କେତେ କୃତଘ୍ନ ହେବା

ଭୁବନେଶ୍ୱର, ୬।୫ (ଜିତେନ୍ଦ୍ର କୁମାର ନାୟକ): କରୋନା ଭାଇରସ୍‌ ସଂକ୍ରମଣରୁ ଦେଶକୁ ରକ୍ଷାକରିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ମେ’ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛିଦିନ ହେବ କୁହାଯାଇଆସୁଛି ଯେ, ଚଳିତ ମାସ ଶେଷ ଆଡ଼କୁ ସଂକ୍ରମଣ ସ୍ତର ବୃଦ୍ଧି ପାଇବ। ମଙ୍ଗଳବାରର କୋଭିଡ୍‌-୧୯ ସ୍ଥିତି ଦେଖିଲେ ୨୪ ଘଣ୍ଟା ମଧ୍ୟରେ ଭାରତରେ ପାଖାପାଖି ୪ ହଜାର ବ୍ୟକ୍ତିଙ୍କ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୯୫ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସରକାରଙ୍କ ତତ୍ପରତା ବୃଦ୍ଧି ପାଇବା ସ୍ବାଭାବିକ। ଅନ୍ୟପଟେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେବାକୁ ଯାଇ ତାଲାବନ୍ଦ ନିୟମରେ କିଛିଟା କୋହଳ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବିଭିନ୍ନ ରାଜ୍ୟରେ କାମ କରିବାକୁ ଯାଇ ଫସିରହିଥିବା ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ସରକାରଗୁଡ଼ିକ ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ଓଡ଼ିଶା ବାହାରେ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର ରାଜ୍ୟକୁ ଫେରି ଆସିଲେଣି। ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅସ୍ବାଭାବିକ ବ୍ୟବହାର ଏବେ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଏହି ପ୍ରବାସୀ ଓଡ଼ିଆଙ୍କ ଚରିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେବା ଓ ସେହି ସମ୍ବନ୍ଧୀୟ ଭିଡିଓ ଭାଇରାଲ ହେବା ପରେ ଗାଁଠୁ ସହର ଯାଏ ଲୋକେ କହିବା ଆରମ୍ଭ କଲେଣି କେତେ କୃତଘ୍ନ ଏମାନେ। ରାଜ୍ୟ ସରକାର ଏମାନଙ୍କ ସୁରକ୍ଷା ପାଇଁ ଚିନ୍ତା କରି ପ୍ରଶାସନିକ ସ୍ତରରେ ଯେତେ ବନ୍ଦୋବସ୍ତ କଲେ ମଧ୍ୟ ସେମାନେ ସାମାନ୍ୟତମ କୃତଜ୍ଞତା ପ୍ରଦର୍ଶନ କରୁନାହାନ୍ତି।
ଭଦ୍ରକ ଜିଲା ତିହିଡ଼ି ବ୍ଲକର ଭାଟପଡ଼ା ପଞ୍ଚାୟତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଲକାତା ଫେରନ୍ତାଙ୍କ ଟିକ୍‌ଟକ୍‌ ଭିଡିଓ ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏମାନେ ହାତରେ ଝାଡ଼ୁ, ଥାଳି, ଗିନା ଧରି ଗୀତନାଚରେ ମସ୍‌ଗୁଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଉପରେ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ହେଲେ ଏହି ଟିକ୍‌ଟକ୍‌ ଭିଡିଓ ଦେଖିଲେ କେତେଜଣ ଅମାନିଆ ନିୟମାବଳୀକୁ ମାନିବାକୁ ସାମାନ୍ୟ ଚେଷ୍ଟା କରିନାହାନ୍ତି। ସେହିପରି ଅନ୍ୟ ଏ ଭିଡିଓ ଯାହା ରାଜ୍ୟବାସୀଙ୍କୁ ଚକିତ କରିଛି, ତାହା ଗଞ୍ଜାମ ଜିଲାରେ ଦେଖିବାକୁ ମିଳିଛି। ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାମାନେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ରବିବାର ଖାଦ୍ୟ ଫିଙ୍ଗା ଫୋଫଡ଼ା କରିଥିଲେ। ଅନୁରୂପ ଭାବେ ବେଗୁନିଆପଡ଼ାରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ଶତାଧିକ ପ୍ରବାସୀ ବାହାରକୁ ପଳାଇଯିବା ସେମାନଙ୍କ ଚରିତ୍ରକୁ ପଦାରେ ପକାଇଛି।
ବର୍ତ୍ତମାନ ପରିସ୍ଥିତିରେ ଜୀବନ ବଞ୍ଚାଇବା ଲାଗି ସମସ୍ତେ ଶୃଙ୍ଖଳିତ ହେବାକୁ ଚାହୁଁଥିବା ବେଳେ କେତେ ଜଣ ଫେରନ୍ତା ଚିକେନ୍‌ ନ ହେଲେ ଖାଇବୁ ନାହିଁ, ସପ୍ତାହକୁ ସର୍ବନିମ୍ନ ଏତିକି ଦିନ ଆଇଁଷ ଦିଆଯାଉ ବୋଲି ଦାବି କରୁଛନ୍ତି। ଏଥିସହିତ କେତେକେ ଗୁଟ୍‌ଖା ଓ ପାନ ଦେବାକୁ ମଧ୍ୟ ଦାବି କରୁଛନ୍ତି। ସେମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ବାଧ୍ୟହୋଇ ମାନି ନେଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିକୁ ଦେଖିଲେ ଲୋକେ କହିଲେଣି ପ୍ରଶାସନ ସେମାନଙ୍କ ପ୍ରତ୍ୟେକ ଦାବିକୁ ପୂରଣ ନ କରି ଅମାନିଆଙ୍କୁ ଦଣ୍ଡିତ କରିବା ଦରକାର।
ରାଜ୍ୟ ବାହାରକୁ ନିଜସ୍ବ ଇଚ୍ଛାରେ ରୋଜଗାର କରିବାକୁ ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକେ ନିଜ ଜିଲାରେ ଥିବା ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ ସୁବିଧା ମାଗିବାକୁ ଯାଇ ସରକାରଙ୍କ ନିକଟରେ ସେମାନେ ଦୂରରୁ ନେହୁରା ହେବା ପରେ ଏବେ ଯେତେବେଳେ ସେମାନଙ୍କୁ ଦୟା ଦେଖାଗଲା, କେତେକେ ଏଭଳି ଅସ୍ବାଭାବିକ ବ୍ୟବହାର ପ୍ରଦର୍ଶନ କରିବା ସବୁକିଛି ବିଗାଡ଼ି ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri