କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ। ତୃଣମୂଳ ଏବଂ ଯୁବ ସ୍ତରରେ ଖେଳର ବିକାଶ ଲାଗି ଖେଲୋ ଇଣ୍ଡିଆ ଯୋଜନାରେ ଅଧିକ ୨୯୧.୪୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଫଳରେ ଅଲିମ୍ପିକ ବର୍ଷରେ ସରକାର ଅନ୍ୟ ବିଭାଗରେ ଆର୍ଥତ୍କ ମଞ୍ଜୁରୀ ହ୍ରାସ କରିଥିବା ସ୍ପଷ୍ଟ ହୋଇଛି। ପାର୍ଲାମେଣ୍ଟରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଜାତୀୟ ଫେଡରେଶନଗୁଡ଼ିକ ଲାଗି ୨୪୫.୦୦ କୋଟି ଟଙ୍କା ବରାଦ ହୋଇଛି, ଯାହାକି ୨୦୧୯-୨୦ ବର୍ଷ ତୁଳନାରେ ଏହା ୫୫ କୋଟି ଟଙ୍କା କମ୍‌। କ୍ରୀଡ଼ାବିତ୍‌ଙ୍କ ଲାଗି ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶିର ପରିମାଣ ମଧ୍ୟ ହ୍ରାସ କରାଯାଇଛି। ଏହା ୧୧୧ କୋଟିରୁ ୭୦କୋଟି ଟଙ୍କାକୁ କମାଇ ଦିଆଯାଇଛି। ସେହିପରି ନ୍ୟାଶନାଲ ସ୍ପୋଟର୍‌ସ ଡେଭଲପମେଣ୍ଟ ବଜେଟର ପରିମାଣ ୫୦.୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଗତବର୍ଷ ଏବାବଦରେ ୭୭.୧୫ କୋଟି ଟଙ୍କା ବରାଦ କରାଯାଇଥିଲା। ସରକାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପାଇଁ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ସେହି ତୁଳନାରେ ଗତବର୍ଷ ଏବାବଦରେ ୬୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଇ ଷ୍ଟାଡିୟମର ଆଧୁନିକୀକରଣ ପାଇଁ ୭୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଗତବର୍ଷ ସରକାର ଏବାବାଦରେ ୯୬ କୋଟି ଟଙ୍କା ମଞ୍ଜୁର କରିଥିଲେ। କ୍ରୀଡ଼ାବିତ୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ଜାତୀୟ କଲ୍ୟାଣ ପାଣ୍ଠି ପାଇଁ ପୂର୍ବ ଭଳି ୨ କୋଟି ଟଙ୍କା ବରାଦ କରାଯାଇଛି। ଜମ୍ମୁ-କଶ୍ମୀରରେ କ୍ରୀଡ଼ାର ବିକାଶ ଲାଗି ପୂର୍ବ ଭଳି ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଲକ୍ଷ୍ମୀବାଈ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ପାଇଁ ବଜେଟରେ ଗତ ବର୍ଷ ତୁଳନାରେ ୫ କୋଟି ଟଙ୍କା ଅଧିକ ମଞ୍ଜୁର କରାଯାଇଛି। ଯାହା ଫଳରେ ଏହାର ପରିମଣା ୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଏ’ ଦଳରେ ଋତୁରାଜ, ଅନମୋଲପ୍ରୀତ, ଇଶାନ

ନୂଆଦିଲ୍ଲୀ,୪।୭(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଏ’ ଦଳ ଘୋଷଣା କରିଛି। ଏହି ଦଳରେ କେତୋଟି ପରିବର୍ତ୍ତନ କରାଯାଇଛି। ଆଗାମୀ ଓ୍ବେଷ୍ଟଇଣ୍ଡିଜ ଏ’...

ରାହାନେଙ୍କୁ ଚେତାବନୀ ଦେଲେ ପୂର୍ବତନ ଓପନର୍‌ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୨।୭: ଭାରତର ପୂର୍ବତନ ଓପନର୍‌ ବ୍ୟାଟ୍ସମ୍ୟାନ ୱାସିମ ଜାଫର୍‌ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନର ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟ ଦଳରେ ରହିବାକୁ ରନ ସ୍କୋର...

କାନାରା ବ୍ୟାଙ୍କ ପକ୍ଷରୁ ଶ୍ରେଣୀଗୃହର ପୁନର୍ନିମାଣ

ଭୁବନେଶ୍ୱର,୬।୨: କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହର ମରାମତି କରାଯାଇଛି। ସ୍ଥାନୀୟ ପଳାଶପଲ୍ଲୀଠାରେ ଅବସ୍ଥିତ ଓଡ଼ିଶା ଆସୋସିଏଶନ ଅଫ୍‌...

‘ମୁଁ ଚ୍ୟାଲେଞ୍ଜ୍‌ ନେବାକୁ ପସନ୍ଦ କରେ’

ନୂଆଦିଲ୍ଲୀ,୨୯।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ୧୫ବର୍ଷ ଧରି...

ରାଜୀବ ମେହେଟା ମାଇଣ୍ଡଟ୍ରି ସିଇଓ

ନୂଆଦିଲ୍ଲୀ,୧।୮: ପୂର୍ବତନ କଗ୍‌ନିଜାଣ୍ଟ ପ୍ରେସିଡେଣ୍ଟ ରାଜୀବ ମେହେଟା ମାଇଣ୍ଡଟ୍ରିର ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀର ସହ ପ୍ରତିଷ୍ଠାତା ତଥା ସିଇଓ ରୋଷ୍ଟୋ ରାବଣନ୍‌ଙ୍କ ଇସ୍ତଫା...

ଛକା ମାରି ମ୍ୟାଚ୍‌ ଜିତାଇଥିବା ବ୍ୟାଟ୍‌କୁ ନିଲାମ କରିବେ ପାକିସ୍ତାନର ଏହି ଖେଳାଳି

ଦୁବାଇ,୧୦।୯: ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ସୁପର-୪ ମୁକାବିଲାରେ ଲଗାତାର ଦୁଇ ଛକା ମାରି ପାକିସ୍ତାନକୁ ବିଜେତା କରାଇଥିଲେ ନସିମ ଶାହା। ଦଳର ଏହି ନୂଆ ଷ୍ଟାର...

୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଏହି କ୍ରିକେଟର୍‌: ଦର୍ଶକ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ,୩୧।୩: ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦୀର୍ଘ ୭ ବର୍ଷ ପରେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ୧୪ତମ...

ତେନ୍ଦୁଲକରଙ୍କ ପରାମର୍ଶ ଚାହାଁନ୍ତି ପାକିସ୍ତାନ ଓପନର

ଲାହୋର, ୨୨ା୪ (ପି.ଟି.)-ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କଠାରୁ ପରାମର୍ଶ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପାକିସ୍ତାନ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଓପନର ଆବିଦ୍‌ ଅଲି।...

Advertisement
Archives

Model This Week