ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍ କରୋନା ଭଳି ବିଶ୍ୱ ମହାମାରୀ ଆସି ଏହି ସମସ୍ୟାକୁ ଆହୁରି ବଢ଼ାଇଦେଲା। ମାନ୍ଦାବସ୍ଥା ସହ ଲଢୁଥିବା କମ୍ପାନୀଗୁଡିକ କରୋନା ଚାପର ବଶବର୍ତ୍ତୀ ହେଲେ। ସାରା ବିଶ୍ୱ ଲକ୍ଡାଉନ ହେବା ଯୋଗୁ କଳକାରଖାନା ବନ୍ଦ ହୋଇପଡିଛି। ବଜାରରେ ଚାହିଦା ନ ଥିବା ବେଳେ ଯୋଗାଣ ଚେନ୍ ପ୍ରଭାବିତ ହୋଇଛି। ବିଭିନ୍ନ ସମସ୍ୟା ସହ ଜୁଝୁଥିବା କମ୍ପାନୀଗୁଡ଼ିକ ଚାପ ସମ୍ଭାଳିବାରେ କଷ୍ଟକର ହେଉଛି ଫଳରେ ସାରା ବିଶ୍ୱରେ କମ୍ପାନୀଗୁଡିକ ବର୍ତ୍ତମାନ ଦେବାଳିଆ ହୋଇଯାଉଥିବା ନଜରକୁ ଆସିଛି।
ଜେ.ସି.ପେନି ନାମକ ଆମେରିକୀୟ କମ୍ପାନୀ ଏହାର ୩୮୭ ଷ୍ଟୋରକୁ ବନ୍ଦକରି ଦେଇଛି। କାରବାର ନ ଥିବାରୁ କମ୍ପାନୀକୁ ଏହି ସେଗ୍ମେଣ୍ଟରେ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ଫଳରେ କମ୍ପାନୀ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡିଛି। ପେନିର ଭାଗ୍ୟ ବର୍ତ୍ତମାନ ରିଟେଲ ତୁଳନାରେ ରିୟଲ ଇଷ୍ଟେଟ ଉପରେ ନିର୍ଭର କରୁଛି। କମ୍ପାନୀର ପୁନର୍ଗଠନ ଯୋଜନାକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ନିବେଶକ ହୁଏତ ରିଟେଲ ସେଗ୍ମେଣ୍ଟ ସମ୍ପତ୍ତିକୁ ରଖିବେ କିମ୍ବା ରିୟଲ ଇଷ୍ଟେଟ ସେଗ୍ମେଣ୍ଟ ଅଧୀନରେ କିଛି କିମ୍ବା ସବୁ ରିଟେଲ ଷ୍ଟୋରକୁ ରଖିବା ନିଷ୍ପତ୍ତି ନେବେ। ବର୍ତ୍ତମାନ ସବୁ କିଛି ସମ୍ଭାଳିବା ଲାଗି ଚାପ କମ୍ପାନୀ ଉପରେ ରହିଛି। ଧାର୍ଯ୍ୟ ସମୟରେ ଯଦି ପେନି ସବୁ କିଛି ନ ସମ୍ଭାଳିପାରେ ତେବେ ଫାଇଲିଂ ନିୟମ ଅନୁସାରେ ଏହାକୁ ଯିବାକୁ ପଡିବ। ମୋଟାମୋଟି ଭାବେ ଏହି ରିଟେଲର କମ୍ପାନୀକୁ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରସ୍ତାବିତ ବିଜ୍ନେସ ପ୍ଲାନ୍ ସହ ଆଗକୁ ବଢ଼ିବାକୁ ହେବ।
ସେହିଭଳି ଅନ୍ୟ ଏକ ଦେବାଳିଆ ଘଟଣା ସାମ୍ନାକୁ ଆସିଛି। ଲକ୍ଜ୍ୟୁରି ସାମଗ୍ରୀ ଲାଗି ପରିଚିତ ବ୍ରାଣ୍ଡ ନୈମ୍ୟାନ ମାର୍କସ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡ଼ିଛି। ଆମେରିକାର ଟେକ୍ସାସର ଏକ ବ୍ୟାଙ୍କ୍ରପ୍ସି କୋର୍ଟରେ କମ୍ପାନୀ ରିଷ୍ଟ୍ରକ୍ଚରିଂ ପାଇଁ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। କାରବାର ଚଳାଇବା ବର୍ତ୍ତମାନ କଷ୍ଟକର ହୋଇ ପଡ଼ିଥିବା କମ୍ପାନୀ ଏହାର ଷ୍ଟୋର ସବୁ ବନ୍ଦ କରି ଦେଇଛି। ଏହି ପ୍ରକ୍ରିୟା ଦ୍ୱାରା ସ୍ଥିତି ଯଦି ସୁଧୁରେ ତେବେ କମ୍ପାନୀ ଆଗାମୀ ଯୋଜନା ହାତକୁ ନେବ। ଏଭଳି ପ୍ରମୁଖ ଷ୍ଟୋରଗୁଡିକ ବ୍ୟାଙ୍କ୍ରପ୍ସି ପ୍ରୋଟେକ୍ସନ ଲାଗି ଫାଇଲିଂ କରିଥିବାରୁ ପ୍ରାୟ ୧୦ ବିଲିୟନ ଡଲାରର ମୂଲ୍ୟର କ୍ରୟ ନେଇ ସୁଯୋଗ ରହିବ ବୋଲି ମ୍ୟାକିସ ଇଙ୍କ୍ ସିଇଓ ଜେଫ୍ ଜେନେଟ କହିଛନ୍ତି। ସେହିଭଳି ନ୍ୟୁ ଇଂଲଣ୍ଡର ଜେ.କ୍ରିଉ ଫ୍ୟାଶନ ହାଉସ ଭଳି କମ୍ପାନୀ ମଧ୍ୟ ବ୍ୟାଙ୍କ୍ରପ୍ସି ପାଇଁ ଆବେଦନ କରିଥିବା ଜଣାପଡିଛି।
ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…
୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!
ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…
8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…
୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…
ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ
ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…
ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍ଏଲ୍ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ
ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…
ସୁନା ବିକି ନୂଆ ଫୋନ୍ କିଣୁଛନ୍ତି ଗ୍ରାହକ
ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍ ୧୮ ସିରିଜ୍ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍ର ବିକ୍ରି ଏବଂ ଫିଚର…
ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…
ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…
କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…
ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

