କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଗତ ୨୦ବର୍ଷ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗ ଦୃଷ୍ଟି ଦେଲାନି। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ଏବେ ‘କ୍ରିଟିକାଲ ଏରିଆ’ ଭାବେ ଘୋଷଣା ହେବାକୁଯାଉଛି। ଏହା ହେଲେ ପାରାଦୀପରେ ନୂତନ ଶିଳ୍ପ ପ୍ରତିଷ୍ଠାର ବାଟ ଏକପ୍ରକାର ବନ୍ଦ ହୋଇଯିବ ବୋଲି କୁହାଯାଉଛି। ପ୍ରକାଶ ଯେ, ଅନିୟମିତ ବର୍ଷା, ପରିବର୍ତ୍ତିତ ଜଳବାୟୁ, ଅସନ୍ତୁଳନ ପରିବେଶକୁ ଆଖିଆଗରେ ରଖି ୨୦୧୫ରେ ୧୯୫ ଦେଶ ପ୍ୟାରିସ ରାଜିନାମାରେ ସ୍ବାକ୍ଷର କରିଥିଲେ। ଉକ୍ତ ସମନ୍ବିତ ରାଜିନାମାର ଆଭିମୁଖ୍ୟ ଥିଲା ସମସ୍ତେ ଜୈବବିବିଧତାର ସୁରକ୍ଷା, ପରିବେଶ ସନ୍ତୁଳନ ଓ ତାପମାତ୍ରା ନିୟନ୍ତ୍ରଣ ନିମନ୍ତେ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି କରିବେ। ଜୀବାସ୍ମ ଇନ୍ଧନ ବ୍ୟବହାରକୁ କମାଇବେ। ସେହି ରାଜିନାମାର ନିୟମାବଳି ୨୦୧୯ ଏପ୍ରିଲ ୧୯ରେ ସମସ୍ତ ୧୯୫ ଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ କେତେକ ନିୟମ ପରିବର୍ତ୍ତନ କରିବାକୁଯାଉଛି। ପୂର୍ବରୁ ଯେଉଁ ଅଞ୍ଚଳରେ ୭୦ ପ୍ରତିଶତ ପ୍ରଦୂଷଣ ହେଉଥିଲା ସେହି ଅଞ୍ଚଳକୁ ଅତ୍ୟଧିକ ପ୍ରଦୂଷିତ ବା ‘କ୍ରିଟିକାଲ ଏରିଆ’ ଘୋଷଣା କରାଯାଉଥିଲା। ବର୍ତ୍ତମାନ ଏହାକୁ ୬୦ ପ୍ରତିଶତ କରାଯାଇଛି। ଅର୍ଥାତ୍‌ ୬୦ ପ୍ରତିଶତରୁ ଅଧିକ ପ୍ରଦୂଷିତ ହେଉଥିବା ଅଞ୍ଚଳ ‘କ୍ରିଟିକାଲ ଏରିଆ’ ଘୋଷିତ ହେବ ଓ ସେଠାରେ ଆଉ କୌଣସି ନୂତନ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ। ଏଭଳି ପ୍ରଦୂଷଣ ମାତ୍ରାକୁ ଦେଖିଲେ ରାଜ୍ୟ ପ୍ରଗତିର ମୁଖଶାଳା କୁହାଯାଉଥିବା ପାରାଦୀପର ସ୍ଥାନ ପ୍ରଥମେ ରହିବ। ତେଣୁ ପାରାଦୀପକୁ କ୍ରିଟିକାଲ ଏରିଆ ଭାବେ ଘୋଷଣା କରିବାକୁ ସରକାରୀ ଭାବେ କାଗଜପତ୍ର ପ୍ରସ୍ତୁତି ଚାଲିଛି। ସମ୍ଭବତଃ ଆସନ୍ତା ମାସେ ଭିତରେ ଏହି ଘୋଷଣା ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବରରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ୮୮ ସହରକୁ ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରି ରେଡ୍‌ ତାଲିକାଭୁକ୍ତ କରିଥିଲା। ଏଥିରେ ଥିବା ଓଡ଼ିଶାର ୪ ସ୍ଥାନ ମଧ୍ୟରେ ପାରାଦୀପ ରହିଛି। ୨୦୦୫ରେ ପାରାଦୀପର ପ୍ରଦୂଷଣ ମାତ୍ର ୬୯.୨୪ ପ୍ରତିଶତ ଥିଲା। ତା’ପରଠାରୁ ଆଉ ସର୍ଭେ ହୋଇନି। ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସର୍ଭେ କରାଯାଇ ନ ଥିଲେ ମଧ୍ୟ ପ୍ରଦୂଷଣ ମାତ୍ରା ଅଧିକ ଥିବା କୁହାଯାଇଛି। ଏଭଳି ପ୍ରଦୂଷଣ ବୃଦ୍ଧି ପାଇଁ ବିଶେଷ କରି ଜଙ୍ଗଲ ବିଭାଗ ଦାୟୀ। କାରଣ ନିୟମ ଅଛି ଯେକୌଣସି ଶିଳ୍ପ ସଂସ୍ଥା ନିଜ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳ ସବୁଜ ବଳୟ ସୃଷ୍ଟି କରିବା କଥା। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ ଶିଳ୍ପ ସଂସ୍ଥା ମଧ୍ୟରୁ କେହି ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ୨୦୧୮ରେ ଜଙ୍ଗଲ ବିଭାଗ ବିଧାନସଭା ହାଉସ କମିଟି ଆଗରେ ଯେଉଁ ରିପୋର୍ଟ ଦର୍ଶାଇଥିଲେ ସେଥିରେ ୧୮ ପ୍ରତିଶତ ବନୀକରଣ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଏ ସମ୍ପର୍କରେ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଉତ୍ତର ମିଳୁଛି ବନୀକରଣ ବା ସବୁଜ ବଳୟ ପାଇଁ ରାଜ୍ୟ ସରକାର