କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ;ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌ ୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ।
କ୍ୟାବିନେଟର ଏହି ସଂଶୋଧନ ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ନିଜର କନ୍‌ସୋଲିଡେଟେଡ ଫଣ୍ଡ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରେ ଆଧାରକୁ ବ୍ୟବହାର କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୀର୍ଘଦିନ ହେଲା ରାଜ୍ୟଗୁଡିକ ନିଜ ଯୋଜନାରେ ଆଧାର ବ୍ୟବହାର ଲାଗି ଦାବି କରିଆସୁଥିଲେ। କେନ୍ଦ୍ର ସରକାରଙ୍କ ଠାରୁ ସିଧାସଳଖ ପାଣ୍ଠି ଆସୁଥିବା ଯୋଜନାଗୁଡ଼ିକରେ ଆଧାର ବ୍ୟବହାର କରାଯାଇପାରିବ ବୋଲି ସୁୁପ୍ରିମକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ। କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ ପାଣ୍ଠିରୁ ଲାଭାର୍ଥତ୍ଙ୍କୁ ସବ୍‌ସିଡି ପ୍ରଦାନ କରୁଛନ୍ତି, ଠିକ୍‌ ସେହିପରି ରାଜ୍ୟଗୁଡ଼ିକ ଆଧାର ବ୍ୟବହାର କରି ସବ୍‌ସିଡି ପ୍ରଦାନ କରିପାରିବେ। ଏଥିପୂର୍ବେ ଚଳିତ ମାସରେ ଆଧାର ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଯାଇସାରିଛି। ଏହି ସଂଶୋଧନ ଜରିଆରେ ମୋବାଇଲ ଫୋନ ଲାଗି ସିମ୍‌ ନେବା ଏବଂ ନୂଆ ବ୍ୟାଙ୍କ ଖାତା ଖୋଲିବାରେ ଆଧାର ବ୍ୟବହାର କରାଯାଇପାରିବ। ବୁଧବାର ଆଧାର ଆଇନରେ ଆଉ ଏକ ସଂଶୋଧନ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି କ୍ଷମତା ପାଇବେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପରେ ସମ୍ପୃକ୍ତ ସଂଶୋଧନକୁ ଯୋଡାଯାଇଛି। ଏପରି ସ୍ଥିତିରେ କ୍ୟାବିନେଟ ଦେଇଥିବା ମଞ୍ଜୁରୀକୁ ପରେ ଦିଆଯାଇଥିବା ସହମତି ଭଳି ମନେ କରାଯିବ। ସଂଶୋଧିତ ବିଲ୍‌ରେ ଏକ ନୂଆ ଧାରା ୫ଏ ଯୋଡାଯାଇଛି। ବିଲ୍‌ର ଧାରା ୭ରେ କେନ୍ଦ୍ରର ‘ଏକୀକୃତ ପାଣ୍ଠି’ ସହିତ ରାଜ୍ୟଗୁଡ଼ିକର ‘ଏକୀକୃତ ପାଣ୍ଠି’ ଶବ୍ଦକୁ ଯୋଡାଯାଇଛି। ଜାଭଡେକର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୨୮ କୋଟି ପଞ୍ଜୀକୃତ ଆଧାର କାର୍ଡ ରହିଛି। ରାଜ୍ୟ ସରକାରଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ନିଜର ଯୋଜନାର ଲାଭାର୍ଥତ୍ଙ୍କୁ ସବ୍‌ସିଡି ଦେବା ଦ୍ୱାରା ଜାଲ୍‌ ଲାଭାର୍ଥତ୍ ହଟିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri