କୋଭିଡ୍‌ ଲାଗି ଆଖିଦୃଶିଆ ନୁହେଁ ସରକାରୀ ସହାୟତା

ନୂଆଦିଲ୍ଲୀ,୩୦ ।୪: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଘରୋଇ ବଜାର ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନାଜନିତ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିଛି। କୋଭିଡ୍‌-୧୯ ବିରୋଧରେ ଲଢିବା ଲାଗି ଜର୍ମାନୀ, ଇଟାଲୀ ଭଳି ଧନୀ ରାଷ୍ଟ୍ରଗୁଡିକ ବିତ୍ତୀୟ ସହାୟତା ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡିକ ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଜିଡିପି) ପ୍ରାୟ ୩୦%ରୁ ଅଧିକ ଅର୍ଥ ସହାୟତା ଭାବେ ପ୍ରଦାନ କରିଛନ୍ତି। ମାତ୍ର ଭାରତ ବର୍ତ୍ତମାନ ସୁଦ୍ଧା ଏହି ବାବଦକୁ ୧%ରୁ କମ୍‌ ଖର୍ଚ୍ଚ କରିଥିବା ଜଣାପଡିଛି। ସେହିଭଳି ଜି-୨୦ ଦେଶଗୁଡିକ କଥା ବିଚାରକଲେ ଜାପାନ ସର୍ବାଧିକ ୨୧.୧% ସହାୟତା ଯୋଗାଇ ଦେଇଛି। ଭାରତ ୦.୮% ସହାୟତା ସହ ୧୬ତମ ସ୍ଥାନରେ ରହିଛି, ଯାହା ବହୁତ ନଗଣ୍ୟ। ୪୦ ଦିନର ଲକ୍‌ଡାଉନରେ କାରବାର କ୍ଷତିଗ୍ରସ୍ତ ହୋଇଥିବାରୁ ଶିଳ୍ପଜଗତ ପକ୍ଷରୁ ଆର୍ଥତ୍କ ସହାୟତା ଦେବା ଲାଗି ବାରମ୍ବାର ଦାବି ହେଲାଣି। ହେଲେ ସରକାର ବର୍ତ୍ତମାନ ଯାଏ କିଛି ଘୋଷଣା କରିନାହାନ୍ତି। ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧.୭ ଲକ୍ଷ କୋଟିର ସହାୟତା ଘୋଷଣା କରିଛନ୍ତି। ଏହା ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଥିବା ବେଳେ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଏବେ ଯାଏ ପଦକ୍ଷେପ ଆସିନାହିଁ।
ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଏବେ ବନ୍ଦ ହୋଇ ରହିଛି। କାମ ନ ଥିବା ବେଳେ କର୍ମଚାରୀଙ୍କୁ ପେମେଣ୍ଟ, ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରିବାକୁ ପଡୁଛି। ପରିଚାଳନା ପୁଞ୍ଜି ଲାଗି କମ୍ପାନୀଗୁଡିକ ନାନା ସମସ୍ୟା ଦେଇ ଗତି କରୁଛନ୍ତି। କଟକଣା ବଢିଲେ ଏଭଳି କଷ୍ଟକର ସ୍ଥିତିରେ ଦେଶର ପ୍ରାୟ ୩୦ରୁ ୪୦% କ୍ଷୁଦ୍ର ଶିଳ୍ପ ତିଷ୍ଠି ରହିବେ ବୋଲି ମୁମ୍ବାଇଭିତ୍ତିକ ଶିଳ୍ପ ସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ମୁମ୍ବାଇସ୍ଥିତ ଆନାଟେକ ଅଫ୍‌ସୋର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଏ.ପୁଥେନପୁରାକଲ କହିଛନ୍ତି, କ୍ରେଡିଟ ସୁବିଧା ମିଳିବାରେ ସମସ୍ୟା ଉପୁଜୁଥିବାରୁ ଶିଳ୍ପର ଭବିଷ୍ୟତ ସମ୍ପର୍କରେ ଚିନ୍ତା ମାଡି ପଡୁଛି। କେବଳ ଆନାଟେକ ଭଳି ଛୋଟ ଫାର୍ମ ନୁହନ୍ତି ହିରୋ ମୋଟାଟୋକର୍ପ ଭଳି ବଡ ବଡ ଫାର୍ମଗୁଡିକ ମଧ୍ୟ ସରକାରଙ୍କୁ ଶିଳ୍ପର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଋଣ ସହାୟତା, ବେତନ ସବ୍‌ସିଡି, ଟିକସ ଛାଡ, ୟୁଟିଲିଟି ପେମେଣ୍ଟ ଅବଧି ବଢାଇବାକୁ ଶିଳ୍ପଗୁଡିକ ଦାବିକରି ଆସୁଛନ୍ତି। ଶିଳ୍ପଗୁଡିକରେ କ୍ୟାଶ ଫ୍ଲୋ ବା ଅର୍ଥର ପ୍ରବାହ କମିଥିବା ବେଳେ ବର୍ତ୍ତମାନ ଯାଏ ଆର୍ଥତ୍କ ସହାୟତା ମିଳିନାହିଁ। ଏହି ସମସ୍ୟାକୁ ଦେଖିଲେ, କମ୍ପାନୀଗୁଡିକ ବାଧ୍ୟ ହୋଇ ଖର୍ଚ୍ଚ କାଟ କରିବା ସହ ନିଯୁକ୍ତି ହ୍ରାସ କରିବେ ବୋଲି ଶିଳ୍ପ ସଂଘର ଜଣେ ପ୍ରତିନିଧି ମତ ଦେଇଛନ୍ତି।
ଦେଶର ଅର୍ଥ ବ୍ୟବସ୍ଥାରେ ଏମ୍‌ଏସ୍‌ଏମ୍‌ଇ ଅଂଶ ଏକତୃତୀୟାଂଶ । ଏହି ଶିଳ୍ପ ୧୧୦ ନିୟୁତ ଲୋକଙ୍କୁ ଜୀବିକା ପ୍ରଦାନ କରିଛି। ଚଳିତ ସପ୍ତାହରେ ସରକାର ଶିଳ୍ପ ଲାଗି ପ୍ରାୟ ୩୯ ବିଲିୟନ ଡଲାରର ଏକ ପ୍ୟାକେଜ ଆଣିବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଏବଂ ଶିଳ୍ପକୁ ଟିକସ ପ୍ରୋତ୍ସାହନ ଭଳି ପଦକ୍ଷେପ ସରକାର ନେଇପାରନ୍ତି। ଶିଳ୍ପକ୍ଷେତ୍ର ସମସ୍ୟାକୁ ସରକାର ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ନୋମୁରା ହୋଲ୍ଡିଂ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ସୋନାଲ ବର୍ମା ମତଦେଇଛନ୍ତି। ସରକାରଙ୍କ ସହାୟତା ପ୍ୟାକେଜ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ, ଅଷ୍ଟ୍ରେଲିଆ ଆଣ୍ଡ ନ୍ୟୁଜିଲାଣ୍ଡ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ର ସଞ୍ଜୟ ମାଥୁର ଆକଳନ କରିଛନ୍ତି। ରାଜକୋଷରେ ବିତ୍ତୀୟ ସମସ୍ୟା ଥିବାରୁ ସରକାର ପ୍ୟାକେଜ ପ୍ରଦାନ ବେଳେ ବିଭିନ୍ନ ପ୍ରସଙ୍ଗକୁ ବିଚାର କରୁଛନ୍ତି। ଟିକସ ସଂଗ୍ରହରେ ହ୍ରାସ ଏବଂ ସରକାରଙ୍କ ଖର୍ଚ୍ଚ ବଢୁଥିବାରୁ ଚଳିତ ବର୍ଷ ବିତ୍ତୀୟ ନିଅଣ୍ଟ ୩.୫% ରହିବ ବୋଲି କୁହାଯାଇଛି। ମାତ୍ର ଏକ ଘରୋଇ ଆକଳନ ମୁତାବକ ଆକଳନଠାରୁ ବିତ୍ତୀୟ ନିଅଣ୍ଟ ଢେର ବଢିଯିବ। ସରକାର ଆର୍ଥତ୍କ ପ୍ରୋତ୍ସାହନ ଦେବା ଜରୁରୀ ବୋଲି ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ସେହିଭଳି ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ବଡ଼ ଚ୍ୟାଲେଞ୍ଜ ବୋଲି ସେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri