Posted inଜାତୀୟ

କେନ୍ଦ୍ର ନିଷ୍ପତ୍ତିର କୋଡ଼ିଏ ଦିନ ପରେ:କୁହୁଳୁଛି କଶ୍ମୀର, ନିଆଁକୁ ଡର

ଠିକ୍‌ କୋଡ଼ିଏ ଦିନ ତଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇଦେଇ ଜମ୍ମୁ-କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନର ନିଷ୍ପତ୍ତି ନେଇଥିଲେ। ସଂଖ୍ୟାବଳରେ ବଳୀୟାନ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଦେଶବ୍ୟାପୀ ସ୍ବାଗତ କରାଯାଇଥିବାବେଳେ ବିରୋଧର ସ୍ବର ମଧ୍ୟ କମ୍‌ ଉଠିନାହିଁ। ରାଷ୍ଟ୍ରପତି ଶାସନାଧୀନ ଉପତ୍ୟକାରେ ସବୁକିଛି ଠିକ୍‌ ଚାଲିଛି ବୋଲି ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପ୍ରଶାସନ କହୁଥିବାବେଳେ ସେଠାକୁ କୌଣସି ବିରୋଧୀ ନେତାଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀଙ୍କୁ ଗୃହବନ୍ଦୀ କରାଯାଇଛି। ଗଣମାଧ୍ୟମ ଉପରେ ମଧ୍ୟ କଟକଣା ବଳବତ୍ତର ରହିଛି। ଏପରି କି ମୋବାଇଲ, ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ରୂପେ ସ୍ବାଭାବିକ ହୋଇନାହିଁ। ମାଧ୍ୟମିକ ଯାଏ ସ୍କୁଲଗୁଡ଼ିକର ତାଲା ଖୋଲିଛି। ହେଲେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ମା’ବାପା ସୁରକ୍ଷିତ ମଣୁନାହାନ୍ତି। ସବୁଠି ଚାପା ଉତ୍ତେଜନା। କେତେବେଳେ କେଉଁଠି ବୋମା ଫୁଟିବ କି ଗୁଳି ବର୍ଷା ହେବ କହିହେଉନାହିଁ। ସୁତରାଂ କୁହୁଳୁଥିବା କଶ୍ମୀରକୁ ଏବେ ନିଆଁର ଡର।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସାସ ମେଡିକାଲ ଅଫିସରେ ବନ୍ଧକ: ଦୁଇ ମୃତ

ଅଷ୍ଟିନ,୨୭ା୧- ଟେକ୍ସାସର ଜଣେ ଡାକ୍ତରଙ୍କ ଅଫିସରେ ଦୁଇ ଜଣ ଦୁର୍ବୁତ୍ତ କିଛି ବ୍ୟକ୍ତିଙ୍କୁ ବନ୍ଧକ ରଖିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କ ମୃତ୍ୟୁ...

କର୍ନାଟକର ବିଦ୍ରୋହୀ ବିଧାୟକ ମାଗିଲେ ୪ ସପ୍ତାହ ସମୟ

ବେଙ୍ଗାଲୁରୁ,୨୩।୭: କର୍ନାଟକ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ମେଣ୍ଟ ସରକାରର ଆସ୍ଥା ଭୋଟକୁ ନେଇ ଚାଲିଛି ନାଟକ। ସୋମବାର...

ଦରଦାମ୍‌ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍‌ଜି-ପିଏନ୍‌ଜି…

ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍‌ଜି-ପିଏନ୍‌ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର...

କେଜରିଓ୍ବାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ୍‌ ଅଫିସର…

ନୂଆଦିଲ୍ଲୀ, ୨୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପୂର୍ବତନ ୩୦ ଜଣ ଆଇପିଏସ ଅଫିସର ରାଷ୍ଟ୍ରପତି...

ସକ୍ରିୟ ମାମଲା ୪୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି।...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର...

ମେଘାଳୟ ବାଚସ୍ପତିଙ୍କ ପରଲୋକ

ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍‌କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦...

Advertisement
Archives

Model This Week