କେୟାର ହସ୍ପିଟାଲ ମାଲିକ ପାକିସ୍ତାନୀ ବୋଲି ଅଭିଯୋଗ ଆଣିଲେ ବିରୋଧୀ: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ କେୟାର ହସ୍ପିଟାଲକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିବା ସହ ମାଲିକାନାକୁ ନେଇ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ କହିଛନ୍ତି, ‘ବିରୋଧୀଙ୍କ ଅଭିଯୋଗ ପରେ ତଦନ୍ତ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ହସ୍ପିଟାଲରେ ଚଢ଼ାଉ କରିଛନ୍ତି। ତଦନ୍ତ କାର୍ଯ୍ୟ ଚାଲିଛି। ଦିନେ ଅଥବା ଦୁଇ ଦିନ ମଧ୍ୟରେ ରିପୋର୍ଟ ଆସିଯିବ ବୋଲି ସେ କହିଛନ୍ତି।

କେୟାର ହସ୍ପିଟାଲର ମାଲିକ ଜଣେ ପାକିସ୍ତାନୀ। ତାଙ୍କ ନାମରେ ଅପରାଧିକ ମାମଲା ରହିଛି। ଏହି ହସ୍ପିଟାଲକୁ ଏନ୍‌ଓସି ମିଳିନାହିଁ। କିଭଳି ଏହାକୁ ଜଣେ ପାକିସ୍ତାନୀଙ୍କୁ ବିକ୍ରି କରାଗଲା ସେ ନେଇ ପ୍ରଦୀପ୍ତ ପ୍ରଶ୍ନ କରିଥିଲେ। ଏନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହାକୁ ସମର୍ଥନ କରିବା ସହ ଡାକ୍ତରଖାନାର ମାଲିକ ଏବେ ସେ ଜେଲରେ ଅଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଉତ୍ତର ରଖନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଅପରପକ୍ଷେ ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ କଥାକୁ ଖଣ୍ଡନ କରିଛନ୍ତି। ପାକିସ୍ତାନ ବ୍ୟକ୍ତିଙ୍କ ନାମରେ ହସ୍ପିଟାଲ ଚାଲୁନାହିଁ। ହସ୍ପିଟାଲରେ କୌଣସି ସମସ୍ୟା ନାହିଁ। ଏନ୍‌ଓସି ଅଣାଯାଇଛି। ଏଣୁ ଅଯଥାରେ ଏହାକୁ ଇସ୍ୟୁ କରା ନଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ଦର୍ଶନ ଦେବେନି ଶ୍ରୀଜିଉ: ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

ବଦଳିବ ଏନ୍‌ଏଚ୍‌ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପରେଖ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖୁବ୍‌ଶୀଘ୍ର ଦେଶରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ...

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର...

ଯୁବକଙ୍କୁ ଛୁରାମାଡ଼ କରି ଲୁଟ୍‌

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। କେତେବେଳେ ସୁନାଦୋକାନୀଙ୍କୁ ଗୁଳିମାଡ଼ କରି ଲୁଟୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଛୁରାମାଡ଼...

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ରୁ ୧୦ କୋଟି କରିବାକୁ ଦାବି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। କୋଭିଡ୍‌ ପରେ ସବୁ ଦରଦାମ୍‌ ବଢ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଉନ୍ନୟନ ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି...

ଶସ୍ତା ସାମଗ୍ରୀ ଆଳରେ କରୋନା କିଣନ୍ତୁ ନାହିଁ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧ା୮(ବ୍ୟୁରୋ)-ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ। ବର୍ତ୍ତମାନ ସମୟରେ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ରହିବା ଭଲ। ଘରୁ ବାହାରକୁ ଗଲା ପରେ ମାସ୍କ...

ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ବର, ୯ା୮(ବ୍ୟୁରୋ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ଫେରିଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ ବିଜେଡି...

Advertisement
Archives

Model This Week