କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ୍‌.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରବର୍ତ୍ତୀ ଶୁଣାଣି ଦିନ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଚୌଦ୍ୱାର ପୌରପାଳିକା ଅଧୀନ ୧୬ ନମ୍ବର ୱାର୍ଡର ଶ୍ରୀକାନ୍ତ ବେହେରାଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଆବେଦନକାରୀ ବେହେରା ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଇମ୍ଫା ପକ୍ଷରୁ ପରିବେଶ ଆଇନର ଉଲ୍ଲଂଘନ କରାଯାଉଛି। ଯଦ୍ଦ୍ବାରା ସ୍ଥାନୀୟ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ କମ୍ପାନୀରୁ ନିର୍ଗତ ହେଉଥିବା ବିଷାକ୍ତ ଜଳ ଓ ବର୍ଜ୍ୟବସ୍ତୁ ସ୍ବାସ୍ଥ୍ୟହାନିର କାରଣ ପାଲଟୁଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ ଦ୍ୱାରା ସେଠାକାର ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ବିଳମ୍ବିତ ରାତିରେ କମ୍ପାନୀ ବାୟୁମଣ୍ଡଳକୁ ଧୂଅଁା ଛାଡୁଥିବାବେଳେ ବର୍ଷା ସମୟରେ ବର୍ଜ୍ୟଜଳ ଛାଡୁଛି। ଏପରିକି ପରିବେଶ ବିଭାଗର ସର୍ତ୍ତାବଳୀକୁ କମ୍ପାନୀ ଅନୁପାଳନ କରୁ ନ ଥିବା ଆବେଦନକାରୀ ପିିଟିଶନରେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବ୍ରଜ କିଶୋର ପଣ୍ଡା ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି, ତଣ୍ଡ ଗଣିଲେ ଅମାନିଆ

ବୁଗୁଡ଼ା,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳରେ ପୋଲିସ ପକ୍ଷରୁ ଗୁରୁବାର ଗାଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଅମାନିଆ ଗାଡି ଚାଳକଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି।...

ହ୍ୟାଟ୍ରିକ୍‌ କରିବାକୁ ବିଜେଡିର ଉଦ୍ୟମ

ଗୁଣପୁର,୩ା୨(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ‘ଖ’ ଜୋନ୍‌ ଜିଲା ପରିଷଦ ପାଇଁ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୩ ପ୍ରମୁଖ ଦଳ ବିଜେଡି,...

ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା

ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ...

୨୪ ଘଣ୍ଟା ବିତିଲା, ମିଳୁନାହିଁ ସୁରାକ

ଭୁବନ, ୧୭।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ଗ୍ରାମ ନିକଟ ସାଇ ନର୍ସରି ମାଲିକ ଅଲେଖ ଚନ୍ଦ୍ର ସେନାପତି (୪୩) ହତ୍ୟାକାଣ୍ଡକୁ ୨୪ ଘଣ୍ଟା...

ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା...

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା...

ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ...

୧.୭୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ର ଶୁକ୍ରବାର ୩ୟ ଦିନରେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବୈଦ୍ୟୁତିକ...

Advertisement
Archives

Model This Week