Posted inଖେଳ

କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି

ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ ପୋଷଣ କରିଛନ୍ତି। ଗାଭାସ୍କରଙ୍କ ମତସହ ଏକମତ ନୁହଁ ବୋଲି ମଞ୍ଜରେକର କହିଛନ୍ତି। କୋହଲିଙ୍କୁ ଅଧିନାୟକ ପଦରେ ବଜାୟ ରଖିବା ନେଇ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ରିଭ୍ୟୁ ମିଟିଂ ବିନା କୋହଲି କିପରି ଅଧିନାୟକ ପଦ ବାଜୟ ରଖିଲେ ଓ ତାଙ୍କୁ ଏହି ପଦରେ ପୁନଃ ନିଯୁକ୍ତି କିପରି ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ଏମ୍‌.ଏସ.କେ. ପ୍ରସାଦଙ୍କ ନେତୃତ୍ୱରେ ଗଠିତ କମିଟିର କାର୍ଯ୍ୟକ୍ଷମତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ। ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ଚୟନ କମିଟି କୋହଲିଙ୍କ ନେତୃତ୍ୱ ଓ ଦଳର ପ୍ରଦର୍ଶନ ନେଇ ତର୍ଜମା କରିବାର ଆବଶ୍ୟକତା ଥିଲା ବୋଲି ଗାଭାସ୍କର ତାଙ୍କ ସ୍ତମ୍ବରେ ଉଲ୍ଲେଖ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଦଳ ଘୋଷଣା ପୂର୍ବରୁ ଚୟନ କମିଟି ଏ ନେଇ ଅତିକମ୍‌ରେ ଏକ ଓୌପଚାରିକ ବୈଠକ ଡାକିବାର ଆବଶ୍ୟକତା ଥିଲା ବୋଲି ସେ କହିଥିଲେ।

ବିଶ୍ୱକପ୍‌ରେ ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଭାରତ ସେମିଫାଇନାଲରେ ଅପ୍ରତ୍ୟାଶିକ ଭାବେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ଓ ଏହା ପ୍ରଶଂସକଙ୍କ ସମେତ ଅନେକଙ୍କର ହଜମ ହୋଇ ନ ଥିଲା। ବିଶ୍ୱକପ୍‌ରେ ଭାରତ ୯ଟି ମ୍ୟାଚ୍‌ ଖେଳି ୭ଟିରେ ପରାସ୍ତ ହୋଇଥିଲା। ଏଭଳି ପ୍ରଦର୍ଶନ ପଶଂସନୀୟ ବୋଲି ମଞ୍ଜରେକର କହିଛନ୍ତି। ତେଣୁ ଗାଭାସ୍କରଙ୍କ ମତ ସହ ସମ୍ମାନର ସହିତ ଅସମତି ଜଣାଉଛି ବୋଲି ସେ କହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ରେ ୭ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା। ତେଣୁ କୋହଲିଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇବା ଠିକ୍‌ ନୁହଁ ମଞ୍ଜରେକର ଟୁଇଟ କରିଛନ୍ତି। ଅଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଆଦୌ ଖରାପ୍‌ ନ ଥିଲା ବୋଲି। ତେଣୁ କୋହଲି ଓ ଚୟନକମିଟିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ମଞ୍ଜରେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି...

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ...

ମୋଦି ସରକାରଙ୍କୁ ଘେରିଲେ ଦିଗ୍‌ବିଜୟ: କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି

ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି...

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି...

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ...

ପଡୋଶୀ ଝିଅଙ୍କୁ ଉଠାଇ ଆଣିଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍‌ କୋଲକାତା ନାମରେ ପରିଚିତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ପଡିଆରେ...

ହାରି ବି ଇତିହାସ ରଚିଲେ ଭବାନୀ ଦେବୀ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ସୋମବାର ଚତୁର୍ଥ ଦିନ। କିନ୍ତୁ ପ୍ରତିଯୋଗିତା ଆଧାରରେ ଆଜି ତୃତୀୟ ଦିନ। ତେବେ ପ୍ରାରମ୍ଭିକ ମ୍ୟାଚ୍‌ ଗୁଡିକରେ ଭାରତୀୟ ଦଳ ଭଲ...

ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା  କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା ...

Advertisement
Archives

Model This Week