Posted inଜାତୀୟ

କୌଣସି କାମ ଛୋଟ ନୁହେଁ: ଜନନୀ

ହାଇଦ୍ରାବାଦ,୧୯।୧୦: ତେଲେଙ୍ଗାନା ହାଇଦ୍ରାବାଦର ୨୦ ବର୍ଷିୟା ଯୁବତୀ ଜନନୀ ରାଓ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କାରଣ ସାମାଜିକ କଟକଣାକୁ ଭାଙ୍ଗି ସେ ଏବେ ସାଜିଛନ୍ତି ଫୁଡ୍‌ ଡେଲିଭରି ଏକଜ୍ୟୁକିଟିଭ। ଅନ୍‌ଲାଇନ୍‌ ଫୁଡ୍‌ ଅଡରିଂ ଆଣ୍ଡ ଡେଲିଭରି ପ୍ଲାଟଫର୍ମ ସ୍ବିଗିରେ ସେ ଏବେ ଡେଲିଭରି ଏଜେଣ୍ଟ ଭାବେ କାମ କରୁଛନ୍ତି। ତାଙ୍କ ମତରେ କୌଣସି କାମ ଛୋଟ ନୁହେଁ। ଗତ ପ୍ରାୟ ଅଢେଇ ମାସ ତଳେ ସେ ଏହି କାମ ଆରମ୍ଭ କରିଥିବା କୁହନ୍ତି। ଆଉ ଏହି କାମ ତାଙ୍କୁ ଖୁସି ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି। ୟାରି ଭିତରେ ସେ ବିଭିନ୍ନ ଗ୍ରାହକଙ୍କୁ ଭେଟିଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ। ତେଣୁ ଏମିତି ଅନୁଭୁତି ବି ତାଙ୍କ ପାଇଁ ନୂଆ ବୋଲି ସେ କହିଛନ୍ତି। ଗ୍ରାହକମାନେ ତାଙ୍କର ଏହି କାମକୁ ପ୍ରଶଂସା କରୁଛନ୍ତି। ଆଉ ସୁରକ୍ଷା କଥା ପ୍ରଶ୍ନ ଆସିବାରୁ ଜନନୀ କହିଛନ୍ତି ହାଇଦ୍ରାବାଦ ସହର ସୁରକ୍ଷିତ ସହର ଭାବେ ପରିଚିତ। ତେଣୁ ଏଠାକାର ମହିଳାମାନେ ବାହାରକୁ ଆସନ୍ତୁ ନିଜେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ...

ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ର ଦ୍ୱିତୀୟ ସଂସ୍କରଣ: ଜଳ ସଂରକ୍ଷଣ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୧ା୭(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ରବିବାର ଆରମ୍ଭ କରିଛନ୍ତି। ଏହି ସଂସ୍କରଣର ପ୍ରଥମ ଅଭିଭାଷଣରେ ସେ ଦେଶବାସୀଙ୍କୁ...

୧୫ ମିଟର ମାଟି ତଳେ ଶହୀଦ ସ୍ମାରକ

ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ...

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ...

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ...

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ...

ନେହେରୁ ମେମୋରିଆଲ ହେଲା କଂଗ୍ରେସ ମୁକ୍ତ

ନୂଆଦିଲ୍ଲୀ,୬।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ନେହେରୁ ମେମୋରିଆଲ ଏବେ କଂଗ୍ରେସ ମୁକ୍ତ ହୋଇଛି। ଏହାର ପୁନର୍ଗଠନ କରାଯାଇଛି। ଏଥିରେ ଥିବା...

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...

Advertisement
Archives

Model This Week