କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସୁରଟ ଫେରନ୍ତା ବିଶୃଙ୍ଖଳା କରିବା ସହ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏ ନେଇ ଗଞ୍ଜାମ ଜଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶା ସରକାର ଯେଉଁ କ୍ୱାରାଣ୍ଟାଇନ ନିୟମ କରିଛନ୍ତି ତା’ର କେହି ଉଲ୍ଲଂଘନ କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଉକ୍ତ ବ୍ୟକ୍ତିଙ୍କ କ୍ୱାରାଣ୍ଟାଇନ ପିରିୟଡକୁ ବୃଦ୍ଧି କରାଯିବ। ଆଇପିସି ୧୮୮ ଧାରାରେ ମାମଲା ରୁଜୁ ହେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। ତେଣୁ ସମସ୍ତେ କ୍ୱାରାଣ୍ଟାଇନ ନିୟମକୁ ପାଳନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟ, ପାଣି, ପାଇଖାନାର ବ୍ୟବସ୍ଥା ହୋଇଛି। ବିଡିଓ ଓ ନିର୍ବାହୀ ଅଧିକାରୀମାନେ ଏହାର ମନିଟରିଂ କରୁଛନ୍ତି। ଏଣୁ କେହି ବିଶୃଙ୍ଖଳା ଓ ଆଇନଉଲ୍ଲଂଘନ କରିପାରିବେ ନାହିଁ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ଆଢୁଆଳରେ ଗୋଚାଲାଣ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଥାନା ଅନ୍ତର୍ଗତ ଚାରିଛକ ତୁଳସୀପୁର, କୁସୁମାଠେଙ୍ଗ ଆଦି ଅଞ୍ଚଳ ଏବେ ଚୋରା ଗୋରୁ ବେପାରୀ ଓ ଚୋରା ଚାଲାଣକାରୀଙ୍କ ଆଡ୍ଡାସ୍ଥଳୀ...

ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର ଘଟନା:ସାହାଯ୍‌ ଲାଗି କଥା ଦେଲେ ବିଧାୟିକା

  ଅତାବିରା, ୧୭।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲକଁର ପୁଓ ଶଙ୍କର ଜାଲ(୮)। ଜନ୍‌ମୁ ଶଙ୍କରର ମଲଦୁଆର...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ...

ଦିଲ୍ଲୀରେ ବିକ୍ରି ଯୁବତୀ ଉଦ୍ଧାର

ରାଉରକେଲା ଅଫିସ,୧୨ା ୩-ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀ (୨୫) ମଙ୍ଗଳବାର ଉଦ୍ଧାର ପରେ ଗାଁକୁ ଫେରିଛନ୍ତି। ସେ ଚାନ୍ଦିପୋଷ ଥାନା...

ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି...

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):ଷୋଡଶ ବିଧାନସଭାର ଦ୍ୱିତୀୟ ତଥା ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ...

‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌...

ନଦୀରେ ବୁଡ଼ି ଶିଶୁ ମୃତ

କୁଆମରା ,୨୨ା୧(ଡ଼ି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅଧୀନ ବରଡିହି ପଞ୍ଚାୟତର ପରିଛିପୁର ଗ୍ରାମର ଏକ ୪ ବର୍ଷର ଶିଶୁ ପୁତ୍ର ସୋନ ନଦୀରେ ବୁଡ଼ି ପ୍ରାଣ...

Advertisement
Archives

Model This Week