କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି କ୍ରମରେ ଜୟପୁରର ଅର୍ପିତା ଯାଦବଙ୍କ ଜୀବନ କାହାଣୀ ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ପ୍ରଭାବିତ କରିଛି।

ଅର୍ପିତା ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ହେଲେ ଜନ୍ମ ସମୟରେ ପିଲାଟି ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଥିଲେ। ନିଜ ପିଲା ହେଲେ ମଧ୍ୟ କିଛି ଦିନ ଧରି ସେ ଏହାକୁ ଗ୍ରହଣ କରିପାରି ନ ଥିଲେ। ପିଲାଟିଦିନରୁ ପୁଅ ନିର୍ଭୟାଙ୍କୁ ବଢ଼ିବାରେ ସମସ୍ୟା ଉପୁଜିଥିଲା। ତାଙ୍କୁ ଠିକ ଭାବେ ଶୁଣା ଯାଉ ନ ଥିବା ବେଳେ ସେ ଚାଲିପାରୁ ନ ଥିଲେ। ଶେଷରେ ୭ ବର୍ଷ ବୟସରେ ସେ ପ୍ରଥମେ ଚାଲିଥିଲେ। ଏବେ ସେ ବଡ଼ ହୋଇଥିବା ବେଳେ ଅର୍ପିତା ନିଜେ ମଧ୍ୟ ଦିବ୍ୟାଙ୍ଗ ଶିଶୁମାନଙ୍କୁ ପଢ଼ାଉଛନ୍ତି। ଅର୍ପିତାଙ୍କ ଏହି କାହାଣୀ ଅମିତାଭଙ୍କୁ ଭାବୁକ କରିଥିବା ବେଳେ ସେ ତାଙ୍କୁ ପ୍ରଣାମ କରିଥିଲେ।

ଅମିତାଭ ପୋଲିଓ ଅଭିଯାନ ଉପରେ କାମ କରିଛନ୍ତି। ଏବେ ସେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କିଛି କାମ କରନ୍ତୁ ବୋଲି ଅର୍ପିତା ଇଚ୍ଛା ପ୍ରକାଶ କରିଥିଲେ। ଏହା ଶୁଣି ଅମିତାଭ ତାଙ୍କୁ ଏଭଳି କରିବେ ବୋଲି କଥା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଯାଏ ପ୍ରେମ, ଶେଷ ଆଡକୁ ହୋଇଯାଏ ମୃତ୍ୟୁ

ବମ୍ବେ: ବଲିଉଡ୍‌ ଅଭିନେତା ଇମ୍‌ରାନ ହାସମୀ ପ୍ରଶଂସକଙ୍କ ଗହଣରେ ‘ସିରିୟଲ କିସର’ ଭାବେ ପରିଚିତ। କାରଣ ତାଙ୍କ ଫିଲ୍ମରେ ପ୍ରେମ ସହ ଭରପୂର ରୋମାନ୍ସ ଦେଖିବାକୁ...

ରେସ୍ତୋରାଁ ଖୋଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟି ଏବେ ମୁମ୍ବାଇରେ ଏକ ରେସ୍ତୋରାଁ ଖୋଲିଥିବା ଜଣାପଡିଛି । ସେ ବଲିଉଡର ଏମିତି ଜଣେ କଳାକାର ଯିଏ ଅଭିନୟ...

ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ଅମିର ଖାନ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ନିକଟରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

ବିବାହ ପରେ ନୂଆ ଘରକୁ ସିଫ୍ଟ କରିବେ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ନିଜ ପର୍ସନାଲ ଲାଇଫରେ ବିଜି ଅଛନ୍ତି । ବଲିଉଡ୍ ନାୟକ ରଣବୀର କପୁରଙ୍କୁ ଆଲିଆ ବିବାହ କରିବେ...

କ୍ରିକେଟରଙ୍କୁ ପରିହାସ କଲେ ଉର୍ବଶୀ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ବୋଲ୍ଡ ଆକ୍ଟ୍ରେସଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉର୍ବଶୀ ରୌତେଲା । ତାଙ୍କର ଇନଷ୍ଟାଗ୍ରାମରେ ରହିଛନ୍ତି ୪୫ ମିଲିୟନ ଫ୍ୟାନ ଫଲୋଇଙ୍ଗସ୍ । ସେ...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ୍‌

ଅଭିନେତ୍ରୀ ଲାରା ଦତ୍ତଙ୍କୁ ‘ବେଲ୍‌ବଟମ’ ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କୁ...

ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା

ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ...

Advertisement
Archives

Model This Week