କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା ମିଳିବାରେ ଲାଗିଛି। ତେବେ ବିଦେଶୀ ସହାୟତା ପାଇବା ଲାଗି ଫରେନ୍‌ କଣ୍ଟ୍ରିବ୍ୟୁଶନ ରେଗୁଲେଶନ ଆକ୍ଟ(ଏଫ୍‌ସିଆର୍‌ଏ) ଅନୁଯାୟୀ ଅନୁମତି ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ସଞ୍ଜୀବ କୁମାର ମିଶ୍ର କହିଛନ୍ତି ଯେ, ଓଡ଼ିଶାର ପୁନରୁଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଦେଶରେ ଥିବା ଓଡ଼ିଆଙ୍କ ପକ୍ଷରୁ ପ୍ରସ୍ତାବ ଆସୁଛି। ସେମାନେ ଏ ସମ୍ପର୍କରେ ପଚାରି ବୁଝୁଛନ୍ତି। କିନ୍ତୁ ଏଥିପାଇଁ ଉକ୍ତ ଆଇନ ବାଧକ ସାଜିଛି। ତାଙ୍କର କହିବାନୁଯାୟୀ, ଏଫ୍‌ସିଆର୍‌ଏ ଅନୁମୋଦନ ପ୍ରଦାନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସାଧାରଣତଃ ୨ ମାସରୁ ଅଧିକ ସମୟ ନେଇଥାଏ। କିନ୍ତୁ ଓଡ଼ିଶା ପାଇଁ ୨ରୁ ୩ଦିନ ମଧ୍ୟରେ ଅନୁମୋଦନ ମିଳିଯିବ ବୋଲି ଆଶା କରାଯାଉଛି। ସୂଚନାଥାଉ କି, ରାଷ୍ଟ୍ରହିତରେ ଉକ୍ତ ଆଇନ ଲାଗୁ କରାଯାଇଛି। ଫଳରେ ବିଦେଶରୁ କୌଣସି ବ୍ୟକ୍ତି, ସଂଗଠନ, କମ୍ପାନୀ ଦେଶକୁ ସିଧାସଳଖ ଅର୍ଥ ପଠାଇପାରିବେ ନାହିଁ। ଏଥିଲାଗି ଉକ୍ତ ମନ୍ତ୍ରଣାଳୟର ପ୍ରାକ୍‌ ମଞ୍ଜୁରୀ ନେବାକୁ ପଡିଥାଏ। ରେଡିଡେଣ୍ଟ କମିଶନର ମିଶ୍ର କହିଛନ୍ତି ଯେ, ବାତ୍ୟା ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର ସଡ଼କ ତଥା ଭିତ୍ତିଭୂମିର ନିର୍ମାଣ ଲାଗି କମ୍ପାନୀ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଅଧୀନରେ ଆସୁଥିବା ଅର୍ଥକୁ ସିଧାସଳଖ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟକୁ କେନ୍ଦ୍ର ସରକାର ପଠାନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ଇତିମଧ୍ୟରେ ନୂଆଦିଲ୍ଲୀରୁ ୭୦ ଟନ୍‌ ଔଷଧ ଓଡ଼ିଶାକୁ ପଠାଯାଇଛି ଏବଂ ଆଗାମୀ ଦିନରେ ଆହୁରି ପଠାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ନ୍ୟାଶନାଲ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟିର ୧୦ ଥର ବୈଠକ ବସିଥିବା ବେଳେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇ ଆସୁଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କ ଅଧୀନ ସମସ୍ତ ବିଭାଗ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି ବୋଲି ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?