କୋଇଲାରେ ୧୦୦% ଏଫ୍‌ଡିଆଇକୁ ବିରୋଧ;୨୪ରେ ୪ ଟ୍ରେଡ ୟୁନିୟନର ଧର୍ମଘଟ ଡାକରା

କୋଲକାତା,୭-୯: କେନ୍ଦ୍ର ସରକାର କୋଇଲ ଖଣି ସେକ୍ଟରରେ ୧୦୦ ପ୍ରତିଶତ ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ଡିଆଇ) ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରାଯିବାକୁ ଘୋଷଣା କରିଛନ୍ତି। ଏହାକୁ ଦେଶର ୫ ବୃହତ ଟ୍ରେଡ ୟୁନିୟନ ବିରୋଧ କରିଛନ୍ତି। ଚଳିତମାସ ୨୪ରେ ସେମାନେ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି କୋଇଲା ସେକ୍ଟର ପାଇଁ କ୍ଷତିକାରକ ହେବ ବୋଲି ୟୁନିୟନଗୁଡ଼ିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌,ସିଟୁ ଓ ଏଆଇସିସିଟିୟୁ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ସେମାନେ କୋଇଲା ସେକ୍ଟରରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ପ୍ରତ୍ୟାହାର ସହ ଅନ୍ୟ ୩ ଦାବି କେନ୍ଦ୍ର ସରକାରଙ୍କ ନିକଟରେ କରିଛନ୍ତି। ରାଞ୍ଚତ୍ ଅଧିବେଶନରେ ଏ ସର୍ମ୍ପକରେ ନିଷ୍ପତ୍ତି ହୋଇଥିବା ସେମାନେ କହିଛନ୍ତି। ଅଲ୍‌ ଇଣ୍ଡିଆ କୋଲ୍‌ ଓ୍ବାର୍କର୍ସ ଫେଡେରେଶନର ସାଧାରଣ ସମ୍ପାଦକ ଡି.ଡି.ରାମନନ୍ଦନ କହିଛନ୍ତି ଯେ, ଭାଜପା ସମର୍ଥତ୍ତ ବିଏମ୍‌ଏସ୍‌କୁ ଛାଡ଼ି ଦେଲେ ସମସ୍ତ ଟ୍ରେଡ ୟୁନିୟନ ଉକ୍ତ ଦିନ ଧର୍ମଘଟରେ ସାମିଲ ହେବେ। ଇସିଏଲ୍‌, ବିସିସିଏଲ୍‌, ସିସିଏଲ୍‌, ସିଏମ୍‌ପିଡିଏଲ୍‌, ଏସ୍‌ଇସିଏଲ୍‌ ଓ ଏମ୍‌ସିଏଲ୍‌କୁ କୋଲ୍‌ ଇଣ୍ଡିଆ ଲିମିଟେଡ ସହ ମିଶାଇ ଦେବା ଲାଗି ସେମାନେ ଦାବି ଜଣାଇଛନ୍ତି। ଏହି ସହାୟକ କମ୍ପାନୀଗୁଡ଼ିକୁ କୋଲ୍‌ ଇଣ୍ଡିଆରୁ ବାଦ୍‌ ଦେଇ ସ୍ବତନ୍ତ୍ର କମ୍ପାନୀ ଭାବେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ସ୍ପଷ୍ଟ ହୋଇଛି। ସେହିପରି ନିଯୁକ୍ତି ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିବାକୁ ଦାବିପତ୍ରରେ କୁହାଯାଇଛି। ଦାବି ଗୁଡ଼ିକୁ ସରକାର ନ ମାନିଲେ ଅନିର୍ଦ୍ଦିଷ୍ଟ କାଳ ଲାଗି ଧର୍ମଘଟ ଜାରି ରଖାଯିବ ବୋଲି ଟ୍ରେଡ ୟୁନିୟନ ଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri