କୃଷି ଋଣ ହଡ଼ପ ଅଭିଯୋଗ: ଚାଷୀ ଥାନାର ଦ୍ୱାରସ୍ଥ

ଛେଣ୍ତିପଦା,୧୬।୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ କେସ ନଂ. ୨୭୩/୧୯ରେ ଏକ ମାମଲା ରୁଜୁ କରି ସମବାୟ ସମିତିର ସଭାପତିଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଅନ୍ୟପକ୍ଷରେ ସମିତି ସେକ୍ରେଟାରୀଙ୍କୁ ପୋଲିସ ପଚରା ଉଚରା ପରେ ପୋଲିସ ଛାଡି ଦେଇଥିବା ଜଣାପଡ଼ିଛି। ଟଙ୍କା ହଡ଼ପର ଶିକାର ହୋଇଥିବା ସେହି ଗ୍ରାମର ଚାଷୀ ଭିକାରୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି, ସମିତିର ଅନେକ ଚାଷୀଙ୍କ ଅଗୋଚରରେ ସେମାନଙ୍କ ଖାତାରେ କୃଷି ଋଣ କରାଯାଇଛି। କିନ୍ତୁ ଋଣ ଟଙ୍କା ଚାଷୀଙ୍କୁ ନ ଦିଆଯାଇ ସମିତି ପକ୍ଷରୁ ଏନଇଏଫଟି ମାଧ୍ୟମରେ ହଡପ କରିଛନ୍ତି। ତାଙ୍କୁ ମିଶାଇ ବାବୁଲି ସାହୁ, ସୁଧାକର ସାହୁ, ଟୁଟୁ ସାହୁ, ଚିନ୍ତ ସାହୁ ପ୍ରମୁଖଙ୍କ ନାମରେ ଟଙ୍କା ଋଣ କରାଯାଇ ଲୁଟ୍‌ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ବାବୁଲି ସାହୁଙ୍କ ନାମରେ ୧୦,୦୦୦ ଟଙ୍କା ଋଣ ହୋଇଥିବାବେଳେ ୮୦୦୦ ଟଙ୍କା ପାଇଛନ୍ତି। ସେହିପରି ଭିକାରୀ ସାହୁଙ୍କ ନାମରେ ୧୨୫୦୦ ଟଙ୍କା ଋଣ ହୋଇଥିବାବେଳେ ସେ ୭୦୦୦ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ସୁଧାକର ସାହୁଙ୍କ ନାମରେ ୨୨୦୦୦ ଓ ଟୁଟୁ ସାହୁଙ୍କ ନାମରେ ୧୦୦୦୦୦ ଟଙ୍କା ଋଣ ହୋଇଥିବାବେଳେ ଉଭୟେ ଆଦୌ ଅର୍ଥ ପାଇନାହାନ୍ତି। ଚିନ୍ତ ସାହୁଙ୍କ ନାମରେ ୨୦୦୦୦ ଟଙ୍କା ଋଣ ହୋଇଥିବାବେଳେ ୬୦୦୦ ଟଙ୍କା ପାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏ ନେଇ ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି, ସମିତିର ସଭାପତିଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ୪ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ କେତେ ଟଙ୍କା ହଡ଼ପ ହୋଇଛି ଓ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri