Posted inଖେଳ

କ୍ରିକେଟ୍‌ ଅଧିନାୟକଙ୍କ ନାଁରେ ସୋସିଆଲ ମିଡିଆରେ ଲେଖିବାରୁ ଡାକ୍ତରଙ୍କ ବଦଳି

ଢାକା, ୨।୭: ବାଲାଂଦେଶ କ୍ରିକେଟ ଦଳର ଅଧିନାୟକ ମାଶ୍ରାଫି ମୋର୍ତ୍ତାଜାଙ୍କ ବିରୋଧରେ ଲେଖିବାରୁ ଜଣେ ଜଣାଶୁଣା ଡାକ୍ତରଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ବଦଳି କରାଯାଇଛି। ଶିଶୁ କ୍ୟାନସର ବିଶେଷଜ୍ଞ ଥିବା ରିଜାଉଲ କରିମ ମାଶ୍ରାଫିଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି। ଯେଉଁ ଡାକ୍ତରଖାନାରେ କ୍ୟାନସର ରୋଗ ଚିକିତ୍ସା ପାଇଁ କୌଣସି ସୁବିଧା ଉପଲବ୍ଧ ନାହିଁ ସେଠାକୁ ତାଙ୍କୁ ବଦଳି କରାଯାଇଛି ବୋଲି ସେ କହିଛନ୍ତି। ମାଶ୍ରାଫି ମୋର୍ତ୍ତାଜା କେବଳ ଦଳର ଅଧିନାୟକ ନୁହେଁ, ସେ ବାଲାଂଦେଶର ଜଣେ ସାଂସଦ ମଧ୍ୟ ଅଛନ୍ତି। ଦୁଇମାସ ତଳେ ମାଶ୍ରାଫି ନିଜ ସଂସଦୀୟ କ୍ଷେତ୍ରରେ ଥିବା ଏକ ଡାକ୍ତରଖାନାକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ଡାକ୍ତର ନ ଥିବାରୁ କିଛି ବରିଷ୍ଠ ଡାକ୍ତରଙ୍କୁ ଫୋନ କରି ଗାଳି ଦେଇଥିଲେ। ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଡାକ୍ତର ସୋସିଆଲ ମିଡିଆରେ ମାଶ୍ରାଫିଙ୍କୁ ବିରୋଧରେ ପ୍ରତିକ୍ରିୟା ଦେଇଥିଲେ। ସେଦିନ ଛୁଟି ଥିବାରୁ ଡାକ୍ତରମାନେ ମେଡିକାଲରେ ନ ଥିଲେ ବୋଲି କରିମ କହିଛନ୍ତି। ପ୍ରତିକ୍ରିୟା ଦେବାର କିଛିଦିନ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରିମଙ୍କ ସମେତ ୬ ଡାକ୍ତରଙ୍କୁ ନୋଟିସ୍‌ ପଠାଯାଇଥିଲା। ଏହି କାରଣରୁ ଏବେ ତାଙ୍କୁ ବଦଳି କରାଯାଇଛି ବୋଲି କରିମ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମାଶ୍ରାଫି ଏବେ ଇଂଲଣ୍ଡରେ ଚାଲିଥିବା ଆଇସିସ ବିଶ୍ୱକପରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri