କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ : ମାଲିକ ଗୁରୁତର

କୋରାପୁଟ,୭।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲପଣ୍ଡି ଗ୍ରାମରେ ଥିବା ଏକ କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ କ୍ରସର ମାଲିକ ଗୁରୁତର ଥିବାରୁ ତାଙ୍କୁ ଗୁରବାର ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ କିଛି ନକଲି ମାଓବାଦୀ କ୍ରସର ମାଲିକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଆସିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିବା ଜଣାଯାଇଛି। ଖବର ପାଇ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡରେ ଆହତ କ୍ରସର ମାଲିକଙ୍କୁ ଉଦ୍ଧାର କରି ପ୍ରଥମେ ଆଶା କିରନ ମେଡିକାଲ ଏବଂ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଥିବାବେଳେ ଅନ୍ୟ ସନ୍ଦିଗ୍ଧଙ୍କୁ ଖୋଜାଚାଲିଛି। ଏହି ଦଳ ଆଗରୁ ମଧ୍ୟ ନିଜକୁ ମାଓବାଦୀ ପରିଚୟ ଦେଇ କ୍ରସର ମାଲିକଙ୍କଠାରୁ ଅର୍ଥ ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାକତ୍ାର ଘଟଣା:ଅଭିଯୁକ୍ତଙ୍କୁ ପାଉନି ପୋଲିସ

ଚିକିଟି,୧୭ା୯(ଡି.ଏନ.ଏ.): କେ.ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାକତ୍ାର ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ୨ମାସରୁ ଉର୍ଦ୍ଧ୍ୱ ଦିନ ପରେ ବି ଗିରଫ କରିପାରିନି।...

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା...

ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ...

କୋଭିଡ୍‌ ଯୋଦ୍ଧା ଘୋଷଣା ଦାବି: ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତଦେହ ରଖି ରାସ୍ତାରୋକୋ

କଣାସ,୯।୭(ସ୍ବ.ପ୍ର.)- କଣାସ ବ୍ଲକ ଅନ୍ତର୍ଗତ ଦେଇପୁର ପଞ୍ଚାୟତର କାଙ୍କପୁର ଗ୍ରାମର ୧ନଂ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ବାସନ୍ତୀ ସାମଲଙ୍କ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।...

ଭିମ୍‌ସାରରେ ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ

ସମ୍ବଲପୁର,୧୦ା୭(ବ୍ୟୁରୋ): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ ସେଣ୍ଟର (ଭିମ୍‌ସାର)ରେ ଆଉ ଏକ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବ। ଏହା ସ୍ବତନ୍ତ୍ର...

ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ଦମ୍ପତି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ସରକାରୀ ଓ ମହାପ୍ରଭୁଙ୍କ ଜମି, କାଜୁ ଜଙ୍ଗଲ ଉପରେ ପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏପରିକି ସ୍ଥିତିବାନ...

ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି...

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା...

Advertisement
Archives

Model This Week