କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିବ ବୋଲି ଆଶାବ୍ୟକ୍ତ କରାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌, ସୁନା ଓ ଅନ୍ୟ ଧାତୁ ଉପରେ ସୀମାଶୁଳ୍କ ବୃଦ୍ଧି କରିବା ସହ ଅତିଧନୀଙ୍କ ଉପରେ ଆୟକର ବୋଝ ଲଦି ଦେବା ଯୋଗୁ ଅତିରିକ୍ତ ରାଜସ୍ବ ପାଇବାକୁ ଯାଉଛନ୍ତି। କିନ୍ତୁ ୪୦୦ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କ ଉପରେ ୨୫% କର୍ପୋରେଟ ଟିକସ ଆଦାୟ ଲାଗି ବଜେଟରେ ଘୋଷଣା ହେବା ଯୋଗୁ ରାଜସ୍ବ ଆୟ ବାବଦରେ ସରକାର ବାର୍ଷିକ ୪ ହଜାର କୋଟି ଟଙ୍କା କ୍ଷତି ସହିବେ। କାରଣ ବର୍ତ୍ତମାନ ବାର୍ଷିକ ୨୫୦ କୋଟି ଟଙ୍କା କାରବାର ଉପରେ ୨୫% କର୍ପୋରେଟ ଟିକସ ଆଦାୟ ହେଉଛି। ସେହିପରି ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଟିକସ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅବଶିଷ୍ଟ ମାସରେ ପ୍ରାୟ ୨୨ହଜାର କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି। ଏଭଳି ଭାବେ ଅତିଧନୀଙ୍କ ଉପରେ ଅତିରିକ୍ତ ସରଚାର୍ଜ ବୃଦ୍ଧି କରାଯିବା ଯୋଗୁ ପ୍ରାୟ ୧୨ରୁ ୧୩ ହଜାର କୋଟି ଟଙ୍କା ମିଳିବ। ଅନୁରୂପ ଭାବେ ସୁନା ଓ ଅନ୍ୟ ଧାତୁ ଉପରେ ଆମଦାନୀ ଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରିବା ଲାଗି ବଜେଟରେ ପ୍ରସ୍ତାବ ଦିଆଯାଇଥିବାରୁ ଏଥିରୁ ସରକାରୀ ତହବିଲକୁ ପ୍ରାୟ ୩ରୁ ୪ ହଜାର କୋଟି ଟଙ୍କା ଯିବ। କିନ୍ତୁ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା କାରଣରୁ ଫାଇଦା-କ୍ଷତି ସମାନ ହୋଇଯିବ। ଏହି ଦୃଷ୍ଟିରୁ ଦେଖିଲେ ସରକାର ତେଲରୁ ହିଁ ଅତିରିକ୍ତ ୩୦ ହଜାର କୋଟି ଟଙ୍କା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ଡାକ ଟିକେଟ ଉନ୍ମୋଚିତ

ଭୁବନେଶ୍ୱର,୨୯।୭: ଭାରତୀୟ ଡାକ ବିଭାଗ ଓ ଆଇଟିସିର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର ଡାକ ଟିକେଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର କୃଷି...

ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର...

ରାଜସ୍ଥାନ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ଲାଗି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ...

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

ରୁଟ୍‌ ଦେଖିବା ପାଇଁ ଡ୍ରାଇଭିଂ ବେଳେ ବ୍ୟବହାର ହୋଇପାରିବ ଫୋନ

ନୂଆଦିଲ୍ଲୀ: ଡ୍ରାଇଭିଂ ବେଳେ ମୋବାଇଲ କିମ୍ବା ଅନ୍ୟ ହ୍ୟାଣ୍ଡ ହୋଲ୍ଡ ଡିଭାଇସର ବ୍ୟବହାର କରାଯାଇ ପାରିବ। ଏହା କେବଳ ରୁଟ୍‌ ଦେଖବା ପାଇଁ ବ୍ୟବହାର କରାଯାଇ...

କୁହଲ୍‌ ଷ୍ଟାଇଲିଶ୍‌ ଫ୍ୟାନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ କେଣ୍ଟ ଆର୍‌ଓ ସିଷ୍ଟମ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ କୁହଲ୍‌ ଷ୍ଟାଇଲିଶ ଫ୍ୟାନ୍‌ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ବିଏଲ୍‌ଡିସି...

ଏମ୍‌.ଅରୁଣା ଇଣ୍ଡିଆନ୍‌ ବ୍ୟାଙ୍କର ନୂଆ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ୱର,୩୦।୪: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ ବରିଷ୍ଠ ବ୍ୟାଙ୍କର୍ସ ଏମ୍‌.ଅରୁଣା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା ଏହା ପୂର୍ବରୁ ସେ ତିରୁପତି...

Advertisement
Archives

Model This Week