କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ ଦେଶସେବା। ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ନାଏବ ସୁବେଦାର ଗୋପୁ ରାମଣା ରେଡ୍ଡୀ ଏହାକୁ ନିଜର ବ୍ରତଭାବେ ପାଳନ କରୁଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରକାଶମ୍‌ ଜିଲା ଅଧୀନ ଗିଡ୍ଡାଲୁର୍‌ ଗ୍ରାମରେ ରାମଣାଙ୍କ ଘର। ସେ ଆର୍ମି ମେଡିକାଲ କୋର୍ପସ୍‌ରେ କାର୍ଯ୍ୟରତ ଥିବାବେଳେ ଜଣେ ନର୍ସିଂ ଆସିଷ୍ଟାଣ୍ଟଭାବେ ସୀମାରେ ଲଢ଼େଇ ସମୟରେ ଏବଂ ତାପମାତ୍ରା କମ୍‌ଯୋଗୁ ବରଫ ମଧ୍ୟରେ ରହି ଅନେକ ସମୟରେ ଆହତ ହେଉଥିବା ଯବାନମାନଙ୍କ କ୍ଷତ ଭଲ କରିବା ଏବଂ ପୁଣି ଲଢ଼େଇ ପାଇଁ ସେମାନଙ୍କୁ ସୁସ୍ଥ କରିବା ତାଙ୍କ କାର୍ଯ୍ୟ। ହେଲେ ସେ ଏହାକୁ ନିଜ ପେସାଠାରୁ ଅଧିକ ନିଶା ରୂପେ ଗ୍ରହଣ କରିଛନ୍ତି। ସେ କୌଣସି ବାଧ୍ୟବାଧକତାରେ ନୁହେଁ ବରଂ ନିଜ ଖୁସିରେ ଭାରତୀୟ ସୈନ୍ୟବାହିନୀରେ ଯୋଗଦେଇଥିବା କୁହନ୍ତି। ସୀମାରେ ଲଢ଼େଇ ସମୟରେ ସେମାନେ ମଧ୍ୟ ଶତ୍ରୁଙ୍କ ଟାର୍ଗେଟ ହୋଇଥାନ୍ତି। ତେଣୁ ବିଭିନ୍ନ ଔଷଧ ସମେତ ନିଜକୁ ରକ୍ଷା କରିବାପାଇଁ ସାଥିରେ ଅସ୍ତ୍ରଶସ୍ତ୍ର ମଧ୍ୟ ନେବାକୁ ପଡ଼ିଥାଏ ବୋଲି ସେ କୁହନ୍ତି। ରାମଣା ମୀରଟ୍‌, ଦିଲ୍ଲୀ, ଶ୍ରୀନଗର, ସୁରଟଗଡ଼, ଲକ୍ଷ୍ନୌ,ପୁନେ ଏବଂ ସିକନ୍ଦରାବାଦଠାରେ ସେବା ଯୋଗାଇଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦ୍‌ରେ ଅଟଳ ରାହୁଲ: ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଲକ୍ଷ୍ନୌ, ୩୦ା୬ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ଲାଗି ଅଡ଼ି...

ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ନୂଆଦିଲ୍ଲୀ, ୩୦।୧୨: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ସୂଚନା...

ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ …

ଭୋପାଳ,୨୮।୫: ଖାଦ୍ୟ ଦେବାରେ ବିଳମ୍ବ ପାଇଁ ସ୍ବାମୀ ନିଜ ଉପରୁ ଆୟତ୍ତ ହରାଇ ସ୍ତ୍ରୀଙ୍କୁ କୂଅକୁ ଫିଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାତପିପ୍‌ଲିୟା...

କାନାଡ଼ାରେ ବଢ଼ୁଛି ଘୃଣା ଅପରାଧ

ନୂଆଦିଲ୍ଲୀ,୨୪ା୯: କାନାଡ଼ାରେ ଘୃଣିତ ଅପରାଧ, ସାମ୍ପ୍ରଦାୟିକ ହିଂସା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଦ୍ରୁତ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ଭାରତୀୟ...

ମୋଦି ସାହସିକତାର ପଦକ୍ଷେପ ନେଇଛନ୍ତି: ମୋହନ ଭାଗବତ

ନୂଆଦିଲ୍ଲୀ, ୫।୮:କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ବତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ସରକାରରଙ୍କ ଏହି ନିଷ୍ପତ୍ତିକୁ...

ଯେଉଁଠି ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସନ୍ତି ଲୋକ…

ସାଧାରଣତଃ ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ତେବେ ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି।...

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି...

ପଞ୍ଜାବ ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ଶେଷ ହେବା ସମ୍ଭାବନା, କ୍ୟାପଟେନ୍‌ ଦେଲେ ସଙ୍କେତ…

ଚଣ୍ଡିଗଡ଼,୨୦।୧୦: ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ...

Advertisement
Archives

Model This Week