Posted inଖେଳ

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ତାଙ୍କୁ ୧୫ ବର୍ଷ ତଳେ ଦେଇଥିବା ଏକ ସ୍ବତନ୍ତ୍ର ଉପହାରକୁ ସେ ଚ୍ୟାରିଟି ପାଇଁ ଦାନ କରିଛନ୍ତି। ଅଖତର ସେତେବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିଲେ। ୨୦୦୮ରେ ଅଖତର ଦିଲ୍ଳୀ ଡେୟାର ଡେଭିଲ୍ସ ବିପକ୍ଷ ମ୍ୟାଚ୍‌ରେ ୩ ଓଭରରେ ୧୧ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏଥିରେ ଖୁସି ହୋଇ କୋଲକାତାର ଅନ୍ୟତମ ମାଲିକ ଶାହରୁଖ ତାଙ୍କ ଦସ୍ତକ୍ଷତ ସମ୍ବଳିତ ଏକ ହେଲମେଟ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ରେ କୋଲକାତା ୧୩୩ ରନ କରିଥିଲା। ତେବେ ଦିଲ୍ଲୀ ୧୧୦ ରନରେ ସୀମିତ ରହି ପରାଜୟ ବରଣ କରିଥିଲା। ପାକିସ୍ତାନ୍‌ ଟେନିସ ତାରକା ଏହସାମ ଉଲ ହକ୍‌ ଅଖତରଙ୍କ ଫଟୋ ସେୟାର କରି ଏହି ଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଦାନ ସ୍ବତନ୍ତ୍ର ବୋଲି ଜବାବରେ ଉଲ୍ଲେଖ କରିଛନ୍ତି ଅଖତାର। ଏହି ହେଲମେଟ ଚ୍ୟାରିଟି ପାଇଁ ପାଣ୍ଠି ସଂଗ୍ରହରେ ବେଶ୍‌ ସହାୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗଲକୁ ୭ ଉଇକେଟରେ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ବିଜୟୀ ହୋଇଛି ଓଡ଼ିଶା। ୧୧୨ ରନ୍‌ ବିଜୟ ଲକ୍ଷ୍ୟର ପିଛା...

ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି: ନାଗାଲ

ନ୍ୟୁୟର୍କ,୨୮।୮- ଗ୍ରାଣ୍ଡସ୍ଲାମ ଡେବ୍ୟୁ ମ୍ୟାଚ୍‌ ମୋ ପାଇଁ ବିଶେଷ ଅଭିଜ୍ଞତା ଆଣିଦେଇଛି। ଟେନିସର ଭଗବାନ କୁହାଯାଉଥିବା ରୋଜର ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡସ୍ଳାମ ପଦାର୍ପଣ କରିବାର ଓ...

ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା

ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ ପରେ ସେ ତଣ୍ଟି ଦରଜ ହେଉଥିବା...

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭...

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ...

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ...

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ...

Advertisement
Archives

Model This Week