Posted inଫୁରସତ

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର ଭାଷା କହିବାକୁ ଲାଗିଲେ। ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ରିପୋର୍ଟରୁ ପ୍ରକାଶ, ମେଲବର୍ଣ୍ଣ ନିବାସୀ ବେନ୍‌ ମକ୍‌ମୋହନ ୨୦୧୩ରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ବେନ୍‌ କୋମାକୁ ଚାଲିଯାଇଥିଲେ। ତାଙ୍କର ମସ୍ତିଷ୍କ କିଛି କାମ କରୁ ନ ଥିଲା। ଗୋଟିଏ ସପ୍ତାହ କୋମାରେ ରହିବା ପରେ ଇଂରାଜୀ ବଦଳରେ ଚାଇନାର ମଣ୍ଡାରିନ୍‌ ଭାଷା କହିଲେ। ତାଙ୍କର ଏପରି କହିବା ଦେଖି ପରିବାର ଲୋକେ ଚକିତ ହୋଇପଡ଼ିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ମସ୍ତିଷ୍କ ସଞ୍ଚାଳନରେ ପରିବର୍ତ୍ତନ ଘଟିଥିଲା। ତେଣୁ ଇଂରାଜୀ କହିବା କ୍ଷମତା ସେ ହରାଇ ବସିଥିଲେ। ଏକ କାର୍ଯ୍ୟକ୍ରମରେ ବେନ୍‌ ଥରେ ଚାଇନା ଯାଇଥିଲେ। ସେଠାରେ ସେ ମଣ୍ଡାରିନ୍‌ ଭାଷା ଶିଖିଥିଲେ। ଦୁର୍ଘଟଣା ପରେ ଇଂରାଜୀ ପରିବର୍ତ୍ତେ ଚାଇନା ଭାଷା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ଗଛରେ ଚଢ଼ିଲେ ମହିଳା

ଛିନ୍ଦବାଡା, ୧୬।୭- ନ୍ୟାୟ ନ ପାଇବାରୁ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଛିନ୍ଦାବାଡା ଜିଲା ପରାସିଆ ତହସିଲ ପରିସରରେ...

କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ମାଲିକଙ୍କ ସହ ଯୋଗ କରୁଛି କୁକୁର, ଭିଡିଓ ଦେଖିଲେ…

ପଶୁମାନେ ଦୁନିଆରେ ଅଜବ ଅଟନ୍ତି। କେତେବେଳେ କ’ଣ କେମିତି କରନ୍ତି ତାହା ଜଣାପଡ଼େ ନାହିଁ। ଏବେ ଏକ କୁକରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ...

୬୮ ବର୍ଷରେ ପାହାଡ ଚଢିଲେ ବୃଦ୍ଧା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ୬୮ ବର୍ଷିୟା ବୃଦ୍ଧା ପାହାଡ ଚଢୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୪୦ ଫୁଟ ତଳକୁ ଡେଇଁଲେ ୨ ଭାଇ: ଆଉ ତାପରେ …

ଫ୍ରାନ୍ସ: ସୋସିଆଲ ମିଡିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି,...

ବିଶ୍ୱର ସବୁଠାରୁ ଅନ୍ଧକାର ପଦାର୍ଥ: ଯେଉଁଥିରେ ବିଏମଡବ୍ଲୁ ନିର୍ମାଣ କରିଛି ଏକ କାର, ଜାଣନ୍ତୁ ଏହାର ରହସ୍ୟ

ଶୁଭ କାର୍ଯ୍ୟରେ କଳା ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ, କଳା କପଡା ଟିଏ ହୋଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନ ଥାଏ। ମାତ୍ର...

Advertisement
Archives

Model This Week