କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୫ଟି ୟୁନିଟ୍‌କୁ ନାଲ୍‌କୋ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି। ଫଳରେ ଗ୍ରୀଡ୍‌ରୁ ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଇ ଏବେ ପ୍ଲାଣ୍ଟ ଚଳାଯାଉଥିବା ସୂଚନା ମିଳିଛି।
୧୨ ଶହ ମେଗାୱାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନାଲ୍‌କୋ ସିପିପିରେ ମୋଟ୍‌ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥାଏ। ହେଲେ ପୂର୍ଣ୍ଣମାତ୍ରାରେ ଏହି ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଦରକାର ପଡ଼ିଥାଏ। ମାତ୍ର ୨ ଦିନ ହେଲା ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଆସି ନ ଥିବାରୁ କର୍ତ୍ତୃପକ୍ଷ ଷ୍ଟକ୍‌ୟାର୍ଡ ଉପରେ ନିର୍ଭର କରୁଛନ୍ତି। ଏବେ ଷ୍ଟକୟାର୍ଡରେ ଯେତିକି କୋଇଲା ଅଛି ସେଥିରେ ପ୍ଲାଣ୍ଟ ୨ରୁ ୩ ଦିନ ଚାଲିପାରିବ। ତେଣୁ ନାଲ୍‌କୋ କର୍ତ୍ତୃପକ୍ଷ ଏବେ ୩୩୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଗ୍ରୀଡ୍‌ରୁ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ କମନ ରିଭ୍ୟୁ ମିଶନ ପ୍ରତିନିଧି ଦଳ

ବାରିପଦା ଅଫିସ,୧୯ା୧୦- କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ କମନ ରିଭ୍ୟୁ ମିଶନ(ସିଆରଏମ)ର ପ୍ରତିନଧି ଦଳ ଶୁକ୍ରବାର ମୟୂରଭଞ୍ଜ ଜିଲା...

ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ...

କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହକଲା କୁଡୁମୀ ସେନା

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଛକରେ ସୋମବାର ଓଡ଼ିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସୂଚନାଯୋଗ୍ୟ,...

ମୟୂରଭଞ୍ଜରେ ପହଞ୍ଚିଲେ ୫-ଟି ସଚିବ

ବାରିପଦା ଅଫିସ,୨ା୩: ଗୁରୁବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ହେଲିକପ୍ଟର...

ସପ୍ତାହେ ପାଇଁ ଶଟ୍‌ଡାଉନ

ଭଣ୍ଡାରିପୋଖରୀ,୨୨।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୪ ନଂ. ୱାର୍ଡକୁ ଶୁକ୍ରବାରଠାରୁ ସପ୍ତାହେ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଉକ୍ତ ୱାର୍ଡର ପୋଖରୀ...

ପଦ୍ମପୁର ଉପ-ନିର୍ବାଚନ: ଆଶୀର୍ବାଦ ଲୋଡ଼ୁଛନ୍ତି ବର୍ଷା

ପଦ୍ମପୁର,୨୫।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଶୁକ୍ରବାର ପାଇକମାଳ ଜାମସେଠରେ ଆଶୀର୍ବାଦ ମହିଳା ସମାବେଶ ଆରମ୍ଭ ହୋଇଛି। ବର୍ଷା ସିଂ ବରିହାଙ୍କୁ ଅଞ୍ଚଳବାସୀ...

ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ ଅଫିସ,୨୪ା୧: ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗରେ ଭାଇବ୍ରେଟର ବ୍ୟବହାର କରାଯାଉଥିବା କାର୍ଯ୍ୟକୁ ନେଇ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୨...

ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ...

Advertisement
Archives

Model This Week