କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି କ୍ରମରେ ଜୟପୁରର ଅର୍ପିତା ଯାଦବଙ୍କ ଜୀବନ କାହାଣୀ ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ପ୍ରଭାବିତ କରିଛି।

ଅର୍ପିତା ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ହେଲେ ଜନ୍ମ ସମୟରେ ପିଲାଟି ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଥିଲେ। ନିଜ ପିଲା ହେଲେ ମଧ୍ୟ କିଛି ଦିନ ଧରି ସେ ଏହାକୁ ଗ୍ରହଣ କରିପାରି ନ ଥିଲେ। ପିଲାଟିଦିନରୁ ପୁଅ ନିର୍ଭୟାଙ୍କୁ ବଢ଼ିବାରେ ସମସ୍ୟା ଉପୁଜିଥିଲା। ତାଙ୍କୁ ଠିକ ଭାବେ ଶୁଣା ଯାଉ ନ ଥିବା ବେଳେ ସେ ଚାଲିପାରୁ ନ ଥିଲେ। ଶେଷରେ ୭ ବର୍ଷ ବୟସରେ ସେ ପ୍ରଥମେ ଚାଲିଥିଲେ। ଏବେ ସେ ବଡ଼ ହୋଇଥିବା ବେଳେ ଅର୍ପିତା ନିଜେ ମଧ୍ୟ ଦିବ୍ୟାଙ୍ଗ ଶିଶୁମାନଙ୍କୁ ପଢ଼ାଉଛନ୍ତି। ଅର୍ପିତାଙ୍କ ଏହି କାହାଣୀ ଅମିତାଭଙ୍କୁ ଭାବୁକ କରିଥିବା ବେଳେ ସେ ତାଙ୍କୁ ପ୍ରଣାମ କରିଥିଲେ।

ଅମିତାଭ ପୋଲିଓ ଅଭିଯାନ ଉପରେ କାମ କରିଛନ୍ତି। ଏବେ ସେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କିଛି କାମ କରନ୍ତୁ ବୋଲି ଅର୍ପିତା ଇଚ୍ଛା ପ୍ରକାଶ କରିଥିଲେ। ଏହା ଶୁଣି ଅମିତାଭ ତାଙ୍କୁ ଏଭଳି କରିବେ ବୋଲି କଥା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?