କୃଷି, ଗ୍ରାମୀଣ ମଜଦୁର ସଂଘ ସମ୍ମିଳନୀ

ବ୍ରହ୍ମପୁର ଅଫିସ୍‌,୭ା୭-ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଗଞ୍ଜାମ ଜିଲା ସମ୍ମିଳନୀ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସଭାପତି ରାଜେନ୍ଦ୍ର ନାଥ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ସଂଗଠନର ରାଜ୍ୟ ସମ୍ପାଦକ ବସନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ଦାସ, ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲା ପ୍ରଭାରୀ ବିଜୟ କୁମାର ପାତ୍ର, ଖୋର୍ଦ୍ଧା ଜିଲା ସଭାନେତ୍ରୀ ଶାନ୍ତିଲତା ସେଠୀ, ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌ ୱାର୍କସ ୟୁନିୟନ୍‌ ରାଜ୍ୟ ସମ୍ପାଦିକା ଅମିତା ସାହୁ ଓ ମଞ୍ଜୁଳା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୃଷି ଏବଂ ଗ୍ରାମୀଣ ମଜଦୁର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ସଂଘ ଗଞ୍ଜାମ ଜିଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ରାଜେନ୍ଦ୍ର ନାୟକ ପୁନଃ ନିର୍ବାଚିତ ହୋଇଥିଲେ । ସେହିଭଳି ଉପସଭାପତି ଚପଳା ନାୟକ ଏବଂ ଅମିତା ସାହୁ, ସମ୍ପାଦକ ପ୍ରମୋଦ କୁମାର ସାହୁ, ସହ ସମ୍ପାଦକ ଟି.ରଘୁନାଥ ରେଡ୍ଡୀ ଏବଂ ରବୀନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏଥି ସହ ସଂଗଠନ ବ୍ଲକସ୍ତରୀୟ କମିଟିର ନୂତନ କର୍ମକର୍ତ୍ତାଙ୍କୁ ମଧ୍ୟ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ...

ବେଦମନ୍ତ୍ରରେ କମ୍ପୁଛି ତାରା ତାରିଣି ପାହାଡ, ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳ ଯାତ୍ରା 

ପୁରୁଷୋତ୍ତମପୁର, ୧୬/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ...

ପିକ୍‌ଅପ୍‌ ଓଲଟି ୩ ଜଣଙ୍କ ଜୀବନଗଲା

ଗଞ୍ଜାମ,୨୦ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ନୂଆଘାଇଠାରେ ସୋମବାର ଭୋର୍‌ରୁ ଏକ ପିକ୍‌ଅପ୍‌ ଓଲଟି ୩ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ...

ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ଅସଦାଚରଣ ସହ ଗାଳିଗୁଲଜ ହୋଇଥିବା ଥାନାରେ ଅଭିଯାଗ ହୋଇଛି। ମହିଳାଙ୍କ ଏତଲା ଆଧାରରେ ଆଇଆଇସି...

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ...

ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା...

ଖୋଲିଲା ସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚଳାଚଳ କରିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ରେଳଷ୍ଟେଶନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର ଶୁକ୍ରବାରଠାରୁ ପୁଣି ଖୋଲିଛି । ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବା ନେଇ ରେଳ...

Advertisement
Archives

Model This Week