କୃଷି, ରେଳ, କୃଷି ଉଡାନ, ଚାଷୀଙ୍କୁ ସୌର ପମ୍ପ ସ୍ବାଗତଯୋଗ୍ୟ; ନିଯୁକ୍ତି, ଅନୁଦାନକୁ ଅଣଦେଖା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଶନିବାର କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ନିଆଯାଇଥିବା କେତେକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିବା ବେଳେ କେନ୍ଦ୍ରୀୟ ଟିକସ ହ୍ରାସ, ପୁଞ୍ଜିନିବେଶ, ନିଯୁକ୍ତି, କେନ୍ଦ୍ରୀୟ ଅନୁଦାନ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଅଣଦେଖା କରାଯାଇଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲୋକସେବା ଭବନଠାରେ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି, ରେଳ ଏବଂ କୃଷି ଉଡାନ, ପିଏମ୍‌-କୁସୁମରେ ୨୦ ଲକ୍ଷ ଚାଷୀଙ୍କୁ ସୌରଚାଳିତ ପମ୍ପ ଯୋଗାଇବା, ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁଶନ ଟିକସ ଉଚ୍ଛେଦ ଓ କନ୍‌ସେସନାଲ ଟିକସ ଆଦିକୁ ବଜେଟରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିିଛିନ୍ତି ଯେ ସମବାୟ ସଂସ୍ଥାଗୁଡିକୁ ଟିକସ ରିହାତି ବ୍ୟବସ୍ଥାକୁ ବଢାଇବା ପାଇଁ ରାଜ୍ୟ ସକରାର ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦ୍ର  ବଜେଟରେ ବ୍ୟାଙ୍କଗୁଡିକରେ ଜମାପୁଞ୍ଜି ବୀମା ବ୍ୟବସ୍ଥାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏଥିସହିତ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିବିନିଯୋଗକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଏହି ବଜେଟରେ କୌଣସି ଆଖିଦୃଶିଆ ବ୍ୟୟ ବରାଦ ନ କରି ସ୍ଥାଣୁ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟ ଅଂଶଧନ କେନ୍ଦ୍ରୀୟ ଟିକସକୁ ପ୍ରାୟ ୫୯ ହଜାର କୋଟି ଟଙ୍କାକୁ ହ୍ରାସ କରାଯାଇଥିବାରୁ ଓଡିଶା ଏ ବାବଦରେ ପ୍ରାୟ ୩ ହଜାର କୋଟି ହରାଇବ ବୋଲି ମୁଖ୍ୟମନ୍ତ୍ରୀ ଅନୁମାନ କରିଛନ୍ତି। ଆଇକନିକ ସାଇଟରେ ଓଡିଶାର କୌଣସି ପ୍ରତ୍ନତତ୍ତ୍ୱ ସ୍ଥଳକୁ ସାମିଲ କରାଯାଇ ନାହିଁ। ଓଡିଶା ଆଦିବାସୀ ବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ ଜାତୀୟ ଆଦିବାସୀ ମ୍ୟୁଜିୟମ ନ କରିବା ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ପାନୀୟ ଜଳ ଯୋଗାଣ ଏକ ଜାତୀୟ ଗୁରୁତ୍ୱ । ୩.୬ ଲକ୍ଷ କୋଟି ବ୍ୟୟ ବରାଦ ଜାଗାରେ ହୋଇଛି ମାତ୍ର ୧୧,୫୦୦ କୋଟି । ଓଡିଶା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି। ଦେଶର ସେନ୍‌ସେକ୍ସ ୧ ହଜାର ପଏଣ୍ଟ ତଳକୁ ଖସିବା ଅର୍ଥ ଏହି ବଜେଟ ନୈରାଶ୍ୟଜନକ ଅବସ୍ଥାକୁ ସୂଚାଉଛି । ନୂତନ ପୁଞ୍ଜିନିବେଶ ପାଇଁ ପୁଞ୍ଜିନିବେଶକାରୀଙ୍କ ବିଶ୍ୱାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଧିମା ଅଭିବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଆମ ଯୁବବର୍ଗଙ୍କର ଜୀବିକା ବାଛିବା କ୍ଷେତ୍ରରେ ଏକ ବଡ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri