କୋଟିଏ ଲୋକଙ୍କୁ ନିଯୁକ୍ତି ଲାଗି ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ,୧୬।୫: ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର କର୍ମବଳ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ମିଶନକୁ ସଫଳତା ପୂର୍ବକ ଲାଗୁ କରାଗଲେ ଦେଶରେ ପ୍ରାୟ ୧ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡିଛି। ମିଶନକୁ ସଫଳ କରିବା ଉଦ୍ଦେଶ୍ୟରେ ଏକ କୁଶଳୀ କର୍ମଶକ୍ତି ତିଆରି କରିବା ପାଇଁ ସରକାର ଅଣ୍ଟାଭିଡ଼ିଛନ୍ତି। ଏହି କ୍ଷେତ୍ରରେ ବିଶେଷଜ୍ଞ ଥିବା କର୍ମବଳ ତିଆରି କରାଯିବ। ଏଥିଲାଗି ଡିଜାଇନ ଏବଂଟେଷ୍ଟିଙ୍ଗ, ବ୍ୟାଟେରି ମାନୁଫାକ୍‌ଚରିଂ ସହିତ ମ୍ୟାନେଜମେଣ୍ଟ, ସେଲ୍ସ, ସର୍ଭିସେସ୍‌ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି କରାଯିବ।  ଏହାବ୍ୟତୀତ ଅଟୋମୋଟିଭ ମିଶନ ପ୍ଲାନ ୨୦୨୬ରେ ଅଟୋ ସେକ୍ଟରରେ ଅତିରିକ୍ତ ୬.୫୦ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ଇ-ଯାନ କ୍ଷେତ୍ରରେ ମାନବ ସମ୍ବଳର ଚାହିଦା ପୂରଣ କରିବା ଲାଗି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତିରେ ଲାଗି ପଡିଛି। ଏଥିଲାଗି ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ଚାହିଦା ପୂରଣ କରାଯାଇପାରିବ। ଏକ ନିଶ୍ଚିତ ସମୟାବଧିରେ ନୂଆ କାର୍ଯ୍ୟବଳ ସୃଷ୍ଟି କରିବା ଉପରେ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନଜର ରଖିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।ରାଯାଇଛି। ଇଡି ପକ୍ଷରୁ କୁହାଯାଇଛି ଯେ, ତାୟଲ ଗ୍ରୁପ୍‌ ୫୨୪ କୋଟି ଟଙ୍କାର ଋଣ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?