Posted inଜାତୀୟ

କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍‌ ସରକାରଙ୍କ ଅନୁମତି

କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡାଯାଇଥାଏ। ଏପରି ଏକ ସ୍ଥାନ ହେଉଛି ନାଗାଲାଣ୍ଡର କୋହିମାଠାରେ ଥିବା ‘କୋହିମା ଓ୍ବାର ସିମେଟ୍ରି’। ଏଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୃତ୍ୟୁ ଘଟିଥିବା ୨୭ ଶହ ବ୍ରିଟିଶ୍‌ ସୈନ୍ୟଙ୍କର କବର ରହିଛି। ଏହି କବରସ୍ତାନର ରକ୍ଷାଣବେକ୍ଷଣ ତଥା ପ୍ରତିଟି କାର୍ଯ୍ୟ ପାଇଁ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡା ଯାଇଥାଏ। ଏପରିକି ଫଟୋ ଉଠାଇବା ଲାଗି ମଧ୍ୟ ଅନୁମତି ନେବାକୁ ପଡ଼େ। ଏହି କବରସ୍ତାନ ନିକଟରେ ଥିବା ରାସ୍ତାରେ ସମ୍ପ୍ରସାରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡା ଯାଇଥିଲା। ତେବେ ବ୍ରିଟେନ୍‌ ସରକାର ଏହାକୁ ପ୍ରତ୍ୟାଖାନ କରିଥିଲେ। ଏଭଳି କବରସ୍ତାନ ଅଷ୍ଟ୍ରେଲିଆ, କାନାଡା ଆଦି କେତେକ ଦେଶରେ ରହିଛି। ଏହି କବରସ୍ତାନ ଗୁଡ଼ିକର ରକ୍ଷାଣବେକ୍ଷଣ କମନଓ୍ବେଲଥ୍‌ ଓ୍ବାର ଗ୍ରେଭ୍‌ କମିଶନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ-ବାଂଲାଦେଶ ସୀମାରେ ବଢ଼ିବ କଡ଼ା ପହରା…

ନୂଆଦିଲ୍ଲୀ, ୧୮।୪ : ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କଡ଼ା ପହରା ପାଇଁୟ ଯୋଜନା କରାଯାଇଛି। ଏହା...

ମହିଳା ଡାକ୍ତରଙ୍କ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍‌ରୁମ ଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ...

ତାମିଲନାଡୁ ଭାଜପା କାର୍ଯ୍ୟାଳୟ ଉପରକୁ ବୋମା ମାଡ

ଚେନ୍ନାଇ,୧୦ ।୨: ତାମିଲନାଡୁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ଉପରକୁ ବୁଧବାର ବିଳମ୍ବିତ ରାତିରେ ବୋମା ମାଡ ହୋଇଛି । ରାତି ପ୍ରାୟ ୧ଟା...

ମ୍ୟାଜିକ୍‌ ନମ୍ବର ଛୁଇଁ ଆଗକୁ ବଢ଼ିଲା ଏଏପି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫୬ ଆସନରେ ଆଗେଇଛି। ସେହିପରି...

ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ...

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ...

କାଉଡି ଯାତ୍ରା ଉପରେ ନଜର ରଖିବାକୁ ଡ୍ରୋନ୍‌ ବ୍ୟବହାର କରୁଛି ଉତ୍ତର ପ୍ରଦେଶ ପୋଲିସ

ଲକ୍ଷ୍ନୌ,୨୯।୭: ଶ୍ରାବଣର କାଉଡି ଯାତ୍ରା ପାଇଁ କାଉଡିଆଙ୍କୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। କାଉଡିଆ...

Advertisement
Archives

Model This Week