କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକ ଏ ନେଇ ଆଗେଇ ଆସିଛନ୍ତି। ପ୍ରମୁଖ ସଂସ୍ଥା ସେମାନଙ୍କ ଯୋଜନା ମୁତାବକ ଏଥିରେ ଯୋଗଦାନ ରଖୁଥିବା ଦେଖାଯାଇଛି। ସାରା ଦେଶରେ କୋଭିଡ ମାମଲା ଲଗାତାର ଭାବେ ବଢିଚାଲିଛି। ଏହା ଉଭୟ ସରକାର ଏବଂ ଶିଳ୍ପଜଗତ ତଥା ଲୋକମାନଙ୍କ ଲାଗି ଅସୁବିଧା ସୃଷ୍ଟି କରିଛି। ଏହା ବିରୋଧରେ ଶକ୍ତ ହୋଇ ଲଢିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। କର୍ପୋରେଟଗୁଡିକ ସହାୟତା ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ। ଏହି ଧାରାରେ ବିଭିନ୍ନ କର୍ପୋରେଟ ତଥା ଅନ୍ୟ ଅନୁଷ୍ଠାନ ରଖିଥିବା ଯୋଗଦାନ….
ଆଦିତ୍ୟ ବିର୍ଲା ଗ୍ରୁପ
ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ପିଏମ୍‌ କେୟାର୍ସ ପାଣ୍ଠିକୁ ୪୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରାଯାଇଛି। କମ୍ପାନୀ କୋଭିଡ ବିରୋଧି ମୁକାବିଲା ଲାଗି ମୋଟ ୫୦୦ କୋଟି ଟଙ୍କା ଯୋଗଦାନ ରଖିବ ବୋଲି କହିଛି। କୋଭିଡ ବିରୋଧି ଲଢେଇରେ ସରକାରଙ୍କ ସହ ଯୋଗଦାନ ରଖିବା ଲାଗି କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି। ଏହାବାଦ କମ୍ପାନୀ ଅନ୍ୟ ପଦକ୍ଷେପ ନେଉଥିବା କହିଛି।
ଜଳ ଏଟିଏମ ପରିଚାଳନା ଅବ୍ୟାହତ ରଖିଛି ପିରାମଲ ସର୍ବଜଳ
ବର୍ତ୍ତମାନର ସଙ୍କଟ ସମୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେଶନର ସହାୟତାରେ ପିରାମଳ ସର୍ବଜଳ ପକ୍ଷରୁ ଜଳ ଏଟିଏମ୍‌ ପରିଚାଳନା ଅବ୍ୟାହତ ରଖାଯାଇଛି। ୪୦ଟି ଜଳ ଏଟିଏମ ଜରିଆରେ ଲୋକଙ୍କ ପାଇଁ ପାଣି ଯୋଗାଣ ହେଉଛି। ଲକ୍‌ଡାଉନ ସମୟରେ ଯେଭଳି ଲୋକଙ୍କ ଲାଗି କୌଣସି ଅସୁବିଧା ନ ହୁଏ ତାକୁ ଧ୍ୟାନରେ ରଖାଯାଇଛି ବୋଲି ପିରାମଲ ସର୍ବଜଳ ପକ୍ଷରୁ ସୂଚନା ରହିଛି।
ସହାୟତା ରାଶି ଦୁଇଗୁଣ କଲା ବେଦାନ୍ତ
ବେଦାନ୍ତ ପକ୍ଷରୁ ପିଏମ୍‌ କେୟାର୍ସ ଫଣ୍ଡକୁ ୧୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ ସ୍ଥିତିର ମୁକାବିଲା କରିବା ଲାଗି କମ୍ପାନୀ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି। ପୂର୍ବରୁ ୧୦୦ କୋଟି ଟଙ୍କା ପ୍ରଦାନ ନେଇ କମ୍ପାନୀ ଘୋଷଣା କରିଥିବା ବେଳେ ଏହାକୁ ଦୁଇଗୁଣକୁ ବଢାଇଛି। ନିଷ୍ପେସିତ ଲୋକମାନଙ୍କ ସହାୟତା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ବେଦାନ୍ତର ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ...

ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ୪୭% ଅଭିବୃଦ୍ଧ

କଟକ,୪।୨ ଦେଶର ବିକାଶ ପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଷ୍ଟ୍ରର ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଟିକସ ଆଦାୟକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଟିକସ...

ବିଭିନ୍ନ ସହରରେ ସ୍ପଟ୍‌ ଗୋଲ୍ଡ ମାର୍କେଟ ବନ୍ଦ

ନୂଆଦିଲ୍ଲୀ,୨୪-୩: ଦେଶର ପ୍ରମୁଖ ସହରଗୁଡିକରେ କରୋନା ଜନିତ ଲକ୍‌ଡାଉନ ଯୋଗୁ ସ୍ପଟ୍‌ ଗୋଲ୍ଡ ମାର୍କେଟ ସୋମବାର ବନ୍ଦ ରହିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂନଚା...

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ...

ଖର୍ଚ୍ଚ ଜାରି ରଖିବେ ସରକାର

ନୂଆଦିଲ୍ଲୀ: ବଜେଟରେ ଧାର୍ଯ୍ୟ ହୋଇଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଟପିବାକୁ ନେଇ ସରକାର ବେଶି ଚିନ୍ତିତ ନୁହନ୍ତି। କାରଣ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି...

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର...

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌: ୨୯ ପ୍ରତିଶତକୁ କମିଲା ଚାଇନା ଆପ୍‌ ବଜାର

ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଥିଲେ। ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଥିଲା।...

ସ୍ବଚ୍ଛତାରୁ ବ୍ୟବସାୟିକ ସଫଳତା

ଓଡ଼ିଶାର ମହିଳା ପୁରୁଷମାନେ ରୁପାରେ ତିଆରି ଅଳଙ୍କାର ବ୍ୟବହାର କରିବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଶୁଭ କାର୍ଯ୍ୟରେ ମଧ୍ୟ ରୁପା ସାମଗ୍ରୀ ଲୋଡ଼ାହୁଏ। ଖାସ୍‌ ଏପରି...

Advertisement
Archives

Model This Week