Posted inଖେଳ

କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି

ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍‌ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ ଚାଲିଥିବା ଟେନିସ୍‌ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସେ ଦମ୍‌ଦାର୍‌ ବିଜୟ ହାସଲ କରିଛନ୍ତି। ଡବଲ୍ସ ବିଭାଗରେ ଖେଳୁଥିବା ଧୋନୀ ନିଜ ପାର୍ଟନର୍‌ଙ୍କ ସହ ମିଶି ମ୍ୟାଚ୍‌ରେ ୬-୦, ୬-୦ ସେଟ୍‌ରେ ବିପକ୍ଷକୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ରେ ଧୋନୀ ବଳିଦାନ ପ୍ରତୀକ ଚିହ୍ନ ଥିବା ଟି-ଶର୍ଟ ପିନ୍ଧି ଖେଳିଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚରେ ବଳିଦାନ ପ୍ରତୀକ ଚିହ୍ନ ଥିବା ବ୍ୟାଜ ପିନ୍ଧି ଖେଳିଥିଲେ। ଯାହାପରେ ଆଇସିସି ଏହି ପ୍ରତୀକ ବ୍ୟବହାର ନ କରିବାକୁ ବିସିସିଆଇକୁ କହିଥିଲା। ଧୋନୀ ଯେଉଁ କିପିଙ୍ଗ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା, ଯାହାକୁ ବଳିଦାନ ତଥା ତ୍ୟାଗର ପ୍ରତୀକ କୁହାଯାଏ। ଦେଶ ଓ ସେନା ପ୍ରତି ଧୋନୀଙ୍କ ଏହି ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ। ୨୦୧୧ରେ ଧୋନୀଙ୍କୁ ପାରା ରେଜିମେଣ୍ଟ ପକ୍ଷରୁ ସମ୍ମାନ ସ୍ବରୂପ ଲ୍ୟୁଟ୍‌ନାଣ୍ଟ କଲୋନେଲ ର଼୍ୟାଙ୍କ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ...

୩-୦ରେ ସିରିଜ୍‌ ଛଡ଼ାଇ ଆଣିଲା ଟିମ୍‌ ଇଣ୍ଡିଆ

ପାଲିକେଲ୍‌,୭।୭: ଅଧିନାୟିକା ହରମନପ୍ରୀତ କୌର (୮୮ ବଲ୍‌ରୁ ୭୫ରନ ଏବଂ ୫ ଓଭରରେ ୧/୨୧) ଓ ପୂଜା ବସ୍ତ୍ରକାର ୬୫ ବଲ୍‌ରୁ ୫୬*, ଏବଂ ୨/୩୨)ଙ୍କ...

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ...

ଏହି କ୍ରିକେଟରଙ୍କ ପାଇଁ ଲଢ଼ିଲେ ଏକାଧିକ ଟିମ୍‌; ୬.୨୫ କୋଟିରେ କିଣିନେଲା…

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ନିଲାମରେ କିଛି ଖେଳାଳିଙ୍କ ଭାଗ୍ୟ ଚମକିଛି। ସେଭଳି ଜଣେ ହେଲେ ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ଗତ କିଛି ସିଜନ୍‌ରେ...

ଜାପାନ କ୍ରୀଡ଼ାପ୍ରେମୀଙ୍କ ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ ପ୍ୟାକେଜ

ଟୋକିଓ,୨୩।୮(ଏପି): ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କ ପକ୍ଷରୁ ଜାପାନର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାକେଜ ଘୋଷଣା କରାଯାଇଛି। ୬.୩୫ ନିୟୁତ ୟେନ ମୂଲ୍ୟର ପ୍ୟାକେଜ ମାଧ୍ୟମରେ...

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ।...

ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ

ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ...

ଆଜିଠୁ ଅନ୍‌ଲାଇନ୍‌ ଟିକେଟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ୬ଟି ମ୍ୟାଚ୍‌ ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

Advertisement
Archives

Model This Week