କୋର ସେକ୍ଟର ଉତ୍ପାଦନ କମିଲା

ନୂଆଦିଲ୍ଲୀ,୧-୧୦: ଦେଶର ୮ କୋର୍‌ ସେକ୍ଟର ଶିଳ୍ପଗୁଡିକର ଉତ୍ପାଦନ ଅଗଷ୍ଟ ମାସରେ ୦.୫%କୁ ହ୍ରାସ ଘଟିଛି। ଏହି ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରର ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାର ସୋମବାର ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ଅଗଷ୍ଟ ମାସରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି ୮ କୋର ସେକ୍ଟର ଶିଳ୍ପର ଅଭିବୃଦ୍ଧି ୪.୭% ରହିଥିଲା। ବର୍ତ୍ତମାନ ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରରେ ଅଭିବୃଦ୍ଧି ନକାରାତ୍ମକ ରହିଛି। ଏହି କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ହ୍ରାସ ଘଟି ଯଥାକ୍ରମେ ୮.୬%, ୫.୪%, ୩.୯%, ୪.୯% ଏବଂ ୨.୯% ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହାବାଦ ସାର ଏବଂ ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ସକରାତ୍ମକ ରହିବା ସହ ଯଥାକ୍ରମେ ୨.୯% ଏବଂ ୫% ରହିଛି। ଚଳିତ ବର୍ଷ ଏପ୍ରିଲ ଅଗଷ୍ଟ ସମୟରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୨.୪% ରହିଥିବାବେଳେ ଗତ ବର୍ଷ ସମାନ ସମୟରେ ଏହା ୫.୭% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ,୧୩-୧୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଅଂଶଧନ ବିକ୍ରି ନେଇ ରହିଥିବା ପ୍ରସ୍ତାବ ଅନ୍ତର୍ଗତ ଏଭଳି...

ଚାକରଙ୍କ ପିଲା ପଢ଼ୁଛନ୍ତି ଆମେରିକାରେ: ଜାଣନ୍ତୁ ମୁକେଶ ଅମ୍ବାନୀ କେତେ ଦରମା ଦିଅନ୍ତି କର୍ମଚାରୀଙ୍କୁ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ପରିବାର ବିଷୟରେ ପ୍ରତିଟି କଥା ଜାଣିବା ପାଇଁ ଲୋକେ ଚାହିଁଥାନ୍ତି। ତେଣୁ ଏହି ପରିବାରର...

୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ନିର୍ମାଣରେ ସହବନ୍ଧନ

ଭୁବନେଶ୍ୱର,୫।୫: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ନିର୍ମାଣ କରିବା ପାଇଁ ଭାରତୀ ଏୟାରଟେଲ, ଆପୋଲୋ ହସ୍ପିଟାଲ୍ସ ଓ ସିସ୍‌କୋ ସହ ଏକ ମିଳିତ ସହଭାଗିତା...

୨୬%ରୁ କମ୍‌ ରହିବ ଡିଜିଟାଲ ମିଡିଆରେ ବିଦେଶୀ ନିବେଶ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଯେଉଁ ଡିଜିଟାଲ ମିଡିଆ କମ୍ପାନୀଗୁଡ଼ିକରେ ବିଦେଶୀ ନିବେଶ ୨୬%ରୁ ଅଧିକ ରହିଛି...

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ...

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ୧୫ ଦିନ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ,୧୯।୯: ଦୁବାଇ କର୍ତ୍ତୃପକ୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବାକୁ ୧୫ ଦିନ ପାଇଁ ବାତିଲ କରିଛନ୍ତି। ଏହି ବିମାନରେ ଯାତ୍ରା କରିଥିବା ଜଣେ ଯାତ୍ରୀ...

ନୂଆ ଟେକ୍ନୋଲୋଜିର ଫ୍ରିଜ ଆଣିବ ଭୋଲଟାସ୍‌

ଭୁବନେଶ୍ୱର,୨୨-୯: ଟାଟା ଗ୍ରୁପ କମ୍ପାନୀର ଫାର୍ମ ଭୋଲଟାସ ବେକୋ ପକ୍ଷରୁ ଶୀଘ୍ର ନୂଆ ଟେକ୍ନୋଲୋଜିଯୁକ୍ତ ଫ୍ରିଜ୍‌ ଡିସେମ୍ବରରେ ବଜାରକୁ ଆସିବ। ତୁର୍କୀ କମ୍ପାନୀ ଆର୍ସେଲିକ ସହ...

ରେକର୍ଡ ସ୍ତରରେ ପୁଞ୍ଜିବଜାର

ମୁମ୍ବାଇ,୧୪।୧୦:  ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି...

Advertisement
Archives

Model This Week