Posted inଜାତୀୟ

କେନ୍ଦ୍ରକୁ ୬,୮୧୩ କୋଟି ମାଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ମଙ୍ଗଳବାର କେରଳ ଓ ମହାରାଷ୍ଟ୍ରରେ ପରିସ୍ଥିତି ଜଟିଳ ଥିବାବେଳେ କର୍ନାଟକରେ ସାମାନ୍ୟ ସୁଧାର ଆସିଛି। କେରଳରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବାବେଳେ ୪୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ୨.୫୨ ଲକ୍ଷ ଲୋକଙ୍କୁ ୧,୩୩୨ଟି ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ମାଲାପୁରମ୍‌ ଓ ଓ୍ବାୟନାଡ଼ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ ୬.୬୭ ଲକ୍ଷ ଲୋକ ଏବେ ବି ସ୍ଥାନାନ୍ତର ହୋଇ ଅଛନ୍ତି। ଅନେକ ସ୍ଥାନରେ ଜଳସ୍ତର କମିଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମଙ୍ଗଳବାର ଶିବମୋଗା ଗସ୍ତକରି ରିଲିଫ କ୍ୟାମ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟାରେ ରାଜ୍ୟର ୪୮ ଲୋକ ପ୍ରାଣ ହରାଇଥିବାବେଳେ ଉତ୍ତର ଓ ଉପକୂଳ ଅଞ୍ଚଳ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ତୁରନ୍ତ ୩ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର, ସତାରା ଓ ସାଙ୍ଗଲି ସ୍ଥିତି ଜଟିଳ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‌ନବିିସ ରିଲିଫ୍‌ ଅପରେଶନକୁ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ୬,୮୧୩ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ପଡ୍‌ନବିସ ଓ କ୍ୟାବିନେଟ ମନ୍ତ୍ରୀମାନେ ମାସକର ଦରମା ବନ୍ୟା ପ୍ରପୀଡ଼ିତଙ୍କୁ ଦାନ କରିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନ ସମୟରେ ୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଦକ୍ଷିଣ କଶ୍ୱୀର ଅନନ୍ତନାଗର...

ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ...

ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର...

ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ...

ସମୁଦ୍ରରେ ଖସି ପଡିଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା।...

ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ଶିବରାଜ, ଆଦିବାସୀ ପୋଷାକ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏର ପ୍ରାର୍ଥି ଘୋଷଣା...

ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ୧୪ରେ

ନୂଆଦିଲ୍ଲୀ,୬ା୪(ପି.ଟି.): ଦେଶରେ ସ୍କୁଲ କଲେଜଗୁଡ଼ିକୁ ଖୋଲିବା ନେଇ ଆସନ୍ତା ୧୪ ତାରିଖରେ ନିଷ୍ପତ୍ତି ନିଆଯିବ। କୋଭିଡ୍‌-୧୯ର ମୁକାବିଲା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଅବଧି ଶେଷ...

ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ

ଚଣ୍ଡିଗଡ଼,୯ା୨; ପଞ୍ଜାବର ତରନ୍‌ ତାରନ୍‌ ଜିଲା ଅନ୍ତର୍ଗତ ପହଓ୍ବିନ୍ଦ୍‌ ଗ୍ରାମରେ ଶନିବାର ଅନୁଷ୍ଠିତ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇ ୨ ଜଣ...

Advertisement
Archives

Model This Week