Posted inଜାତୀୟ

କେନ୍ଦ୍ର ସରକାରରେ ୭ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବୀ ଖାଲିପଡିଥିବା ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତବର୍ଷ ମାର୍ଚ୍ଚ ୧ ସୁଦ୍ଧା ବିଭିନ୍ନ ବିଭାଗରେ ମୋଟ ୬ ଲକ୍ଷ ୮୩ ହଜାର ୮୨୩ ପଦବୀ ଖାଲି ରହିଛି। ସେଥିମଧ୍ୟରୁ ଗ୍ରୁପ୍‌ ସ’ରେ ୫,୭୪,୨୮୯ ପଦବୀ ଖାଲି ଥିବାବେଳେ ଗ୍ରୁପ୍‌ ବି’ରେ ୮୯,୬୩୮ ଏବଂ ଗ୍ରୁପ୍‌ ଏ’ରେ ୧୯,୮୯୬ ପଦବୀ ଖାଲି ରହିଥିବା କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ କହିଥିଲେ। ଚଳିତ ଆର୍ଥତ୍କ ବର୍ଷରେ ୧,୦୫,୩୩୮ ପଦବୀ ପୂରଣ ଲାଗି ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୧୭-୧୮ରେ ବିଭିନ୍ନ ଗ୍ରୁପ୍‌ ସି ଏବଂ ଲେଭଲ୍‌-୧ର ୧,୨୭,୫୭୩ ପଦବୀ ଲାଗି ରେଲଓ୍ବେ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ୨୦୧୮-୧୯ରେ ଗ୍ରୁପ୍‌ ସି ଏବଂ ଲେଭଲ୍‌-୧ରେ ୧,୫୬,୧୩୮ ପଦବୀ ପୂରଣ ପାଇଁ ୫ ଥର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡାକ ବିଭାଗ ୧୯,୫୨୨ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ସହ ପରୀକ୍ଷା କରାଯାଇଥିଲା। ଏହିପରି ମୋଟ ୪,୦୮,୫୯୧ ପଦବୀ ପୂରଣ ପାଇଁ ଏସ୍‌ଏସସି, ରେଳପଥ ନିଯୁକ୍ତି ବୋର୍ଡ ଏବଂ ଡାକ ବିଭାଗ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ଦିଦି

କୋଲକାତା,୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢ଼ିବା ପାଇଁ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ଘରୁ ଚାଲିଚାଲି ମହାରୁଦ୍ର ସିଦ୍ଧନାଥ...

ଇନ୍ଦିରାଙ୍କ ପଦାନୁସରଣ କରୁଛନ୍ତି ପ୍ରିୟଙ୍କା: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ,୨୦।୭: ଜମି ବିବାଦରେ ଗୋଣ୍ଡ ଜନଜାତି ସମ୍ପ୍ରଦାୟର ୧୦ ଜଣ ମହିଳା-ପୁରୁଷଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ସୋନଭଦ୍ର ଜିଲାରେ ଏଭଳି ଘଟଣା ଘଟିଛି। ୩୨ଟି ଟ୍ରାକ୍ଟରରେ...

କର୍ନାଟକରେ ସରକାର ଗଢିବାକୁ ସଫା ହେଉଛି ଭାଜପାର ରାସ୍ତା

ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ...

ଟ୍ରମ୍ପଙ୍କୁ ଭେଟିଲେ ଶାହ

ଅହମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମରେ ସୋମବାର ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ପ୍ରଥମଥର ପାଇଁ ସ୍ୱାଧିନତା ଦିବସରେ ଲାଲକିଲାରୁ ହେଲା ପୁଷ୍ପ ବୃଷ୍ଟି

ନୂଆଦିଲ୍ଲୀ,୧୫ ।୮: ସ୍ୱାଧିନତାର ଅମୃତ ମହୋତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଶର ବା କମଳା ରଙ୍ଗର...

Advertisement
Archives

Model This Week