କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଗତ ୨୦ବର୍ଷ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗ ଦୃଷ୍ଟି ଦେଲାନି। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ଏବେ ‘କ୍ରିଟିକାଲ ଏରିଆ’ ଭାବେ ଘୋଷଣା ହେବାକୁଯାଉଛି। ଏହା ହେଲେ ପାରାଦୀପରେ ନୂତନ ଶିଳ୍ପ ପ୍ରତିଷ୍ଠାର ବାଟ ଏକପ୍ରକାର ବନ୍ଦ ହୋଇଯିବ ବୋଲି କୁହାଯାଉଛି। ପ୍ରକାଶ ଯେ, ଅନିୟମିତ ବର୍ଷା, ପରିବର୍ତ୍ତିତ ଜଳବାୟୁ, ଅସନ୍ତୁଳନ ପରିବେଶକୁ ଆଖିଆଗରେ ରଖି ୨୦୧୫ରେ ୧୯୫ ଦେଶ ପ୍ୟାରିସ ରାଜିନାମାରେ ସ୍ବାକ୍ଷର କରିଥିଲେ। ଉକ୍ତ ସମନ୍ବିତ ରାଜିନାମାର ଆଭିମୁଖ୍ୟ ଥିଲା ସମସ୍ତେ ଜୈବବିବିଧତାର ସୁରକ୍ଷା, ପରିବେଶ ସନ୍ତୁଳନ ଓ ତାପମାତ୍ରା ନିୟନ୍ତ୍ରଣ ନିମନ୍ତେ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି କରିବେ। ଜୀବାସ୍ମ ଇନ୍ଧନ ବ୍ୟବହାରକୁ କମାଇବେ। ସେହି ରାଜିନାମାର ନିୟମାବଳି ୨୦୧୯ ଏପ୍ରିଲ ୧୯ରେ ସମସ୍ତ ୧୯୫ ଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ କେତେକ ନିୟମ ପରିବର୍ତ୍ତନ କରିବାକୁଯାଉଛି। ପୂର୍ବରୁ ଯେଉଁ ଅଞ୍ଚଳରେ ୭୦ ପ୍ରତିଶତ ପ୍ରଦୂଷଣ ହେଉଥିଲା ସେହି ଅଞ୍ଚଳକୁ ଅତ୍ୟଧିକ ପ୍ରଦୂଷିତ ବା ‘କ୍ରିଟିକାଲ ଏରିଆ’ ଘୋଷଣା କରାଯାଉଥିଲା। ବର୍ତ୍ତମାନ ଏହାକୁ ୬୦ ପ୍ରତିଶତ କରାଯାଇଛି। ଅର୍ଥାତ୍‌ ୬୦ ପ୍ରତିଶତରୁ ଅଧିକ ପ୍ରଦୂଷିତ ହେଉଥିବା ଅଞ୍ଚଳ ‘କ୍ରିଟିକାଲ ଏରିଆ’ ଘୋଷିତ ହେବ ଓ ସେଠାରେ ଆଉ କୌଣସି ନୂତନ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ। ଏଭଳି ପ୍ରଦୂଷଣ ମାତ୍ରାକୁ ଦେଖିଲେ ରାଜ୍ୟ ପ୍ରଗତିର ମୁଖଶାଳା କୁହାଯାଉଥିବା ପାରାଦୀପର ସ୍ଥାନ ପ୍ରଥମେ ରହିବ। ତେଣୁ ପାରାଦୀପକୁ କ୍ରିଟିକାଲ ଏରିଆ ଭାବେ ଘୋଷଣା କରିବାକୁ ସରକାରୀ ଭାବେ କାଗଜପତ୍ର ପ୍ରସ୍ତୁତି ଚାଲିଛି। ସମ୍ଭବତଃ ଆସନ୍ତା ମାସେ ଭିତରେ ଏହି ଘୋଷଣା ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବରରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ୮୮ ସହରକୁ ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରି ରେଡ୍‌ ତାଲିକାଭୁକ୍ତ କରିଥିଲା। ଏଥିରେ ଥିବା ଓଡ଼ିଶାର ୪ ସ୍ଥାନ ମଧ୍ୟରେ ପାରାଦୀପ ରହିଛି। ୨୦୦୫ରେ ପାରାଦୀପର ପ୍ରଦୂଷଣ ମାତ୍ର ୬୯.୨୪ ପ୍ରତିଶତ ଥିଲା। ତା’ପରଠାରୁ ଆଉ ସର୍ଭେ ହୋଇନି। ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସର୍ଭେ କରାଯାଇ ନ ଥିଲେ ମଧ୍ୟ ପ୍ରଦୂଷଣ ମାତ୍ରା ଅଧିକ ଥିବା କୁହାଯାଇଛି। ଏଭଳି ପ୍ରଦୂଷଣ ବୃଦ୍ଧି ପାଇଁ ବିଶେଷ କରି ଜଙ୍ଗଲ ବିଭାଗ ଦାୟୀ। କାରଣ ନିୟମ ଅଛି ଯେକୌଣସି ଶିଳ୍ପ ସଂସ୍ଥା ନିଜ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳ ସବୁଜ ବଳୟ ସୃଷ୍ଟି କରିବା କଥା। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ ଶିଳ୍ପ ସଂସ୍ଥା ମଧ୍ୟରୁ କେହି ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ୨୦୧୮ରେ ଜଙ୍ଗଲ ବିଭାଗ ବିଧାନସଭା ହାଉସ କମିଟି ଆଗରେ ଯେଉଁ ରିପୋର୍ଟ ଦର୍ଶାଇଥିଲେ ସେଥିରେ ୧୮ ପ୍ରତିଶତ ବନୀକରଣ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଏ ସମ୍ପର୍କରେ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଉତ୍ତର ମିଳୁଛି ବନୀକରଣ ବା ସବୁଜ ବଳୟ ପାଇଁ ରାଜ୍ୟ ସରକାର ଜମି ଦେଉ ନାହାନ୍ତି। ଅନ୍ୟ କେତେକ ଦର୍ଶାଇଥାନ୍ତି ସେମାନେ ପୁରୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ଗଛ ଲଗାଇଛନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠେ ଶିଳ୍ପ ଗୋଟିଏ ସ୍ଥାନରେ, ବୃକ୍ଷରୋପଣ ଅନ୍ୟ ଗୋଟିଏ ସ୍ଥାନରେ ହେଲେ ପ୍ରଦୂଷଣ ନିୟନ୍ତ୍ରଣ ହେବ କିପରି। ୧୯୯୯ ମହାବାତ୍ୟାରେ ପାରାଦୀପରେ ବ୍ୟାପକ ସବୁଜ ବଳୟ ନଷ୍ଟ ହୋଇଥିଲା। ଇତିମଧ୍ୟରେ ୨୦ବର୍ଷ ବିତିଗଲାଣି, କିନ୍ତୁ କ୍ଷତିଗ୍ରସ୍ତ ହୋଇଥିବା ସବୁଜ ବଳୟ ଅଦ୍ୟାବଧି ଭରଣା ହୋଇପାରିନି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ସମ୍ପୂର୍ଣ୍ଣ ନୀରବ। ଏପରିକି ମହାନଦୀ ମୁହାଣ ଅଞ୍ଚଳରେ ଥିବା ସଂରକ୍ଷିତ ହେନ୍ତାଳ ବଣକୁ ୨୦୧୪ରୁ ଏ ପର୍ଯ୍ୟନ୍ତ କଟାଚାଲିଛି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ପାରାଦୀପରେ ଏକାଧିକ ନୂତନ ଶିଳ୍ପ ପ୍ରତିଷ୍ଠା ଓ ସମ୍ପ୍ରସାରଣ ପାଇଁ ଘୋଷଣା କରିଚାଲିଛନ୍ତି। ନୂତନ ଶିଳ୍ପ ମଧ୍ୟରେ ଦେଶର ବୃହତ ଶିଳ୍ପ ଜେଏସ୍‌ଡବ୍ଲ୍ୟୁର ଷ୍ଟିଲ ପ୍ଲାଣ୍ଟ, ଦୀପକ ଫର୍ଟିଲାଇଜର, ପ୍ଲାଷ୍ଟିକ ପାର୍କ, ପଲିପ୍ରପଲିନ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆଦି ରହିଛି। ସମ୍ପ୍ରସାରଣରେ ପାରାଦୀପ ପୋର୍ଟର ୩ବର୍ଥ, ପିପିଏଲର ଆମୋନିଆ ନାଇଟ୍ରେଡ୍‌ ପ୍ଲାଣ୍ଟ, ତୈଳ ବିଶୋଧନାଗାରର କେତେକ ପ୍ରକଳ୍ପ ରହିଛି। କ୍ରିଟିକାଲ ଏରିଆ ଘୋଷଣା ହେବା ପରେ ଯଦି କାରଖାନା ପ୍ରତିଷ୍ଠା ପ୍ରସଙ୍ଗ ଆସେ ତେବେ କୋର୍ଟ କଚେରି ପର୍ଯ୍ୟନ୍ତ କେତେକ ବ୍ୟକ୍ତି ଓ ସଙ୍ଗଠନ ଯିବା ଏକ ପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

ଶ୍ରେଷ୍ଠ ୨୦୦ ମଧ୍ୟରେ ୩ ଭାରତୀୟ ଶିକ୍ଷାନୁଷ୍ଠାନ, ଜାଣନ୍ତୁ ଶୀର୍ଷରେ କିଏ…

ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri