Posted inଖେଳ

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ତାଙ୍କୁ ୧୫ ବର୍ଷ ତଳେ ଦେଇଥିବା ଏକ ସ୍ବତନ୍ତ୍ର ଉପହାରକୁ ସେ ଚ୍ୟାରିଟି ପାଇଁ ଦାନ କରିଛନ୍ତି। ଅଖତର ସେତେବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିଲେ। ୨୦୦୮ରେ ଅଖତର ଦିଲ୍ଳୀ ଡେୟାର ଡେଭିଲ୍ସ ବିପକ୍ଷ ମ୍ୟାଚ୍‌ରେ ୩ ଓଭରରେ ୧୧ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏଥିରେ ଖୁସି ହୋଇ କୋଲକାତାର ଅନ୍ୟତମ ମାଲିକ ଶାହରୁଖ ତାଙ୍କ ଦସ୍ତକ୍ଷତ ସମ୍ବଳିତ ଏକ ହେଲମେଟ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ରେ କୋଲକାତା ୧୩୩ ରନ କରିଥିଲା। ତେବେ ଦିଲ୍ଲୀ ୧୧୦ ରନରେ ସୀମିତ ରହି ପରାଜୟ ବରଣ କରିଥିଲା। ପାକିସ୍ତାନ୍‌ ଟେନିସ ତାରକା ଏହସାମ ଉଲ ହକ୍‌ ଅଖତରଙ୍କ ଫଟୋ ସେୟାର କରି ଏହି ଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଦାନ ସ୍ବତନ୍ତ୍ର ବୋଲି ଜବାବରେ ଉଲ୍ଲେଖ କରିଛନ୍ତି ଅଖତାର। ଏହି ହେଲମେଟ ଚ୍ୟାରିଟି ପାଇଁ ପାଣ୍ଠି ସଂଗ୍ରହରେ ବେଶ୍‌ ସହାୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri