କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ ବନ୍ଦ ହୋଇଯାଇଥିବାରୁ ନଦୀ ଉପକୂଳବର୍ତ୍ତୀ ଗ୍ରାମ ଗୁଡ଼ିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାବେଳେ କେଳୁଣୀ ମୁହାଁଣ ବାଲିରେ ପୋତିହୋଇ ପଡ଼ିଛି। ମୁହାଁଣ ଦେଇ ନଦୀ ଦ୍ୱୟର ଜଳ ଠିକ୍‌ ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ତଟବର୍ତ୍ତୀ ଗ୍ରାମର ଚାଷଜମି ଉଦ୍‌ବୃତ୍ତ ବର୍ଷାଜଳରେ ବୁଡ଼ି ରହିଛି। ମୁହାଁଣ ନିକଟବର୍ତ୍ତୀ ତଣ୍ଡାହାର, ଛେନୁ, ଉଦୟକଣି, କଟକଣା, ବାଘଡ଼ିଆ ଗାଁ ଚର୍ତୁପାର୍ଶ୍ୱରେ ବର୍ଷାଜଳ ଘେରିଯାଇଥିବାରୁ ଏହି ୫ଟି ଗାଁ ଏବେ ପାଣି ଘେରରେ ରହିଛି। ତଣ୍ଡାହାର ଓ ଛେନୁ ଗାଁ ମଧ୍ୟରେ ଥିବା ରାସ୍ତା ଉପରେ ୪ଫୁଟ ଉଚ୍ଚର ବର୍ଷାଜଳ ଜମିଛି। ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ନଦୀ ତଟବର୍ତ୍ତୀ କାକଟପୁର ବ୍ଲକର ଶିଶୁଅ, କୋରଣା, ପାଟଳଦା, ଛୁରୀଅନା ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ରୁତୁରେ କେଳୁଣୀ ମୁହାଁଣ ବାଲିରେ ପୋତିହୋଇ ପଡ଼ୁଥିବାରୁ ଏପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ କେଳୁଣୀ ମୁହାଁଣ ଖନନ କରାଯାଇ ବର୍ଷାଜଳ ଯେପରି ସମୁଦ୍ରକୁ ଠିକ୍‌ ଭାବେ ନିଷ୍କାସନ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧିନକୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକାକଁର ଅଁଟାରେ ଆବୁ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ସୁଆସ୍‌ତିଅ ବିଭାଗ

  ଅମରପାଲି, ୧୪।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଉଫୁଲା ଗଁାର ରୋହନ ରାଜହଂସ ଆର ଦ୍ରୌପଦୀକଁର ଝି’ ଚନ୍ଦ୍ରିକା ରାଜହଂସ(୫)। ତାକର...

ପଜିଟିଭ୍‌ ସଂଖ୍ୟା ୨୫ ଛୁଇଁଲା  

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ଜିଲାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ସଂଖ୍ୟା...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ

ବାଲେଶ୍ୱର ଅଫିସ, ୧୩।୧୨-ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ...

ପୁରୀ ଶିଶୁକନ୍ୟା ବଳାତ୍କାର ମାମଲା: ପିପିଲିରୁ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୨୮।୧: ପୁରୀ ଟାଉନ ଥାନା ଅଞ୍ଚଳରେ ଗତ ୨୩ ତାରିଖରେ ୫ବର୍ଷୀୟା ଶିଶୁକନ୍ୟାକୁ ଉଠାଇନେଇ ବଳାତ୍କାର କରାଯିବା ମାମଲାର ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ପୁରୀ...

ରାଜଧାନୀରେ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗ୍ରାମ ପାର୍ଶ୍ୱରେ ଥିବା କୁଆଖାଇ ନଦୀପଠାରେ ମଙ୍ଗଳବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ।...

ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ...

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ...

ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଦିବ୍ୟାଙ୍ଗମାନଙ୍କ ମଙ୍ଗଳ ପାଇଁ ଅଭିଯୋଗ ଶୁଣାଣି ‘ଦିବ୍ୟାଙ୍ଗଜନ ସମାଧାନ’ ଜିଲାରେ ଶୁଭାରମ୍ଭ ହୋଇଛି । ସୋମବାର ଛତ୍ରପୁରସ୍ଥିତ ଜଉଗଡ଼ ସମ୍ମିଳନୀ ଗୃହରେ...

Advertisement
Archives

Model This Week