ଜମି ଦେଉ ନାହାନ୍ତି। ଅନ୍ୟ କେତେକ ଦର୍ଶାଇଥାନ୍ତି ସେମାନେ ପୁରୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ଗଛ ଲଗାଇଛନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠେ ଶିଳ୍ପ ଗୋଟିଏ ସ୍ଥାନରେ, ବୃକ୍ଷରୋପଣ ଅନ୍ୟ ଗୋଟିଏ ସ୍ଥାନରେ ହେଲେ ପ୍ରଦୂଷଣ ନିୟନ୍ତ୍ରଣ ହେବ କିପରି। ୧୯୯୯ ମହାବାତ୍ୟାରେ ପାରାଦୀପରେ ବ୍ୟାପକ ସବୁଜ ବଳୟ ନଷ୍ଟ ହୋଇଥିଲା। ଇତିମଧ୍ୟରେ ୨୦ବର୍ଷ ବିତିଗଲାଣି, କିନ୍ତୁ କ୍ଷତିଗ୍ରସ୍ତ ହୋଇଥିବା ସବୁଜ ବଳୟ ଅଦ୍ୟାବଧି ଭରଣା ହୋଇପାରିନି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ସମ୍ପୂର୍ଣ୍ଣ ନୀରବ। ଏପରିକି ମହାନଦୀ ମୁହାଣ ଅଞ୍ଚଳରେ ଥିବା ସଂରକ୍ଷିତ ହେନ୍ତାଳ ବଣକୁ ୨୦୧୪ରୁ ଏ ପର୍ଯ୍ୟନ୍ତ କଟାଚାଲିଛି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ପାରାଦୀପରେ ଏକାଧିକ ନୂତନ ଶିଳ୍ପ ପ୍ରତିଷ୍ଠା ଓ ସମ୍ପ୍ରସାରଣ ପାଇଁ ଘୋଷଣା କରିଚାଲିଛନ୍ତି। ନୂତନ ଶିଳ୍ପ ମଧ୍ୟରେ ଦେଶର ବୃହତ ଶିଳ୍ପ ଜେଏସ୍‌ଡବ୍ଲ୍ୟୁର ଷ୍ଟିଲ ପ୍ଲାଣ୍ଟ, ଦୀପକ ଫର୍ଟିଲାଇଜର, ପ୍ଲାଷ୍ଟିକ ପାର୍କ, ପଲିପ୍ରପଲିନ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆଦି ରହିଛି। ସମ୍ପ୍ରସାରଣରେ ପାରାଦୀପ ପୋର୍ଟର ୩ବର୍ଥ, ପିପିଏଲର ଆମୋନିଆ ନାଇଟ୍ରେଡ୍‌ ପ୍ଲାଣ୍ଟ, ତୈଳ ବିଶୋଧନାଗାରର କେତେକ ପ୍ରକଳ୍ପ ରହିଛି। କ୍ରିଟିକାଲ ଏରିଆ ଘୋଷଣା ହେବା ପରେ ଯଦି କାରଖାନା ପ୍ରତିଷ୍ଠା ପ୍ରସଙ୍ଗ ଆସେ ତେବେ କୋର୍ଟ କଚେରି ପର୍ଯ୍ୟନ୍ତ କେତେକ ବ୍ୟକ୍ତି ଓ ସଙ୍ଗଠନ ଯିବା ଏକ ପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଖୋଲିବ, କ’ଣ ବନ୍ଦ ରହିବ: ସ୍ପଷ୍ଟ କଲା ସିଏମ୍‌ସି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ଯୋଗୁ କଟକ ସହରର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଦୀର୍ଘ ଦିନ ହେଲା ବନ୍ଦ ରହିଛି। ତେବେ ଦୋକାନ ବଜାର ଖୋଲିବା ନେଇ ଶୁକ୍ରବାର...

ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା

ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍‌ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ...

ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର...

ଟ୍ରାକ୍ଟର ଧକ୍କାରେ ବାଇକ୍‌ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ କେତାଙ୍ଗ ରାସ୍ତା ହାତୀନୋଟା ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।...

ପୁରୀ ଉପକୂଳରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କମୁଛି

ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ...

ଟଙ୍କା ଚୋରି ନେଇ ୨ ଶିଶୁପୁତ୍ରଙ୍କୁ ମାରି ଦେବାକୁ ନିଶାଶକ୍ତ ବାପାଙ୍କ ଉଦ୍ୟମ: ଗ୍ରାମବାସୀ ଦ୍ୱାରା ଶିଶୁପୁତ୍ର ଉଦ୍ଧାର

ଭୋଗରାଇ,୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜାରାମପୁର ଗ୍ରାମରେ ରବିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଚୋରି ଅଭିଯୋଗରେ ନିଶାଗ୍ରସ୍ତ ବାପା...

ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.): ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା...

Advertisement
Archives

Model This Week