କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନଭୋଜନ ଖାଉଥିବାବେଳେ ହଠାତ୍‌ ସେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କିଛି ଅନ୍ୟ ଔଷଧ ଖାଉଥିବାରୁ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଉ ନ ଥିଲା । ତେବେ ଏହା ଏକ ଦୁଃଖଦ ମୃତ୍ୟୁ ବୋଲି ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି । ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ତଥ୍ୟ ଦିଆଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ କରୋନା ଟେଷ୍ଟିଂ ହେବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା।
ପ୍ରକାଶଯୋଗ୍ୟ, ତାଙ୍କ ସହ ୬୯ ଜଣ ସୁରଟରୁ ଆସି ବୁଧବାର ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟ ସମୟରେ ହନୁମାନଙ୍କ ଭଳି ମୋଦି ଆଣିଦେଲେ ସଞ୍ଜିବନୀ ବୁଟି: ବ୍ରାଜିଲ୍‌ ରାଷ୍ଟ୍ରପତି

ବ୍ରାସିଲିଆ,୮।୪: କରୋନା ସଂକ୍ରମଣ ଯୋଗୁ ବ୍ରାଜିଲ୍‌ରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ୍‌. ବୋଲସାନାରୋ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

କୋଟାରେ ଫସିଛନ୍ତି ଛାତ୍ରୀଛାତ୍ର, ଫେରାଇ ଆଣିବାକୁ ଭଦ୍ରକ ବିଧାୟକଙ୍କୁ ଭେଟିଲେ ପରିବାର

ଭଦ୍ରକ ଅଫିସ, ୧।୫: ରାଜସ୍ଥାନର କୋଟାରେ ଫଶିଥିବା ଭଦ୍ରକର ଛାତ୍ରୀଛାତ୍ରମାନଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଶୁକ୍ରବାର ବିଧାୟକ ସଞ୍ଜୀବ ମଲିକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର...

ନିର୍ମାଣ ସ୍ଥଳ ଦେଖିଲେ ବିଧାୟକ

କଣିହାଁ,୧୭ା୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କରଡେଇ-ବୁରୁବାହାଳ ଗ୍ରାମ ଏରିଆରେ ଟିକିରା ନଦୀରେ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଛି। ଧାର୍ଯ୍ୟ ସମୟ...

କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !

ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା...

ପ୍ରକଳ୍ପ ଅଧାପନ୍ତରିଆ, ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଫଳରେ ୨ୱାର୍ଡ ବିଶିଷ୍ଟ...

କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନକଲେ ଭଉଣୀ-ଭାଇ

ତାଳଚେର,୧୯ା୪(ନି.ପ୍ର.): କରୋନା ମୁକାବିଲା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା...

ନକଲି ଡିଏଲ୍‌ ପ୍ରସ୍ତୁତକାରୀ ଦୋକାନ ଠାବ: ବିଭିନ୍ନ ସାମଗ୍ରୀ ଜବତ, ୨ ଗିରଫ

ବଡ଼ବିଲ,୧୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏମଭି ତନଖି କରୁଥିବାବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଏକ ବାଇକ ଜବତ କରିବା ସହ ଚାଳକଙ୍କୁ ଗିରଫ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *