କ୍ୟାପିଟାଲ ହସ୍ପିଟାଲ ପରିସରରେ ଜମୁଛି ଅଟୋ ଡ୍ରାଇଭରଙ୍କ ଆଡ୍ଡା : ବଢୁଛି ନାନା ସମସ୍ୟା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆଡ୍ଡା ଜମାଉଥିବା ଅଟୋ ଓ ଏହାର ଚାଳକଙ୍କୁ ହଟାଇବା ଉଦ୍ୟମ ବିଫଳ ହୋଇଛି। ନାନା ସମସ୍ୟା ସୃଷ୍ଟି ହେବାରୁ ଶେଷରେ ଅଟୋ ଚାଳଚଳ ଓ ପାର୍କିଂ ଉପରେ ପୂରା ଅଙ୍କୁଶ ଲଗାଯାଇଛି। ହେଲେ ଗୁରୁବାର ଏହାକୁ ନେଇ ପୋଲିସ ଓ ଅଟୋ ଚାଳକ ମୁହାଁମୁହିଁ ହେବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଅଟୋଗୁଡିକ ହଟିବା ପରେ ପୁଣି ହସ୍ପିଟାଲ ପରିସରରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିତ୍ଥଲା।
ମିଳିଥିବା ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ପରିସରରେ ଅଟୋ ଚଳାଚଳ ଯୋଗୁ ସମସ୍ୟା ବଢ଼ୁଛି। ଚାଳକମାନେ ମନଇଚ୍ଛା କାଜୁଆଲିଟି, ପ୍ରସୂତି ବିଭାଗ ଓ ଅନ୍ୟ କେତେକ ସ୍ଥାନରେ ବେଆଇନ ଭାବେ ଅଟୋ ପାର୍କିଂ କରୁଛନ୍ତି। ହସ୍ପିଟାଲ ରାସ୍ତାରେ ବେପରୁଆ ଭାବେ ଗାଡ଼ି ଚଲାଇ ଦୁର୍ଘଟଣା ଘଟୁଛି। ସେହିଭଳି ଘରୋଇ ଆମ୍ବୁଲାନ୍ସ ମଧ୍ୟ ମନଇଚ୍ଛା ଜାଗା ମାଡ଼ି ରହୁଛି। ଏହାଦ୍ୱାରା ଆମ୍ବୁଲାନ୍ସ ଓ ରୋଗୀଙ୍କୁ ନେବାଆଣିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଏନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ହସ୍ପିଟାଲ ପରିସରରୁ ଅଟୋ ହଟାଇବା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଚିଠି ଲେଖିଥିଲେ। ଏହାସହ ସେ ଡିସିପି ଅନୁପ କୁମାର ସାହୁଙ୍କୁ ଭେଟି ସମସ୍ୟା ନେଇ ଆଲୋଚନା କରିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୩୦ରେ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀ ହସ୍ପିଟାଲକୁ ଯାଇ ପାର୍କିଂ କରିଥିବା ଅଟୋ ଚାଳକଙ୍କୁ ତୁରନ୍ତ ଗାଡ଼ି ବାହାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଟୋ ଚାଳକମାନେ ଏକାଠି ହୋଇ ଏହାକୁ ବିରୋଧ କରିବା ସହ ଥାନା ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ସେଠାରେ ଏକପ୍ରକାର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସମସ୍ତ ଅଟୋ ହସ୍ପିଟାଲ ପରିସରରୁ ହଟିଥିଲା। ଥାନା ଅଧିକାରୀ ସେଠାରେ ଏକ ଘଣ୍ଟା ରହି ଚାଲିଯିବା ପରେ ସେଠାରେ ପୁଣି ପୂର୍ବଭଳି ଅଟୋ ପାର୍କିଂ କରାଯାଇଥିଲା। ଏନେଇ ଫାଣ୍ଡି ପୋଲିସ ଜାଣିବା ପରେ ସେଠାରେ ପୋଲିସ ମୁତୟନ କରି ଜଗାଇଥିଲେ। କିନ୍ତୁ ପୋଲିସକୁ ଖାତିର ନ କରି ଅଟୋ ଚାଳକମାନେ ସେଠାରେ ଗାଡ଼ି ରଖିଥିଲେ। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି, କାଜୁଆଲଟି ଆଗରେ ଅଟୋ ପାର୍କିଂ ହେଉଥିବାରୁ ଆମ୍ବୁଲାନ୍ସ ଯିବାଆସିବା ସହ ଅନ୍ୟ ସମସ୍ୟା ହେଉଛି। ଅଟୋ ଚାଳକଙ୍କୁ ହଟାଇବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri