Posted inଖେଳ

କୋଭିଡ୍‌-୧୯: ଟୁର୍‌ ଅଫ୍‌ ବ୍ରିଟେନ ବାତିଲ

ଲଣ୍ଡନ,୧୪।୫(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ବାତିଲ କରାଯାଇଛି। ବ୍ରିଟେନର ବହୁ ପର୍ଯ୍ୟାୟ ବିଶିଷ୍ଟ ସାଇକ୍ଲିଂ ରେସ୍‌ ‘ଟୁର୍‌ ଅଫ୍‌ ବ୍ରିଟେନ’ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ ସଙ୍କଟରେ ଏହି ଇଭେଣ୍ଟ ଆୟୋଜନ କରିବା ଅବାସ୍ତବ ମନେହେଉଛି। ତେଣୁ ଏହାକୁ ବାତିଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଫଳରେ ଗତଥରର ଚାମ୍ପିୟନ ନେଦରଲାଣ୍ଡ୍ସର ମାଥ୍ୟୁ ଭାନ ଡେର ପୋଏଲଙ୍କୁ ଟାଇଟଲ ବଜାୟ ରଖିବା ପାଇଁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
ସେପ୍ଟେମ୍ବର ୬ରେ ପେନ୍‌ଜାନ୍ସରେ ଏହି ଇଭେଣ୍ଟ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। ଗୋଟିଏ ସପ୍ତାହ ପରେ ଏହା ଆବେରଡିନ୍‌ରେ ଶେଷ ହୋଇଥାନ୍ତା। କୋଭିଡ୍‌-୧୯ ଆତଙ୍କ ଜାରି ରହିଥିବା ବେଳେ ଟୁର ଡି ବ୍ରିଟେନ ଭଳି ବଡ଼ ଇଭେଣ୍ଟ ଆୟୋଜନ କରିବା ଏକ ବଡ଼ ରିସ୍କ ବୋଲି ଆୟୋଜକ କହିଛନ୍ତି। ଏହି ଇଭେଣ୍ଟରେ ବହୁ ଲୋକଙ୍କ ସମାଗମ ହୋଇଥାଏ। ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଦର୍ଶକଙ୍କ ବିନା ରୁଦ୍ଧଦ୍ୱାରରେ ଏହି ଇଭେଣ୍ଟ ଆୟୋଜନ କରିବା ଯୋଜନା ନିହାତି ଅବାସ୍ତବ। ତେଣୁ ଏହାକୁ ବାତିଲ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ଅଟୋ ଡ୍ରାଇଭର, ଆଇପିଏଲ୍‌ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ

ନୂଆଦିଲ୍ଲୀ,୧୯।୨: ଆଇପିଏଲ୍‌ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ...

ପ୍ରଥମ ଟେଷ୍ଟ: ଇଂଲଣ୍ଡର ୩୫୩ରେ ଅଲଆଉଟ

ମାଉଣ୍ଟ ମାଉନଗାନୁଇ, ୨୩।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩...

ଫ୍ରେଞ୍ଚ୍‌ ଓପନ୍‌: ସ୍ବିଟେକଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌

ପ୍ୟାରିସ୍‌,୧୧।୧୦(ଏପି): ପୋଲାଣ୍ଡ ଟିନ୍‌ଏଜର ଇଗା ସ୍ବିଟେକ ଏଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଣସିଡ୍‌ ସ୍ବିଟେକ ଆମେରିକାର ଚତୁର୍ଥ ସିଡ୍‌...

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍‌

ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ...

ସ୍ନେହରେ ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲୀ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ...

ଆଇପିଏଲରୁ ଉପାର୍ଜିତ ଅର୍ଥରେ ରେଞ୍ଜ ରୋଭର କିଣିଲେ ଯୁବ କ୍ରିକେଟର

ଲଣ୍ଡନ,୩।୬- ପୃଥ୍ବୀ ଶ’ଙ୍କ ଭଳି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଶୁଭମନ ଗିଲ। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ ଏବେ ଆଇପିଏଲ ଓ...

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ...

Advertisement
Archives

Model This Week