କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୫ଟି ୟୁନିଟ୍‌କୁ ନାଲ୍‌କୋ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି। ଫଳରେ ଗ୍ରୀଡ୍‌ରୁ ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଇ ଏବେ ପ୍ଲାଣ୍ଟ ଚଳାଯାଉଥିବା ସୂଚନା ମିଳିଛି।
୧୨ ଶହ ମେଗାୱାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନାଲ୍‌କୋ ସିପିପିରେ ମୋଟ୍‌ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥାଏ। ହେଲେ ପୂର୍ଣ୍ଣମାତ୍ରାରେ ଏହି ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଦରକାର ପଡ଼ିଥାଏ। ମାତ୍ର ୨ ଦିନ ହେଲା ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଆସି ନ ଥିବାରୁ କର୍ତ୍ତୃପକ୍ଷ ଷ୍ଟକ୍‌ୟାର୍ଡ ଉପରେ ନିର୍ଭର କରୁଛନ୍ତି। ଏବେ ଷ୍ଟକୟାର୍ଡରେ ଯେତିକି କୋଇଲା ଅଛି ସେଥିରେ ପ୍ଲାଣ୍ଟ ୨ରୁ ୩ ଦିନ ଚାଲିପାରିବ। ତେଣୁ ନାଲ୍‌କୋ କର୍ତ୍ତୃପକ୍ଷ ଏବେ ୩୩୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଗ୍ରୀଡ୍‌ରୁ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ପୁରୁଣା ରେକର୍ଡ, ୧୯୦୧ ପରେ ଚଳିତବର୍ଷର ଅଗଷ୍ଟ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧ା୯(ପି.ଟି.): ୧୯୦୧ ପରେ ଗତ ଅଗଷ୍ଟ ସବୁଠାରୁ ଅଧିକ ଉତ୍ତପ୍ତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ରେକର୍ଡରୁ ଜଣାପଡ଼ିଛି । ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ମାସିକ…

ପ୍ରଧାନମନ୍ତ୍ରୀ ମୋଦି-ପୁଟିନଙ୍କ କାର କୂଟନୀତି: ଚାହିଁ ରହିଗଲା ସାରା ବିଶ୍ୱ

ବିଶ୍କେକ୍‌,୧ା୯: ବିଶ୍କେକ୍‌ରେ ଅନୁଷ୍ଠିତ SCO ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦୁଇ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଉପରେ…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri