କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ବଡ଼ଦାଣ୍ଡର ଉନ୍ନତୀକରଣ: ୮.୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ଗ୍ରାଣ୍ଡରୋଡ୍‌(ବଡ଼ଦାଣ୍ଡ)ର ଉନ୍ନୟନ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଏମ୍‌ପି, ଜିଲାପାଳ, ବିଧାୟକ, ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହ ଆଲୋଚନା କରାଯାଇଥିଲା। ଗତ ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରିବା ସହ ବଳଦେବଜୀଉଙ୍କ ଦର୍ଶନ କରିଥିଲେ। ଏହି ସମୟରେ ସ୍ଥାନୀୟ ଜନସାଧାରଣ ଏବଂ ମନ୍ଦିର ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ଓ ଉନ୍ନୟନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ...

କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

  ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ...

କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ...

ପୁଣି କେନ୍ଦ୍ରକୁ ଚିଠ: ଆସିଲା ୨ଲକ୍ଷ ୭୧ହଜାର ଡୋଜ୍‌ ଟିକା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଶାକୁ ସ୍ବଳ୍ପ ଓ ଅନିୟମିତ ଭାବେ କୋଭିଡ୍‌-୧୯ ଟିକା ଯୋଗାଣ ଯୋଗୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଟିକା ଦେବା ପାଇଁ...

ଦୋଷ ଢାଙ୍କିଲେ ଅବକାରୀ ଅଧୀକ୍ଷକ

ପୁରୀ ଅଫିସ,୭ା୬:ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ...

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ...

ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫...

କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣକୁ ଅଗ୍ରାଧିକାର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କୃଷିର ସର୍ବାଙ୍ଗୀନ ଉନ୍ନତି ତଥା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ...

Advertisement
Archives

Model This Week