Posted inଜାତୀୟ

କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଖୁବ୍‌ଶୀଘ୍ର:ଫେରିପାରନ୍ତି ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ସମ୍ପ୍ରସାରଣ ହେବ ବୋଲି ଏକ ସୂତ୍ରରୁ ଜଣାପଡିଥିବାବେଳେ ସୁରେଶ ପ୍ରଭୁଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି। ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱ ମିଳିପାରେ। ଏବେ ଏହି ମନ୍ତ୍ରଣାଳୟ ପୀୟୂଷ ଗୋୟଲଙ୍କ ନିୟନ୍ତ୍ରଣରେ ରହିଛି। ମୋଦିଙ୍କ ପୂର୍ବ କ୍ୟାବିନେଟରେ ପ୍ରଭୁ ପ୍ରଥମେ ରେଳ ଓ ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଜି-୨୦ ସମ୍ମିଳନୀ ବେଳେ ସେ ଭାରତର ଶେର୍ପା ଭାବେ ଯୋଗ ଦେଇଥିଲେ।

ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବା ସହ ଜିଡିପି ଧାର୍ଯ୍ୟଲକ୍ଷ୍ୟଠାରୁ ହ୍ରାସ ପାଇଥିବାରୁ ପ୍ରଭୁଙ୍କ ଭଳି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜନେତାଙ୍କୁ ପୁଣି ଥରେ କ୍ୟାବିନେଟକୁ ଫେରାଇ ଆଣିବା ଲାଗି ମୋଦି ଚିନ୍ତା କରୁଥିବା ଜଣାପଡିଛି। ଏବେ କେନ୍ଦ୍ର କ୍ୟାବିନେଟରେ ୫୮ ମନ୍ତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ଅଧିକାଂଶ ମନ୍ତ୍ରୀଙ୍କୁ ଏକାଧିକ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବାକୁ ପଡୁଛି। ନରେନ୍ଦ୍ର ସିଂ ତୋମାରଙ୍କୁ କୃଷି, କୃଷକ କଲ୍ୟାଣ ସମେତ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଛି। ସେହିପରି ରବିଶଙ୍କର ପ୍ରସାଦଙ୍କୁ ଆଇନ ଓ ନ୍ୟାୟ ସମେତ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ଏହି ମନ୍ତ୍ରୀମାନଙ୍କ ଅତିରିକ୍ତ ବୋଝ କୋହଳ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗର ଗୁଲମର୍ଗ ରାସ୍ତାରେ ମିଳିଲା ୪ ପ୍ରେସର କୁକର

ଜମ୍ମୁ,୨ ।୮: କଶ୍ମୀରରେ ସୋମବାର ଶ୍ରୀନଗର ଗୁଲମର୍ଗ ରାସ୍ତାରେ ଭିନ୍ନ ଭିନ୍ନ ସ୍ଥାନରେ ଏକ ଟିଫିନ୍ ବକ୍ସ ସହ ୪ଟି ପ୍ରେସର କୁକର ପଡିଥିବା ଦେଖାଯାଇଥିଲା...

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର...

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଖାରଜ…

ନୂଆଦିଲ୍ଲୀ,୭।୨ : ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।  ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର...

ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବ ବିରାଟକାୟ ତିମି

କୋଲକତା, ୨୯।୬: ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବର ବିରାଟକାୟ ତିମି ମୃତଦେହ ଲାଗିଛି। ତିମିର ରକ୍ତାକ୍ତ ମୁଣ୍ଡ ମୁହାଣରେ ପଡ଼ି ରହିଛି।...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତର ପାଇଯାଇଛନ୍ତି: ଦେବେନ୍ଦ୍ର

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏକ ଖବରଦାତା ସମ୍ମିଳନୀ କରି ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତା...

କଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ: ଜୁଲାଇରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ,୨୫।୪: କଶ୍ମୀରରୁ ଧାରା ୩୭୦କୁ ହଟିବା ଏବଂ ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।...

ଜନଔଷଧୀ କେନ୍ଦ୍ର ୧୦୫୦୦କୁ ବଢ଼ିବ

ନୂଆଦିଲ୍ଲୀ,୧୮ା୯:ଭାରତ ସରକାର ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର(ପିଏମ୍‌ବିଜେକେ) ସଂଖ୍ୟାକୁ ୧୦୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ...

ଧର୍ମନଗରୀରେ ପ୍ରିୟଙ୍କା

ଲକ୍ଷ୍ନୌ,୧୭।୧୧: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଧର୍ମନଗରୀ ଚିତ୍ରକୂଟରେ ପହଞ୍ଚିଛନ୍ତି। ପ୍ରିୟଙ୍କା ସ୍ବାମୀ ମତ୍ସ୍ୟଗଜେନ୍ଦ୍ରନାଥ ମନ୍ଦିରରେ ପୂଜା କରି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।...

Advertisement
Archives

Model This Week