କୋଇଲା ରୟାଲିଟି ବୃଦ୍ଧିକୁ ପୁଣି ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟ ସରକାର କୋଇଲା ରୟାଲିଟି ବୃଦ୍ଧି ପାଇବା ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରୟାଲିଟି ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଏଡ଼ାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୋଇଲା ରୟାଲିଟି ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ବିଦ୍ୟୁତ୍‌ ମୂଲ୍ୟର ବୃଦ୍ଧି ଯୋଗୁ ରୟାଲିଟି ବୃଦ୍ଧି କରିବା ସମ୍ଭବ ହେଉନାହିଁ। ତେବେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଅପରପକ୍ଷେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଥିବା ୨୪ ଖଣିର ଅବଧି ଶେଷ ହେବାକୁ ଯାଉଛି। ଶିଳ୍ପ ସଂସ୍ଥା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି। ଯଦି ଖଣି ଗୁଡ଼ିକର ନିଲାମ ନିର୍ଦ୍ଧାରିତ ସମୟରେ ନ ହୁଏ ତେବେ ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଇବାରେ ସମସ୍ୟା ଉପୁଜିପାରେ। ଏସମ୍ପର୍କିତ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପରିବେଶ ମଞ୍ଜୁରୀ ପାଇଥିବା ଖଣିଗୁଡ଼ିକୁ ରାଜ୍ୟ ସରକାର ନିଲାମ କରିପାରିବେ। ଖଣି ନିଲାମ ନ ହୋଇପାରିଲେ ଶିଳ୍ପ ସଂସ୍ଥାଗୁଡ଼ିକ କଞ୍ଚାମାଲ ପାଇବାରେ ଯେପରି ସମସ୍ୟା ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ

କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ...

ରାଜଧାନୀରେ ଜଳିଗଲା ବସ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗର ପ୍ଲଟ ନଂ ୩୧୬ ନିକଟରେ ଥିବା ଏକ ବସ୍‌(କେଏ-୦୧ଡି-୫୧୮୦)ରେ ବୁଧବାର ନିଆଁ ଲାଗି ଜଳିିଯାଇଛି। ଏଥିରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ...

ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଆଠଗଡ, ୧୪।୬(ଡି.ଏନ୍‌.ଏ.): ୮ ଦିନର ସଂଘର୍ଷ ପରେ ଗୁଳିବିଦ୍ଧ ଦନ୍ତାର ମଙ୍ଗଳବାର ମୃତ୍ୟୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି...

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ...

କାଲିଠୁ ଭୁବନେଶ୍ୱର ଏମ୍‌ସ୍‌ ଓପିଡି ବନ୍ଦ

ଭୁବନେଶ୍ୱର,୯।୭(ବ୍ୟୁରୋ): ଶୁକ୍ରବାରଠାରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ ରହିବ ବୋଲି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡ଼ି...

ନର୍ସ ନିହାରିକା ହତ୍ୟା ମାମଲା : ପ୍ରେମିକଙ୍କୁ ନେଇ ବଢୁଛି ସନ୍ଦେହ

ଜଗତ୍‌ସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.),୧୯ା୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର...

ଟ୍ରେନ୍‌ ଦୁର୍ଘଟଣାର ସଠିକ୍‌ ମୃତ୍ୟୁସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସଠିକ୍‌ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏହା ସରକାରୀ ଭାବେ ୨୮୮ ରହିଥିବା ବେଳେ ରବିବାର ଏହି ମୃତ୍ୟୁସଂଖ୍ୟା...

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ...

Advertisement
Archives

Model This Week