Posted inଖେଳ

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ। ତେବେ ଏହି ନିୟମ କେବେ ଏବଂ କାହିଁକି ବାହାର କରାଯାଏ ତାହା ଜାଣନ୍ତି କି?

ଡକଓ୍ବର୍ଥ ଲୁଇସ୍‌ ନିୟମର ଆବିଷ୍କାର ପ୍ରଥମେ ପରିସଂଖ୍ୟାନ ବିଶେଷଜ୍ଞ ଫ୍ରାଙ୍କ୍‌ ଡର୍କଓ୍ବର୍ଥ ଏବଂ ଟୋନି ଲୁଇସ୍‌ କରିଥିଲେ। ତେଣୁ ଏହି ନିୟମର ନାମ ଡକଓ୍ବର୍ଥ ଲୁଇସ୍‌ ରଖାଯାଇଛି।

ଅନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମର ପ୍ରୟୋଗ ପ୍ରଥମେ ୧୯୯୬-୯୭ରେ ଜିମ୍ବାଓ୍ବେ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ କରାଯାଇଥିଲା। ଏହି ମ୍ୟାଚରେ ଜିମ୍ବାଓ୍ବେ ଦଳ ଡକଓ୍ବର୍ଥ ନିୟମ ଜରିଆରେ ୭ ଉଇକେଟରେ ବିଜୟ ହାସଲ କରିଥିଲା। ୧୯୯୯ରେ ଆଇସିସି ଦ୍ୱାରା ବର୍ଷା ପ୍ରଭାବିତ ଏକଦିବସୀୟ ମ୍ୟାଚ୍‌ର ଲକ୍ଷ୍ୟ ନିଦ୍ଧାରିତ ପାଇଁ ଆନୁଷ୍ଠାନିକ ଭାବେ ଡକଓ୍ବର୍ଥ ଲୁଇସ ନିୟମ ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଫ୍ରାଙ୍କ୍‌ ଡକଓ୍ବର୍ଥ ଓ ଟୋନି ଲୁଇସ୍‌ କାର୍ଯ୍ୟରୁ ଅବସର ନେବା ପରେ ଷ୍ଟିଭ୍‌ ଷ୍ଟର୍ନଙ୍କୁ ଡକଓ୍ବର୍ଥ ଲୁଇସ୍‌ ନିୟମର ସଂରକ୍ଷକ ନିଯୁକ୍ତ କରାଯାଇଥିଲା। ଫଳରେ ଡକଓ୍ବର୍ଥ ଲୁଇସ୍‌ ନିୟମ ବଦଳା ଯାଇ ଡକଓ୍ବର୍ଥ ଲୁଇସ୍‌ ଷ୍ଟର୍ନ ନାମରେ ନାମିତ କରାଯାଇଥିଲା।

ଡକୱର୍ଥ ଲୁଇସ ଷ୍ଟର୍ନ ନିୟମ ଅନୁଯାୟୀ, କ୍ରିକେଟ ଖେଳରେ ଉଭୟ ଦଳର ଯଥାସମ୍ଭବ ରନ ସ୍କୋର କରିବାର ଦୁଇଟି ମାଧ୍ୟମ ଅଛି – ଅବଶିଷ୍ଟ ଓଭର ଏବଂ ଅବଶିଷ୍ଟ ୱିକେଟ। ଦଳର ଦୁଇଟି ମ୍ୟାଚରେ ରନ ସ୍କୋର କରିବାର କ୍ଷମତା ଏହି ଦୁଇଟି ମାଧ୍ୟମ ଉପରେ ନିର୍ଭର କରେ। ଏହାକୁ ଆଧାର କରି ଫ୍ରାଙ୍କ ଡକୱର୍ଥ ଏବଂ ଟୋନି ଲୁଇସ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ମ୍ୟାଚର ବିଭିନ୍ନ ପର୍ଯ୍ୟାୟରେ ଦଳ ବ୍ୟାଟିଂ ପାଇଁ ଅବଶିଷ୍ଟ ଉପକରଣର କେତେ ପ୍ରତିଶତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri