କ୍ରିପ୍ଟୋକରେନ୍ସି ବ୍ୟାନ୍‌ ପାଇଁ ସୁପାରିସ୍‌

ନୂଆଦିଲ୍ଲୀ,୨୩-୭: କ୍ରିପ୍ଟୋକରେନ୍ସି ଉପରେ ନିଷ୍ପତ୍ତି ନେବା ଲାଗି ସରକାରଙ୍କ ପକ୍ଷରୁ ଗଠିତ ଅନ୍ତଃମନ୍ତ୍ରଣାଳୟ କମିଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଘରୋଇ କ୍ରିପ୍ଟୋକରେନ୍ସି ପ୍ରଚଳନକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବା ଲାଗି ସୁପାରିସ୍‌ରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଘରୋଇ କ୍ରିପ୍ଟୋକରେନ୍ସିରେ ଅଧିକ ବିପଦ ରହିଛି ଏବଂ ଏହାର ମୂଲ୍ୟରେ ଅସ୍ଥିରତା ଲାଗି ରହିବ। ଏଣୁ ଦେଶରେ କ୍ରିପ୍ଟୋକରେନ୍ସିକୁ ବ୍ୟାନ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ପକ୍ଷଙ୍କ ଠାରୁ ବଡ଼ ଧରଣର ଜରିମାନା ଆଦାୟ କରିବାକୁ ସୁପାରିସ୍‌ରେ କୁହାଯାଇଛି। ରିପୋର୍ଟରେ ବିଟ୍‌କଏନ୍‌ ସମେତ ଇଥେରିୟମ, ରିପଲ ଏବଂ କାର୍ଡାନୋ ସମେତ ବହୁ କ୍ରିପ୍ଟୋକରେନ୍ସି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଜିସୁଦ୍ଧା ବିଶ୍ୱରେ ୧୧୯.୪୬ ବିଲିୟନ ଡଲାର ମୂଲ୍ୟର ୨,୧୧୬ ପ୍ରକାର କ୍ରିପ୍ଟୋକରେନ୍ସି ପ୍ରଚଳନରେ ରହିଛି। ଏସଂକ୍ରାନ୍ତରେ ଏକ ବିଲ୍‌ ଆଣିବାକୁ କମିଟି ପରାମର୍ଶ ଦେଇଛି। ଏହି ରିପୋର୍ଟ ଓ ଚିଠା ବିଲ୍‌କୁ ସରକାର ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ତେବେ କମିଟି ଡିଷ୍ଟ୍ରିବ୍ୟୁଟେଡ ଲେଜର ଟେକ୍ନୋଲୋଜି ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇ ଏହାକୁ ବିଭିନ୍ନ ସରକାରୀ ସେବାରେ ବ୍ୟବହାର କରାଯାଇପାରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ...

ହ୍ୟୁଣ୍ଡାଇ ପକ୍ଷରୁ କାର୍‌ କେୟାର କ୍ୟାମ୍ପ

କଲିକତା,୧୧-୧୧: ହ୍ୟୁଣ୍ଡାଇ ପକ୍ଷରୁ ମେଗା କାର୍‌ କେୟାର କ୍ୟାମ୍ପ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପର ଲାଭ କମ୍ପାନୀର ଗ୍ରାହକମାନେ ଏହାର ଡିଲରଶିପଗୁଡିକରେ ଚଳିତ...

ଘନେଇଲା ବିଦ୍ୟୁତ୍‌ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…

ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍‌ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ...

ବିରତି ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୩୦।୬: ରବିବାର ଦର ବୃଦ୍ଧିର ବିରତି ପରେ ପୁଣି ଥରେ ସୋମବାର ତେଲ ଦରରେ ବୃଦ୍ଧି ଘଟିଛି। ସୋମବାର ଡିଜେଲ ଲିଟର ପିଛା ୧୩ ପଇସା...

ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ...

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫...

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌...

କୋଭିଡ୍‌ ପରେ ତେଲ ୩୦% ମହଙ୍ଗା

ନୂଆଦିଲ୍ଲୀ,୧।୩:  ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ...

Advertisement
Archives

Model This Week