କୋଇଲାରେ ୧୦୦% ଏଫ୍‌ଡିଆଇକୁ ବିରୋଧ;୨୪ରେ ୪ ଟ୍ରେଡ ୟୁନିୟନର ଧର୍ମଘଟ ଡାକରା

କୋଲକାତା,୭-୯: କେନ୍ଦ୍ର ସରକାର କୋଇଲ ଖଣି ସେକ୍ଟରରେ ୧୦୦ ପ୍ରତିଶତ ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ଡିଆଇ) ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରାଯିବାକୁ ଘୋଷଣା କରିଛନ୍ତି। ଏହାକୁ ଦେଶର ୫ ବୃହତ ଟ୍ରେଡ ୟୁନିୟନ ବିରୋଧ କରିଛନ୍ତି। ଚଳିତମାସ ୨୪ରେ ସେମାନେ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି କୋଇଲା ସେକ୍ଟର ପାଇଁ କ୍ଷତିକାରକ ହେବ ବୋଲି ୟୁନିୟନଗୁଡ଼ିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌,ସିଟୁ ଓ ଏଆଇସିସିଟିୟୁ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ସେମାନେ କୋଇଲା ସେକ୍ଟରରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ପ୍ରତ୍ୟାହାର ସହ ଅନ୍ୟ ୩ ଦାବି କେନ୍ଦ୍ର ସରକାରଙ୍କ ନିକଟରେ କରିଛନ୍ତି। ରାଞ୍ଚତ୍ ଅଧିବେଶନରେ ଏ ସର୍ମ୍ପକରେ ନିଷ୍ପତ୍ତି ହୋଇଥିବା ସେମାନେ କହିଛନ୍ତି। ଅଲ୍‌ ଇଣ୍ଡିଆ କୋଲ୍‌ ଓ୍ବାର୍କର୍ସ ଫେଡେରେଶନର ସାଧାରଣ ସମ୍ପାଦକ ଡି.ଡି.ରାମନନ୍ଦନ କହିଛନ୍ତି ଯେ, ଭାଜପା ସମର୍ଥତ୍ତ ବିଏମ୍‌ଏସ୍‌କୁ ଛାଡ଼ି ଦେଲେ ସମସ୍ତ ଟ୍ରେଡ ୟୁନିୟନ ଉକ୍ତ ଦିନ ଧର୍ମଘଟରେ ସାମିଲ ହେବେ। ଇସିଏଲ୍‌, ବିସିସିଏଲ୍‌, ସିସିଏଲ୍‌, ସିଏମ୍‌ପିଡିଏଲ୍‌, ଏସ୍‌ଇସିଏଲ୍‌ ଓ ଏମ୍‌ସିଏଲ୍‌କୁ କୋଲ୍‌ ଇଣ୍ଡିଆ ଲିମିଟେଡ ସହ ମିଶାଇ ଦେବା ଲାଗି ସେମାନେ ଦାବି ଜଣାଇଛନ୍ତି। ଏହି ସହାୟକ କମ୍ପାନୀଗୁଡ଼ିକୁ କୋଲ୍‌ ଇଣ୍ଡିଆରୁ ବାଦ୍‌ ଦେଇ ସ୍ବତନ୍ତ୍ର କମ୍ପାନୀ ଭାବେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ସ୍ପଷ୍ଟ ହୋଇଛି। ସେହିପରି ନିଯୁକ୍ତି ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିବାକୁ ଦାବିପତ୍ରରେ କୁହାଯାଇଛି। ଦାବି ଗୁଡ଼ିକୁ ସରକାର ନ ମାନିଲେ ଅନିର୍ଦ୍ଦିଷ୍ଟ କାଳ ଲାଗି ଧର୍ମଘଟ ଜାରି ରଖାଯିବ ବୋଲି ଟ୍ରେଡ ୟୁନିୟନ ଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ହୋଣ୍ଡା ସିଟିର ୨୫ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଅଗ୍ରଣୀ ମଡେଲ ହୋଣ୍ଡା ସିଟି ଭାରତ ବଜାରରେ ସଫଳତାର ସହ...

ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ପରିକଳ୍ପିତ ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ...

୨୦ଜଣଙ୍କୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୪।୧୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ତାନ କରିଡର୍‌ ପକ୍ଷରୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। ବିଶେଷ କରି ଷ୍ଟାର୍ଟଅପ୍‌...

ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ...

ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି।...

ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ନେଇ ବଡ଼ କମ୍ପାନୀଙ୍କ ଚିନ୍ତା

ନୂଆଦିଲ୍ଲୀ,୩୧।୫: କୋଭିଡ୍‌-୧୯ ସମସ୍ୟା ଯୋଗୁ କ୍ଷୁଦ୍ର ଏବଂ ମଧ୍ୟମ ଶ୍ରେଣୀର ବାଣିଜ୍ୟଗୁଡ଼ିକ ଦେବାଳିଆ କିମ୍ବା ବୃହତ୍‌ ପରିମାଣର ଆର୍ଥତ୍କ କ୍ଷତି ସାମ୍ନା କରୁଛନ୍ତି। ଏହି କମ୍ପାନୀଗୁଡିକଠାରୁ...

ଅନୀଲ ଅମ୍ବାନୀଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କର ମାମଲା

ନୂଆଦିଲ୍ଲୀ,୧୦-୧୧: ରିଲାଏନ୍ସ ପ୍ରମୋଟର ଅନୀଲ ଅମ୍ବାନୀଙ୍କ ବିରୋଧରେ ଚାଇନାର ୩ ବ୍ୟାଙ୍କ ଲଣ୍ଡନର ଏକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌...

ରେଳ ଯାତ୍ରୀ ଭଡା ବଢିବା ସମ୍ଭାବନା

ନୂଆଦିଲ୍ଲୀ,୨୫-୧୨: ଭାରତୀୟ ରେଲଓ୍ବେ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବଢାଇବା ନେଇ ସମ୍ଭାବନା ରହିଛି। କିଲୋମିଟର ପିଛା ଏହା ୫ରୁ ୪୦ ପଇସା ମୂଲ୍ୟ...

Advertisement
Archives

Model This Week