Posted inରାଜ୍ୟ

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୮ା୭: ଜଗତ୍‌ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ ଜଗତ୍‌ସିଂହପୁର ଥାନା ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜଗତ୍‌ସିଂହପୁର ଏସ୍‌ପି ସୁଧା ସିଂ ସୋମବାର ୨ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଗୌରାଙ୍ଗ ଚରଣ ରାଉଳ ଓ ସଂଗ୍ରାମ କେଶରୀ ରାଉତ। କର୍ତ୍ତବ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି ।
ପ୍ରକାଶ ଯେ, ସୂର୍ଯ୍ୟ ତାଙ୍କ ଶ୍ୱଶୁର ତଥା ଏହି ଗାଁର ବିନାକର ସିଂହଙ୍କୁ ଗତମାସ ୪ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମାମଲାରେ ପୋଲିସ ସୂର୍ଯ୍ୟଙ୍କୁ ଗିରଫ କରି ଗତ ୬ ତାରିଖରେ ଜଗତ୍‌ସିଂହପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲ ପଠାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରୁ ପୋଲିସ ଗାଡ଼ି ପର୍ଯ୍ୟନ୍ତ ନେଇ ଯାଉଥିବା ବେଳେ କୌଶଳକ୍ରମେ ସେ ଖସିଯିବାକୁ ସମର୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ପୋଲିସ ପୁଣି ଗିରଫ କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୨କୁ ଘୁଞ୍ଚିଲା OCS ମେନ୍‌ ପରୀକ୍ଷା

ଭୁବନେଶ୍ୱର,୭।୧୨(ବ୍ୟୁରୋ)-ଆସନ୍ତାକାଲି ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା (OCS) ମେନ ପରୀକ୍ଷାକୁ ଜାନୁଆରୀ ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଓଡିଶା ଲୋକସେବା ଆୟୋଗ...

ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ବିଲୀନ ହେବେ ୨ ବୀର ଯବାନ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଚାଇନା ଶତ୍ରୁ ସହ ଲଢ଼ି ଦେଶ ପାଇଁ ଶହୀଦ ହୋଇଥିବା ଦୁଇ ଓଡ଼ିଆ ବୀରଙ୍କ ଜନ୍ମମାଟିରେ ଆଉ...

ହାଇକୋର୍ଟଙ୍କ ସର୍କୁଲାର: ଲକ୍‌ଡାଉନ୍‌ ଅଞ୍ଚଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ଖୋଲା ରହିବ ନିମ୍ନ କୋର୍ଟ

କଟକ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ଜିଲା ଏବଂ ୮ ପୌରାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ...

ଜୁଲାଇରେ ଆଉ ୯ ଖଣି ନିଲାମ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟ ସରକାର ଆହୁରି ୯ଟି କୋଇଲା ଖଣିକୁ ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଜୁଲାଇ ସୁଦ୍ଧା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ...

ବାତ୍ୟା ପ୍ରଭାବ: ୨୫ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନି। ଶୁକ୍ରବାର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଶନିବାର ସୁଦ୍ଧା ଏହା ଲଘୁଚାପରେ...

ମାର୍ଚ୍ଚରେ ଉପକୃତ ହୋଇଛନ୍ତି ୧ଲକ୍ଷ ସଂସ୍ଥା

ଭୁବନେଶ୍ୱର,୭ା୫(ବ୍ୟୁରୋ): ମହାମାରୀ କରୋନା ବେଳେ କ୍ଷୁଦ୍ର ବେସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ...

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ...

ଆଜି ବିଶ୍ୱ ପରିବେଶ ଦିବସ: ଥୁଣ୍ଟା ରାଜଧାନୀ, ଛାଇ ସ୍ବପ୍ନ

ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁର୍ଦ୍ଦାର ପରି ପଡ଼ି ରହିଛି କଟା ଗଣ୍ଡି। ଚାରିଆଡେ ଦେଖିବାକୁ ମିଳୁଛି ଭଙ୍ଗା ଗଛ। ଆକାଶକୁ ଚାହିଁ ରହିଛି ବଞ୍ଚତ୍ୟାଇଥିବା ଗଛର ଖେଣ୍ଟା ଡାଳ।...

Advertisement


Archives

Model This Week

Why Dharitri