ):  ସାମଗ୍ରିକ ଏବଂ ସମାବେଶୀ ସ୍ବାସ୍ଥ୍ୟ ମଡେଲ ତଥା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟା ଦୂରକରିବା ଦିଗରେ ସୋମବାର...

ସିଏମ୍‌ସି ଅଫିସ୍‌କୁ ସର୍ବସାଧାରଣ ମନା

କଟକ ଅଫିସ,୩।୭: କଟକ ମହାନଗର ନିଗମ (ସିଏମ୍‌ସି) କାର୍ଯ୍ୟାଳୟକୁ ସାଧାରଣ ନାଗରିକଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ବିଜୁଭବନ ଓ ବିକାଶ ଭବନକୁ...

କରୋନାରେ ଚାଲିଗଲା ୨ ଜୀବନ

ଭୁବନେଶ୍ବର,୯।୮: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

Advertisement
Archives

Model This Week