Posted inଖେଳ

କେନ୍‌ ଓ୍ବିଲିୟମସନଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଓ୍ବେଲିଂଟନ,୧।୧୧(ଏଏଫ୍‌ପି)- ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲକୁ ଶୁକ୍ରବାର ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ତାଙ୍କ ବୋଲିଂ ଶୈଳୀ ନେଇ ଗତ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟ ବେଳେ ରିପୋର୍ଟ କରାଯାଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ପାର୍ଟ ଟାଇମ ଅଫ୍‌ ସ୍ପିନର। ସେ ଗତ ମାସରେ ଇଂଲଣ୍ଡରେ ବୋଲିଂ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ସେଠାରେ ତାଙ୍କ ବୋଲିଂ ଷ୍ଟାଇଲରେ କହୁଣି ଆଇସିସି ଦ୍ୱାରା ଧାର୍ଯ୍ୟ କୋଣରେ ରହୁଥିବା ଜଣାପଡ଼ିଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲ ଆଇନଗତ ଥିବା ସ୍ପଷ୍ଟ କରିଛି। ସେ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଆଇସିସି ପକ୍ଷରୁ ବିବୃତିରେ କୁହାଯାଇଛି। ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜ ଖେଳୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଚ୍ଚତା ଯୋଗୁ କ୍ରିକେଟ ପ୍ରଶଂସକଙ୍କୁ ମିଳିଲା ନାହିଁ ରୁମ୍‌

ଲକ୍ଷ୍ନୌ,୬।୧୧- ଉତ୍ତରପ୍ରଦେଶ ରାଜଧାନୀଠାରେ ଆଫଗାନିସ୍ତାନ କ୍ରିକେଟ ପ୍ରଶଂସକଙ୍କୁ ଭିନ୍ନ କାରଣରୁ ହଇରାଣ ହେବାକୁ ପଡ଼ିଛି। ସ୍ଥାନୀୟ ଭାରତରତ୍ନ ଅଟଳ ବିହାରୀ ବାଜେପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ...

୩ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌,୨୩।୭: ତ୍ରିନିଦାଦର ପୋର୍ଟ ଅଫ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩ ରନ୍‌ରେ ବିଜୟୀ...

ଜରିନ୍‌ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍‌

ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍‌ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ...

ଗୋଟିଏ ପରାଜୟ ପରେ ଚିନ୍ତାରେ ଅଷ୍ଟ୍ରେଲିଆ ଟିମ୍‌: ଏହି ଖେଳାଳିଙ୍କୁ ଭାରତ ଡକାଇଲା

ନାଗପୁର,୧୨।୨:ନାଗପୁରରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ଚିନ୍ତାରେ ପଡିଯାଇଛି। ଫଳରେ ଆଘାତପ୍ରାପ୍ତ କଙ୍ଗାରୁ ଦଳ ଏକ ନୂତନ ବାମହାତୀ ସ୍ପିନରକୁ...

ବିରାଟ-ରୋହିତ ବିବାଦକୁ ସିଓଏ ମୁଖ୍ୟଙ୍କ ଅସ୍ବୀକାର

ନୂଆଦିଲ୍ଲୀ,୨୭ା୭(ପି.ଟି.) ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ...

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ...

ମାର୍ଚ୍ଚ ୨୨ରୁ ଆଇପିଏଲ୍‌: ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ,୬।୩: ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ ୨୦୨୨ କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୬ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

କ’ଣ ହେବ କୋହଲିଙ୍କ ଭବିଷ୍ୟତ?

ୟୁଏଇ,୨୦।୯: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। ବିରାଟ କୋହଲି ୨ ଦିନ ମଧ୍ୟରେ ଦ୍ୱିତୀୟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ତାଙ୍କୁ...

Advertisement
Archives

Model This Week