Posted inରାଜ୍ୟ

କେନାଲରେ ଆସୁନି ପାଣି, ପଛେଇଗଲାଣି ଚାଷ

ବାଲିଆ,୧୦।୭: ଜୁଲାଇ ମାସ ଅଧା ହେଲାଣି, ଅଥଚ ଚାଷଜମିକୁ ପାଣି ପହଞ୍ଚତ୍ପାରିନାହିଁ। ମୁଖ୍ୟ କେନାଲ ସମେତ ଶାଖା କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ। ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିରିଡ଼ି ବ୍ଲକରେ ଚାଷୀମାନେ ମୁଖ୍ୟତଃ ବର୍ଷା ଓ କେନାଲ ପାଣି ଉପରେ ନିର୍ଭର କରି ଚାଷବାସ କରନ୍ତି। ତେବେ ଏହି ବ୍ଲକର ନୂଆପାରିଠାରୁ ଶିବପୁର ଅଞ୍ଚଳକୁ ଯାଇଥିବା ୪ନଂ କେନାଲରେ ଏ ପର୍ଯ୍ୟନ୍ତ ପାଣି ଛଡ଼ଯାଇନାହିଁ। ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ବାଲିଆ ସେକ୍ସନ ଅଧୀନରେ ଥିବା ଏହି କେନାଲ ଏବେ ଶୁଖିଲା ପଡିଛି ଓ ଏହା ମଧ୍ୟରେ ଅନାବନା ଗଛ ଉଠିଯାଇଛି। ଉକ୍ତ କେନାଲ ଉପରେ ମୁଖ୍ୟତଃ କୁଳକଇଜଙ୍ଗା, ବୁଢାପଡ଼ା, ବାଲିଆ ଗୋପୀନାଥପୁର, ଅଢଙ୍ଗମଜୁରାଇ, ଅଢଙ୍ଗଗଡ଼, ଶିବପୁର ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ମନ୍ତ୍ରୀଙ୍କ ଜିଲାରେ ଜଳ ଅଭାବରୁ ଚାଷୀ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଉପଯୁକ୍ତ ସମୟରେ କେନାଲ ସଫା କରାଯାଉନାହିଁ। ପାଣି ଛାଡ଼ିବା ସମୟରେ ଲୋକ ଦେଖାଣିଆ ଭାବେ ଠିକାଦାରଙ୍କ ମାଧ୍ୟମରେ କେନାଲ ମରାମତି ଓ ସଫେଇ ହେଉଛି। ଫଳରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି। କେନାଲ ସଫେଇ ଓ ମରାମତି ଶେଷ ହୋଇ ନ ଥିବାରୁ ପାଣି ଆସିବାରେ ମଧ୍ୟ ବିଳମ୍ବ ହେଉଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର, ୨୭ା୫ (ବ୍ୟୁରୋ)- ରାଜ୍ୟରେ ଆଉ ୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚତ୍ଛି। ସେହିପରି...

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪...

ରାସ୍ତା ଅଧାପନ୍ତରିଆ, ଠିକାଦାରଙ୍କ ଦେଖାନାହିଁ

ଯାଜପୁର ଅଫିସ,୨୭ା୧୨: ଯାଜପୁର ଜିଲା ବଡ଼ଚଣା ବ୍ଲକର ବନ୍ଦାଳୋଠାରୁ ଏଣ୍ଡରପଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ୨ ବର୍ଷ ହେଲା ଅଧାପନ୍ତରିଆ କାମ କରି...

ଟ୍ରେନ୍‌ ଚଳାଚଳରେ ପ୍ରତିବନ୍ଧକ ନାହିଁ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ରାଜ୍ୟ ସରକାର ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ...

ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି

ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା...

କଳାକାରଙ୍କ ତଥ୍ୟ ରଖିବ ‘ଆମ ଶିଳ୍ପୀ: ଆମ ଗର୍ବ’

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ପାରମ୍ପରିକ କଳା ଓ କଳାକାରଙ୍କ ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳା ଓ...

କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୋଗରାଇ,୨୬ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

କେୟାର ହସ୍ପିଟାଲ ମାଲିକ ପାକିସ୍ତାନୀ ବୋଲି ଅଭିଯୋଗ ଆଣିଲେ ବିରୋଧୀ: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ କେୟାର ହସ୍ପିଟାଲକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିବା ସହ ମାଲିକାନାକୁ ନେଇ ଅଭିଯୋଗ ଆଣିଥିଲେ। ଏହାକୁ...

Advertisement
Archives

Model This Week