କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ହେବ ପାଠପଢ଼ା

ଲଣ୍ଡନ,୨୦।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ଏହା ଦ୍ୱାରା ସାମାଜିକ ଦୂରତା ବଜାୟ ରଖିପାରିବେ। ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣର ଆଶଙ୍କା ରହିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅକ୍ଟୋବରଠାରୁ ଏଭଳି ପାଠପଢ଼ା ଆରମ୍ଭ ହେବ। ୮୦୦ ବର୍ଷ ପୁରାତନ କେମ୍ବ୍ରିଜ୍‌ ବିଶ୍ୱଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଅକ୍ଟୋବରଠାରୁ ୨୦୨୧ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଟିଚିଂ ଗ୍ରୁପ୍‌ ମାଧ୍ୟମରେ ଶିକ୍ଷାଦାନ କରାଯିବ। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଆଧାରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଏହା ପୂର୍ବରୁ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ୬୭ଟି ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ମାଗଣାରେ ପ୍ରଦାନ କରାଯାଉଛି। ଏସବୁ ପାଠ୍ୟକ୍ରମର ଅବଧି ଏକ ସପ୍ତାହରୁ ୧୨ ସପ୍ତାହ ରହିଛି। ଏଥିପାଇଁ ସାଧାରଣ ସମୟରେ ପାଠ୍ୟକ୍ରମ ଫି ୨୦୦୦ ଟଙ୍କାରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି...

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌...

କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି ।...

ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା...

୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ...

ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ...

ଔରଙ୍ଗାବାଦରେ ଲାଗିଲା ଲକଡାଉନ

ଔରଙ୍ଗାବାଦ,୧୩ ।୩: ମହାରାଷ୍ଟ୍ରରେ ବେଳକୁ ବେଳ ମାଡି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦେଖି ସେଠାକାର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଜାରି କରାଗଲାଣି ।...

ସ୍ବାମୀଙ୍କ ପାଇଁ ହସ୍ପିଟାଲରେ ବାସନ ମାଜିବାକୁ ପଛାଇଲେନି ସ୍ତ୍ରୀ: ଜାଣନ୍ତୁ କାହିଁକି…

ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ...

Advertisement


Archives

Model This Week