କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍‌ ଶୈଳ୍ପିକ କୃଷି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍‌ପିସ୍‌ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର ନିରନ୍ତରତା ଉପରେ ଏକ ପରାମର୍ଶ ସଭା ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ କୃଷି ପରିବେଶର ଧ୍ୱଂସ ସାଧନ ପାଇଁ କର୍ପୋରେଟ ନିୟନ୍ତ୍ରିତ ଶୈଳ୍ପିକ କୃଷିକୁ ଦାୟୀ କରିଥିଲେ। ଯଦି ଆମେ କୃଷିର ଅର୍ଥନୈତିକ ଏବଂ ପାରିବେଶିକ ନିରନ୍ତରତାକୁ ରକ୍ଷା କରିବାକୁ ଚାହୁଁ, ତେବେ କର୍ପୋରେଟ କୃଷି ନୁହେଁ, ସମବାୟ କୃଷି ଲୋଡ଼ା ବୋଲି ସାମନ୍ତରା ଗୁରୁତ୍ୱାରୋପ କରିଥିଲେ। ଓୟୁଏଟି ମୃତ୍ତିକା ବିଶେଷଜ୍ଞ ପ୍ରଫେସର ଆର.କେ. ରାଉତ କହିଥିଲେ, ଜମିରେ ଅତ୍ୟଧିକ କୃଷି ରସାୟନ ବ୍ୟବହାର ମାଟିର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହାଦ୍ୱାରା ଆମର ଜଳଉତ୍ସ, ଜୈବ ସନ୍ତୁଳନ ଏବଂ ବାୟୁମଣ୍ଡଳ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ମାଟିର ସ୍ବାସ୍ଥ୍ୟ ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଗ୍ରୀନ୍‌ପିସ୍‌ ଇଣ୍ଡିଆର ବରିଷ୍ଠ ପ୍ରଚାରକ ଇସ୍ତେୟାକ ଅହମଦ କହିଥିଲେ, ଜୀବନ୍ତ ମାଟିର ପାରିବେଶିକ ସ୍ଥିତି ବୃକ୍ଷଲତାଗୁଡ଼ିକୁ ଏକ ସୁସ୍ଥ ମାଧ୍ୟମ ଦେଇ ଲାଳନ ପାଳନ କରେ। ଜୀବିତ ମାଟି ଅଭିଯାନ ମାଧ୍ୟମରେ ଗ୍ରୀନ୍‌ପିସ୍‌ ଇଣ୍ଡିଆ ମାଟିର ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ ଏକ ଜାତୀୟ ବିତର୍କର ସୂତ୍ରପାତ ସହ ଏହାର ନିର୍ଭରଯୋଗ୍ୟ ସମାଧାନ ଚିହ୍ନଟ ତଥା ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରୟାସ କରୁଛି। ଏହି ଅବସରରେ ପ୍ରଫେସର ରାଧାମୋହନ ଏବଂ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ। ବହୁ ଜୈବିକ ଚାଷୀ ଓ କୃଷି ବିଶେଷଜ୍ଞ ଯଥା- ନଟବର ଷଡ଼ଙ୍ଗୀ, ଦେବଜିତ ମହାନ୍ତି, ଅନାଦି ଯାଦବ, ସୀମାଞ୍ଚଳ ଜୀ ଏବଂ ଅକ୍ଷୟ ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ଗିରି ରାଓ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟରେ ରାସାୟନିକ କୃଷିର ପାରିବେଶିକ, ସାମାଜିକ, ଆର୍ଥନୀତିକ ଏବଂ ସାଂସ୍କୃତିକ ପ୍ରଭାବ ସମ୍ପର୍କରେ ମୌଳିକ ଜ୍ଞାନର ବିକାଶ ଲାଗି ଏହି ସଭାରେ ବିଭିନ୍ନ ଭାଗୀଦାର ଯଥା ଚାଷୀ, କୃଷି ବିଶେଷଜ୍ଞ, ସମ୍ପୃକ୍ତ ସରକାରୀ ଅଧିକାରୀ, ସିଏସ୍‌ଓ ପ୍ରତିନିଧି ଏବଂ ପ୍ରଭାବିତ ଜନସାଧାରଣ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri