କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଏନ୍‌ଜିଟିଙ୍କ ପକ୍ଷରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ୩ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମଗାଯାଇଛି। ଫେବୃୟାରୀ ୨୫କୁ ମାମଲାର ପରବର୍ତ୍ତୀ ତାରିଖ ପାଇଁ ଦିନଧାର୍ଯ୍ୟ ହୋଇଛି।
ସୂଚନାଥାଉକି, ଉକ୍ତ ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟରେ ଜଙ୍ଗଲ ଆଇନର ଉଲ୍ଲଂଘନ ହୋଇଥିବା ପିଟିଶନରେ ଉଲ୍ଲେଖ ରହିଛି। ଆବେଦନକାରୀ ମୀନକେତନ ଦାଶ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ପ୍ରକଳ୍ପ ନିମନ୍ତେ ୪.୭ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଥିଲା। ମାତ୍ର ଏହି ଜମିକୁ ବାଦ୍‌ ଦେଇ ୩ କିଲୋମିଟର ରାସ୍ତା ଜଙ୍ଗଲ ଜମିରେ ନିର୍ମାଣ କରାଯାଇଛି। ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୧୨ ମେଗାୱାଟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ୧୫ ମେଗାୱାଟକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ନିକଟରେ ଥିବା ଗୁଲୁମି ଜଳପ୍ରପାତ ନିଜର ଶୋଭା ହରାଇବା ସହିତ ସେଠାକାର ସବୁଜିମା ପ୍ରଭାବିତ ହେବ। ଏପରିକି ପ୍ରକଳ୍ପ ନିର୍ମାଣ ନିମନ୍ତେ ଟର୍ନେଲ ସ୍ଥାନରେ ଚ୍ୟାନେଲ କରାଯାଇଛି। ସେହିପରି ବନଖଣ୍ଡ ଅଧିକାରୀଙ୍କ ଅନୁମତି ନ ନେଇ ବ୍ୟାପକ ଗଛ ମଧ୍ୟ କଟାଯାଇଛି। ଏଭଳି ବେଆଇନ କାର୍ଯ୍ୟ ଜଙ୍ଗଲ ଓ ପରିବେଶକୁ ବ୍ୟାପକ ପ୍ରଭାବ ପଭାବିତ କରୁଛି ବୋଲି ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା...

ଆଜି କଟକରୁ ୬୩ ପଜିଟିଭ ଚିହ୍ନଟ

କଟକ ଅଫିସ, ୧୪।୮- କଟକ ସହରରୁ ଶୁକ୍ରବାର ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୩୦ ଜଣ, କଣ୍ଟେନମେଣ୍ଟ ଜୋନରୁ ୧୩ ପଜିଟିଭ...

ବାଘୁଆ ଜଳ ଭଣ୍ଡାର: ଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି

ବୁଗୁଡ଼ା,୨୫ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ବାଘୁଆ ଜଳ ଭଣ୍ଡାରରୁ ନଦୀରେ ଜଳ ନିଷ୍କାସନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଜଳ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି...

ଦଶମ ପିଲାଙ୍କ ପାଇଁ ନୂଆ ଢାଞ୍ଚା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ପରୀକ୍ଷା ହେବ। ଏଭଳି ପନ୍ଥା ଆପଣେଇଛି ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)।...

ଜିଲାପାଳଙ୍କ ଅଚାନକ ଖରିଆରରୋଡ ହସ୍ପିଟାଲ ପରିଦର୍ଶନ

ନୂଆପଡା ଅଫିସ,୩୧ା୮ – ନୂଆପଡା ଭଳି ଉପାନ୍ତ ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ...

ହୃଦରୋଗରେ ଡାକ୍ତରଙ୍କ ପରଲୋକ

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅନ୍ତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର ମହାପାତ୍ର(୪୩) ହୃଦ୍‌ରୋଗରେ ପ୍ରାଣ ହରାଇଛନ୍ତି। ନୀଳଗିରି ମିତ୍ରପୁର ଅଞ୍ଚଳର...

୪ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କୁ ବନ୍ୟାଞ୍ଚଳ ଦାୟିତ୍ୱ

ଭୁବନେଶ୍ୱର,(ବ୍ୟୁରୋ)୨୨ା୮: ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟାସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଆସିବାରୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ...

ବୁଲା ପ୍ରାଣୀଙ୍କ ଖାଇବା ଲାଗି ସରକାର ଖର୍ଚ୍ଚ କରିବେ ୮୦ଲକ୍ଷ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାସ୍ତାରେ ବୁଲୁଥିବା କୁକୁର ଏବଂ ଅନ୍ୟ ପ୍ରାଣୀମାନଙ୍କ ଖାଇବା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ...

Advertisement
Archives

Model This Week