କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିବ ବୋଲି ଆଶାବ୍ୟକ୍ତ କରାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌, ସୁନା ଓ ଅନ୍ୟ ଧାତୁ ଉପରେ ସୀମାଶୁଳ୍କ ବୃଦ୍ଧି କରିବା ସହ ଅତିଧନୀଙ୍କ ଉପରେ ଆୟକର ବୋଝ ଲଦି ଦେବା ଯୋଗୁ ଅତିରିକ୍ତ ରାଜସ୍ବ ପାଇବାକୁ ଯାଉଛନ୍ତି। କିନ୍ତୁ ୪୦୦ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କ ଉପରେ ୨୫% କର୍ପୋରେଟ ଟିକସ ଆଦାୟ ଲାଗି ବଜେଟରେ ଘୋଷଣା ହେବା ଯୋଗୁ ରାଜସ୍ବ ଆୟ ବାବଦରେ ସରକାର ବାର୍ଷିକ ୪ ହଜାର କୋଟି ଟଙ୍କା କ୍ଷତି ସହିବେ। କାରଣ ବର୍ତ୍ତମାନ ବାର୍ଷିକ ୨୫୦ କୋଟି ଟଙ୍କା କାରବାର ଉପରେ ୨୫% କର୍ପୋରେଟ ଟିକସ ଆଦାୟ ହେଉଛି। ସେହିପରି ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଟିକସ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅବଶିଷ୍ଟ ମାସରେ ପ୍ରାୟ ୨୨ହଜାର କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି। ଏଭଳି ଭାବେ ଅତିଧନୀଙ୍କ ଉପରେ ଅତିରିକ୍ତ ସରଚାର୍ଜ ବୃଦ୍ଧି କରାଯିବା ଯୋଗୁ ପ୍ରାୟ ୧୨ରୁ ୧୩ ହଜାର କୋଟି ଟଙ୍କା ମିଳିବ। ଅନୁରୂପ ଭାବେ ସୁନା ଓ ଅନ୍ୟ ଧାତୁ ଉପରେ ଆମଦାନୀ ଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରିବା ଲାଗି ବଜେଟରେ ପ୍ରସ୍ତାବ ଦିଆଯାଇଥିବାରୁ ଏଥିରୁ ସରକାରୀ ତହବିଲକୁ ପ୍ରାୟ ୩ରୁ ୪ ହଜାର କୋଟି ଟଙ୍କା ଯିବ। କିନ୍ତୁ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା କାରଣରୁ ଫାଇଦା-କ୍ଷତି ସମାନ ହୋଇଯିବ। ଏହି ଦୃଷ୍ଟିରୁ ଦେଖିଲେ ସରକାର ତେଲରୁ ହିଁ ଅତିରିକ୍ତ ୩୦ ହଜାର କୋଟି ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri