କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଲେ ମା’

ବେଜିଂ,୧୨।୯:ଚାଇନାର ବେଜିଂରେ ଏକ ଅଜବ ଘଟଣା ଘଟିଛି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଇଛନ୍ତି ମା’। କେବଳ ଏତିକି ନୁହେଁ, ପିଲା ଦୁଇଟିକୁ ବିକି କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ସହ ବଳକା ଟଙ୍କାରେ ଏକ ସ୍ମାର୍ଟଫୋନ କିଣିଛନ୍ତି। ଘଟଣାରେ ପୋଲିସ ମହିଳାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳା ଜଣଙ୍କ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ। ପରେ ମହିଳାଙ୍କ ମାତାପିତା ଉକ୍ତ ପିଲାଙ୍କ ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ଜନ୍ମିତ ଶିଶୁଙ୍କ ପିତା ମଧ୍ୟ ହସ୍ପିଟାଲକୁ ଆସି ନ ଥିଲେ। ମହିଳାଜଣଙ୍କ ବାଧ୍ୟ ହୋଇ ନିଜ ଯାଆଁଳା ଶିଶୁଙ୍କୁ ୬.୫ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ସବୁଠୁ ରୋଚକ କଥା ହେଉଛି ଶିଶୁ ବିକ୍ରି ପରେ ମହିଳାଙ୍କ ବୟଫ୍ରେଣ୍ଡ୍‌ ତାଙ୍କୁ ଟଙ୍କା ମାଗିଥିଲେ। ପୋଲିସ୍‌ ଘଟଣାରେ ଉଭୟଙ୍କୁ ଗିରଫ କରି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ...

ମହାମାରୀ ମାଡ: ମାତ୍ର ଗୋଟିଏ ଡଲାରରେ ବିକ୍ରି ହେବ ଗଣମାଧ୍ୟମ ସଂସ୍ଥା

ଓ୍ବିଲିଙ୍ଗଟନ,୨୬।୫: କରୋନା ଭାଇରସ ସଂକ୍ରମଣର ପ୍ରଭାବ ସବୁଠି ପଡିଥିବା ଲକ୍ଷ୍ୟ କରାଯାଇଛି। ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଏବେ ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମ...

ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ...

ଗୋଟିଏ ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି-ଇମ୍ରାନ

ନ୍ୟୁୟର୍କ,୯।୯: ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ...

ପୃଥିବୀ ବାହାରୁ ମିଳିଲା ରେଡିଓ ସିଗ୍‌ନାଲ

ନୂଆଦିଲ୍ଲୀ, ୧୩ା୧୦: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଅଛି କି ନା ସେ ନେଇ ଦୀର୍ଘଦିନରୁ ଗବେଷଣା ଜାରି ଥିବାବେଳେ ଏବେ ଏକ ଅଦ୍ଭୁତ...

ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍‌: ଏଥିରେ ମିଳିବ କେବଳ ୨ କେଜି ଆଳୁ

ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍‌। ତେଣୁ ଏଠାରେ ଏକ କପ୍‌...

ସ୍ବାଦିଷ୍ଟ ଖାଦ୍ୟ-ଶାରୀରିକ ସମ୍ପର୍କ ନେଇ ଏଭଳି ମନ୍ତବ୍ୟ ଦେଲେ ପୋପ୍‌…

ରୋମ୍‌, ୧୦।୯: ଏବେ ସୋସିଆଲ୍‌ ମିଡ଼ିଆରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ପୋପ୍‌ କହିଛନ୍ତି ଯେ, ସ୍ବାଦିଷ୍ଟ...

କରୋନା ଭାଇରସ: ବ୍ରିଟେନ ହସ୍ପିଟାଲରେ ୪ ଦିନ ପରେ ଆଉ ମିଳିବ ନାହିଁ ସ୍ଥାନ!

ଲଣ୍ଡନ,୨୬।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ତା’ର...

Advertisement
Archives

Model This Week