କୋରାପୁଟରେ ଶୀତ ଲହରି: ଜନଜୀବନ ପ୍ରଭାବିତ

କୋରାପୁଟ,୨୩।୧୧(ସ୍ବ.ପ୍ର.):କୋରାପୁଟ ଜିଲାରେ ସପ୍ତାହେ ଧରି ପ୍ରବଳ ଶୀତ ଲହରି ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଜିଲାରେ ତାପମାତ୍ରା ଦିନରେ ସବନିମ୍ନ ୨୫ ଡିଗ୍ରୀ ରହୁଥିବା ବେଳେ ସର୍ବାଧିକ ୩୦ ଡିଗ୍ରୀ ରହୁଛି। ସେହିପରି ରାତିରେ ପାରଦ ୧୬ରୁ ୨୦ଡିଗ୍ରୀ ମଧ୍ୟରେ ରହୁଛି। ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସହରରେ କୁହୁଡି ସାଙ୍ଗକୁ କୋହଲା ପାଗ ଲାଗିରହୁଛି। ଜିଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ସେମିଳିଗୁଡ଼ା ଆଦି ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି। ଘନ କୁହୁଡ଼ିର ଆସ୍ତରଣ ଯୋଗୁ ରାସ୍ତାରେ ୨୦ଫୁଟ ବ୍ୟବଧାନରେ ଯାନବାହନ ଦେଖାଯାଉନାହଁ। ସୁଙ୍କି ଓ ଜୟପୁରର ଅଣଓସାରିଆ ଘାଟି ରାସ୍ତାରେ ଗାଡ଼ି ଚାଳକମାନେ ମନ୍ଥର ଗତିରେ ଗାଡ଼ି ଚଳାଉଥିବା ବେଳେ ସ୍ଥାନେ ସ୍ଥାନେ ଗାଡ଼ିକୁ ଅଟକାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଶୀତ ଦାଉରୁ ରକ୍ଷା ପାଇଁ ଗ୍ରାମାଞ୍ଚଳ ଲୋକେ ଦିନରାତି ନିଆଁ ପାଖରେ ବସିରହୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଡ଼ିଆଳ କୁମ୍ଭୀର ଦେହରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର

ବାରଙ୍ଗ,୨୫ା୧୧(ଡି.ଏନ୍‌.ଏ.): ନନ୍ଦନକାନନରୁ ଚଳିତ ମାସରେ ମହାନଦୀ ଓ ତା’ର ଅବବାହିକାରେ ଛଡ଼ାଯିବ ଘଡ଼ିଆଳ କୁମ୍ଭୀର। ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ନେଇ...

କିଡ଼୍‌ନୀ ରୋଗ୍‌, ପିଇଲା ପାଏନ୍‌ ସମସିଆ: ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖ୍‌ଲେ ଦୁଇ ବହେନ୍‌

ଅମରପାଲି, ୭।୩ (ଡି.ଏନ.ଏ)- ପ୍ରଧାନମନ୍ତ୍ରୀ ଜୀ, ନମସ୍କାର। ଆମର ଗଁ। ଆର ଅଂଲଚରେ ଅନେକ ଲୋକ୍‌ କିଡ଼୍‌ନୀ ରୋଗରେ ପଡ଼ିଛନ୍‌। ଅନେକ ଲୋକ୍‌ ଇ ରୋଗ୍‌ରେ...

ଜଙ୍ଗଲରେ ନିଆଁ: ଭୟଭୀତ ହୋଇ ଘର ଛାଡ଼ିଲେ ଲୋକେ

ଉଦଳା,୫।୩: ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ କୁଟଲିଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ପ୍ରଥମେ ଉର୍ମଳ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗିବା ପରେ...

ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ,...

ମାଲକାନଗିରିର ପୂର୍ବତନ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି, ୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ...

ଆଇସ୍‌କ୍ରିମ୍‌ରୁ ବାହାରିଲା ବ୍ଲେଡ୍‌

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ସଦର ବ୍ଲକ ବାଘେରା ଧବଳେଶ୍ୱର ଯାତ୍ରାରେ ସୋମବାର ଏକ ଆଇସ୍‌କ୍ରିମ୍‌ରୁ ବ୍ଲେଡ୍‌ ବାହାରିଥିବା ଦେଖିବାକୁ ମିଳିଥିଲା। ଇଟାମାଟି ତେଲିସାହିର ରଞ୍ଜନ କୁମାର...

ସରକାରୀ ଯୋଜନା ବାଟ୍‌ବନା: ଦୁରଦିନ୍‌ରେ ଦମୟନ୍ତୀକଁର ପରିବାର

  କେସିଙ୍ଗା, ୧୭।୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ ଅଧୀନ ରିଗିଡ଼ିମାଲ ପଡ଼ର ବିଧବା ମହିଲା ଦମୟନ୍ତୀ ଜାନୀ। ସେ ୨...

ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ

ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା...

Advertisement
Archives

Model This Week